ସପ୍ତାହରେ ୫ ଦିନ ଖୋଲିବ ସରକାରୀ କାର୍ଯ୍ୟାଳୟ

ଲକ୍ଷ୍ନୌ, ୧୨।୭: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ରାଜ୍ୟରେ ସପ୍ତାହ ୫ ଦିନ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ସେହିପରି ଦୋକାନ ବଜାର ମଧ୍ୟ ଏହି ସମୟରେ ଖୋଲା ରହିବ। ତେବେ ସପ୍ତାହର ଶନିବାର ଏବଂ ରବିବାର ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଅତ୍ୟାବଶ୍ୟକ ସେବା ପୂର୍ବପରି ଜାରି ରହିବ। ଏବେ ରାଜ୍ୟରେ ଶନିବାର ରାତ୍ର ୧୦ଠାରୁ ଲକ୍‌ ଡାଉନ୍‌ ଜାରି କରାଯାଇଛି। ସୋମବାର ଭୋର୍‌ ୫ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।

Share