ସରକାରୀ ନୋଟିସ ମୂଲ୍ୟହୀନ: କେନ୍ଦ୍ରାପଡ଼ାରେ ସର୍ବାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ

କେନ୍ଦ୍ରାପଡ଼ା,୧୫ା୪ (ଜଗନ୍ନାଥ ଧଳ): ବାଂଲାଦେଶ ଓ କେନ୍ଦ୍ରାପଡ଼ା ଜିଲା ମଧ୍ୟରେ ଖୋଲାମେଲା ସମୁଦ୍ର। ଏହି ଦୂରତା ଅତିକ୍ରମ କରିବା ପାଇଁ ସି ସଟ୍‌ଲକୁ ମାତ୍ର ୮ ଘଣ୍ଟା ଆବଶ୍ୟକ। ତଟରକ୍ଷା ବାହିନୀ, ୩ ସାମୁଦ୍ରିକ ଥାନା ସତ୍ତ୍ୱେ ଅନୁପ୍ରବେଶ ରୋକି ହେଉନାହିଁ। ଫଳରେ ଜିଲାରେ ଅନୁପ୍ରବେଶ ବଢ଼ିଚାଲିଛି। ଏହି ଅନୁପ୍ରବେଶକାରୀ ଜିଲାରେ ଆଡ୍ଡା ଜମାଇ ଜଙ୍ଗଲ ଜମି ହଡ଼ପ କରୁଥିବା ଅଭିଯୋଗ ହେଉଛି। ଏପରିକି ଜାଲ ସଂରକ୍ଷିତ ଜାତି ପ୍ରମାଣପତ୍ରରେ ସରକାରୀ ଚାକିରି ମଧ୍ୟ ହାତଉଛନ୍ତି।

ଗତ ମାର୍ଚ୍ଚରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ୩,୭୩୮ ବାଂଲାଦେଶୀ ବେଆଇନ ଭାବେ ରହିଥିବା ସୂଚନା ଦେଇଥିଲେ। ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲାରେ ସର୍ବାଧିକ ୧,୬୪୯ ଅନୁପ୍ରବେଶକାରୀ ବାଂଲାଦେଶୀ ଅଛନ୍ତି। ତେବେ ଏହି ସଂଖ୍ୟା ୨୦୦୪ ମସିହାରୁ ଗଡ଼ିଆସୁଛି। ୨୦୦୪ରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ୧,୬୪୯ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଥିଲା। ୨୦୦୫ ମସିହାରେ ଏମାନଙ୍କ ମଧ୍ୟରୁ ୧,୫୫୧ ଜଣଙ୍କୁ ଦେଶାନ୍ତର ନୋଟିସ ହୋଇଥିଲା। ମାତ୍ର ଏମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏମାନେ ଅଦ୍ୟାବଧି ଜିଲାରେ ରହିଛନ୍ତି ବୋଲି ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି।

ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର କହିଛନ୍ତି, ଦେଶାନ୍ତର ନୋଟିସ ପାଇଥିବା ଅନୁପ୍ରବେଶକାରୀଙ୍କ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏପର୍ଯ୍ୟନ୍ତ କୋର୍ଟ ପକ୍ଷରୁ ଏନେଇ କୌଣସି ନିର୍ଦ୍ଦେଶନାମା ଆସିନାହିଁ। ଅପରପକ୍ଷେ ଏଠାରେ ରହୁଥିବା ବାଂଲାଦେଶୀ ଜାତି ପ୍ରମାଣପତ୍ରରେ ମଧ୍ୟ ଜାଲିଆତି କରୁଥିବା ମହାକାଳପଡ଼ାର ଅମିତାଭ ଚାନ୍ଦ କହିଛନ୍ତି। ସେ ଜିଲା ପ୍ରଶାସନକୁ ଅଭିଯୋଗ କରି ଅନୁପ୍ରବେଶକାରୀଙ୍କ ଜାଲିଆତିକୁ ପଦାରେ ପକାଇଛି। ମାର୍ଚ୍ଚ ୧୨ରେ ଏସ୍‌ସି ଏସ୍‌ଟିର ଷ୍ଟେଟ ଲେଭଲ ସ୍କ୍ରୁଟିନି କମିଟିରେ ତାଙ୍କ ଅଭିଯୋଗ ଫଇସଲା ସଂକ୍ରାନ୍ତ ତଥ୍ୟ ବାହାରିଛି। ଏହି ଫଇସଲାରେ ବାଂଲାଦେଶରୁ ୧୯୭୨ ମସିହାରେ ମହାକାଳପଡ଼ା ରାମନଗରକୁ ଆସିଥିବା ବିଜୟକୃଷ୍ଣ ଦେବନାଥଙ୍କ ପରିବାର ସଦସ୍ୟ ମିଥ୍ୟା ଜାତି ପ୍ରମାଣପତ୍ରରେ ଚାକିରି କରିଥିବା ପ୍ରମାଣିତ ହୋଇଛି। ଆର୍‌ଡିସି ତଥା କମିଟି ସଦସ୍ୟ ବି. ପରମେଶ୍ୱରନ, ଏସ୍‌ସି ଏସ୍‌ଟି ଆର୍‌ଟିଆଇ ସହକାରୀ ନିର୍ଦ୍ଦେଶକ ମୌସୁମୀ ନାୟକ, କେନ୍ଦ୍ରାପଡ଼ା ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଓ କମିଟି ଯୁଗ୍ମ ନିର୍ଦ୍ଦେଶକ ପଦ୍ମଚରଣ ନାୟକ ଏହି ଅଭିଯୋଗ (କେସ୍‌ ନଂ. ଏକ୍ସଭିଆଇ ୩/୨୦୧୮) ଶୁଣାଣି କରି ପରିବାର ସଦସ୍ୟ ନୀଳିମା ଦେବନାଥ ଓ ଶୁଭ୍ରାଂଶୁ ଶେଖର ଦେବନାଥଙ୍କ ବିରୋଧରେ ଚାକିରି କରିଥିବା ଭୁବନେଶ୍ୱରସ୍ଥିତ ଓଡ଼ିଶା ହାଇଡ୍ରୋପାୱାର କର୍ପୋରେଶନ ଲିମିଟେଡ୍‌ର ନିର୍ଦ୍ଦେଶକ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍‌ର ପରିଚାଳକଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପରିବାରର ଅନ୍ୟ ୫ ସଦସ୍ୟଙ୍କ ମିଥ୍ୟା ଜାତି ପ୍ରମାଣପତ୍ର ଥିବାରୁ ଆଗାମୀ ସମୟରେ ଏହାର ଦୁରୁପଯୋଗ ରୋକିବାକୁ ଜିଲାପାଳଙ୍କୁ ଚିଠି କରିଛନ୍ତି। ସେହିପରି ଏସ୍‌ପିଙ୍କ ଚିଠିରେ ଆପରାଧିକ କାର୍ଯ୍ୟ ପାଇଁ ପରିବାର ସଦସ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଲ୍ଲେଖ ଅଛି।

ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା)ର ଜିଲା ଆବାହକ ପ୍ରତାପ କୁମାର ମହାନ୍ତି କହିଛନ୍ତି, ବାଂଲାଦେଶୀଙ୍କ ଅନୁପ୍ରବେଶର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ମହାକାଳପଡ଼ା ବ୍ଲକ୍‌ ବରକୋଳିଖଳା ଗ୍ରାମର ଅମିତ ରାୟ। ତାଙ୍କର ବାଂଲାଦେଶୀ ସାର୍ଟିଫିକେଟ ଓ ଏଠାରେ ଜାଲିଆତି କରି ପାଇଥିବା ରାଶନ କାର୍ଡ, ଶିକ୍ଷା ପ୍ରମାଣପତ୍ର, ପାସ୍‌ପୋର୍ଟ ଆଦିକୁ ଜିଲା ପ୍ରଶାସନ ପକ୍ଷରୁ ଜବତ ସତ୍ତ୍ୱେ ଏବେ ମଧ୍ୟ ସେ ରହୁଛନ୍ତି। ସେହିପରି ୨୦୨୪ ନିର୍ବାଚନରେ ୧୩୭ ଜଣଙ୍କ ଜାଲ ଭୋଟର ପରିଚୟପତ୍ରକୁ ଜିଲା ପ୍ରଶାସନ ଖାରଜ କରିଥିଲା। ପରିଚୟ ପତ୍ର ଖାରଜ ପରେ ସେମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ମଧ୍ୟ ଜଣାପଡ଼ିନାହିଁ। କେନ୍ଦ୍ରପଡ଼ା ଜିଲାର ରାଜକନିକା, ରାଜନଗର, ମହାକାଳପଡ଼ା ସହ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମଧ୍ୟ ଅନୁପ୍ରବେଶକାରୀଙ୍କୁ ଦେଖିବାକୁ ମିଳୁଛି। ସେମାନେ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି। ଏମାନଙ୍କ ଚିହ୍ନଟ ପାଇଁ ୧୯୫୧ ପ୍ରଜାସ୍ବତ୍ୱ, ୧୯୭୪ର ଭୋଟର ପରିଚୟ ପତ୍ର କାର୍ଯ୍ୟକାରୀ ହେଉ। ଚିହ୍ନଟ ପରେ ସେମାନଙ୍କୁ ଦେଶାନ୍ତର କରାଯାଉ ବୋଲି ପ୍ରତାପ ମତବ୍ୟକ୍ତ କରିଛନ୍ତି। ଜିଲାକୁ ଅନୁପ୍ରବେଶ ସମ୍ପର୍କରେ ଏସ୍‌ଡିପିଓ ଜ୍ୟୋତିଶଙ୍କର ଗୌଡ଼ଙ୍କୁ ପଚାରିବାରେ ସାମୁଦ୍ରିକ ଥାନା ସହ ଜିଲାର ଅନ୍ୟ ଥାନାଗୁଡ଼ିକରେ ଏ ନେଇ ସତର୍କଦୃଷ୍ଟି ଦିଆଯାଉଛି। ଅଚିହ୍ନା ଲୋକ ସ୍ଥାନୀୟ ଅଞ୍ଚଳରେ ରହିଲେ କିମ୍ବା ବୁଲାଚଲା କରୁଥିଲେ ନିକଟସ୍ଥ ଥାନାକୁ ସୂଚନା ଦେବାକୁ ସଚେତନତା କାର୍ଯ୍ୟକ୍ରମ ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri