ସରକାରଙ୍କ ଜମି ଅଧିଗ୍ରହଣ, ପଟ୍ଟାରେ ଠିକା ସଂସ୍ଥା

କେନ୍ଦ୍ରାପଡ଼ା ଅଫିସ, ୨୨ା୧୨: ଭଦ୍ରକ ଜିଲାର ୪ ବ୍ଲକ ଓ ୩ ଏନ୍‌ଏସି ଅଞ୍ଚଳବାସୀଙ୍କୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଚାନ୍ଦବାଲି ବ୍ଲକ ନୂଆହାଟଠାରେ ମେଗା ପ୍ରକଳ୍ପ ନିର୍ମାଣ ହେଉଛି। ରାଜ୍ୟ ସରକାର ବସୁଧା ଯୋଜନାରେ ଏଥିପାଇଁ ୯୮୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି ଅର୍ଥ ମଧ୍ୟରୁ ୬ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ ଇନ୍‌ଟେକ ୱେଲ ପାଇଁ କେନ୍ଦ୍ରାପଡ଼ା ଜିଲାର ଖରସ୍ରୋତା ନଦୀ ନିକଟ ବରୁଣାଡିହାର ୩ଟି ପ୍ଲଟ ୧୩ ସ୍ବତ୍ୱାଧିକାରୀଙ୍କ ଜମି ଅଧିଗ୍ରହଣ ହେଲା। ଏହି ୩ ପ୍ଲଟ ରାଜ୍ୟ ସରକାର ଅଧିଗ୍ରହଣ କରିଥିଲେ ମଧ୍ୟ ପ୍ରକଳ୍ପ ଠିକା ସଂସ୍ଥାର ବରିଷ୍ଠ କର୍ମଚାରୀ ଆନ୍ଧ୍ରପ୍ରଦେଶର ସେକ୍‌ ହୋସେନ ବାଶହା ପଟ୍ଟାଧାରୀ ଅଛନ୍ତି। ଏପରି ଦ୍ୱନ୍ଦ୍ୱାତ୍ମକ ତଥ୍ୟ ଆରଟିଆଇ ମାଧ୍ୟମରେ ମାର୍ଶାଘାଇ ବ୍ଲକ ତାଳସଙ୍ଗା ଗ୍ରାମର ପ୍ରତାପ କୁମାର ମହାନ୍ତି ଓ କେନ୍ଦ୍ରାପଡ଼ା ପୌରାଞ୍ଚଳର ଖଡିଅଙ୍ଗ ଗଁାର କ୍ଷୀତିଶ କୁମାର ସିଂହଙ୍କୁ ମିଳିଛି। ସରକାରୀ ଯୋଜନା ଟଙ୍କାରେ ଠିକା ସଂସ୍ଥା କର୍ମଚାରୀଙ୍କୁ ପଟ୍ଟା ମିଳିବା ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି। ପ୍ରକଳ୍ପ ସମ୍ପର୍କରେ ବିଭିନ୍ନ ଅନିୟମିତତା ତଥ୍ୟ ଗୋଟିଏ ପରେ ଗୋଟିଏ ଖୋଲୁଥିବା ବେଳେ ରାଜକନିକାର ସଞ୍ଜୟ ବେହୁରାଙ୍କ ଏନ୍‌ଜିଟି ମାମଲା ଜାନୁୟାରୀ ୧୮ରେ ଶୁଣାଣି ହେବ ବୋଲି ମଙ୍ଗଳବାର ସୂଚନା ମିଳିଛି।
ଭଦ୍ରକ ଜିଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଗତ ୯ ତାରିଖରେ ପ୍ରତାପଙ୍କୁ ଆରଟିଆଇରେ ମିଳିଥିବା ତଥ୍ୟ (ଚିଠି ନଂ.୬୦୯୦) ଅନୁଯାୟୀ ବରୁଣାଡିହାର ଖାତା ନଂ. ୪୭୨, ପ୍ଲଟ ନଂ. ୩୩୦୨କୁ ବରୁଣାଡିହାର ସ୍ବତ୍ୱାଧିକାରୀ ଉମାଦେବୀ ବେହେରା ଓ ରମାମଣୀ ଜେନାଙ୍କଠାରୁ ଗତ ୨୦୧୯ ଅକ୍ଟୋବର ୨୩ରେ ଜମି ଅଧିଗ୍ରହଣ ହୋଇଛି। ଏଥିପାଇଁ ସେମାନଙ୍କୁ ୧,୮୯,୦୦୦ ପ୍ରଦାନ କରାଯାଇଛି। ସେହିପରି ୨୦୧୯ ନଭେମ୍ବର ୬ରେ ଖାତା ନଂ. ୪୨୯, ପ୍ଲଟ ନଂ. ୩୩୦୩ ପାଇଁ ବରୁଣାଡିହାର ପଞ୍ଚାନନ ବିଶ୍ୱାଳ, ଧ୍ରୁବ ବିଶ୍ୱାଳ ଓ ମହେଶ୍ୱର ବିଶ୍ୱାଳଙ୍କୁ ୧,୬୨,୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏଥିସହ ସେହି ମାସ ୮ ତାରିଖରେ ଖାତା ନଂ. ୫୯୧, ପ୍ଲଟ ନଂ. ୩୩୦୪ ଜମି ଅଧିଗ୍ରହଣ ପାଇଁ ବିଭାଗ ପକ୍ଷରୁ ବରୁଣାଡିହାର ଶୈଳବାଳା ବେହେରା, ନବକିଶୋର ବିଶ୍ୱାଳ, ସୁରେନ୍ଦ୍ର ବିଶ୍ୱାଳ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ବିଷ୍ଣୁଚରଣ ବିଶ୍ୱାଳ, ବସନ୍ତ କୁମାର ବିଶ୍ୱାଳ, ପାରିନୂଆପଡାର ବିଳାସିନୀ ବେହେରା ଓ ବର୍ତ୍ତନୀର ଜୟନ୍ତୀ ଦାସଙ୍କୁ ୨,୭୯,୦୦୦ ଟଙ୍କା ପ୍ରଦାନ କରାଯାଇଛି। ତେବେ କେନ୍ଦ୍ରାପଡ଼ା, ଭଦ୍ରକ ଜିଲା ଜମି ଅଧିଗ୍ରହଣକାରୀ, ରାଜକନିକା ଓ ଚାନ୍ଦବାଲି ତହସିଲ ପକ୍ଷରୁ ଏହି ଜମି ଅଧିଗ୍ରହଣ ହୋଇ ନ ଥିବା ପ୍ରତାପ ଏବଂ କ୍ଷୀତିଶଙ୍କୁ ଆଇଟିଆଇରେ ମିଳିଥିବା ତଥ୍ୟରେ ସୂଚନା ମିଳିଛି। ଅପରପକ୍ଷରେ ସ୍ବତ୍ୱାଧିକାରୀଙ୍କଠାରୁ ୨୦୧୯ରେ ଆନ୍ଧ୍ରପ୍ରଦେଶ ରାଜ୍ୟ କୁନ୍ନୁଲ ଜିଲାର ସେକ୍‌ ହୋସେନ ବାଶହାଙ୍କ ନାମରେ ଏହି ୩ ପ୍ଲଟ କିଣାଯାଇଥିବା ରାଜକନିକା ତହସିଲର ଦାଖଲ ଖାରଜ କେସ ନଂ. ୩୫୫୬/୨୦୧୯, ୩୭୨୧/୨୦୧୯ ଓ ୩୮୧୩/୨୦୧୯ରୁ ଜଣାପଡିଛି। ସରକାରୀ ଯୋଜନା ଅର୍ଥରେ ଏକ ଠିକା ସଂସ୍ଥା କର୍ମଚାରୀଙ୍କ ନାମରେ ଜମି କିଣାକୁ ନେଇ କେନ୍ଦ୍ରାପଡ଼ା ଜିଲା ଜନ ଅଧିକାର ଅଭିଯାନ ଆବାହକ ଭୁବନମୋହନ ଜେନା, ସାମାଜିକ କର୍ମୀ ଡା. ମିଲନ କୁମାର, ପରିବେଶବିତ୍‌ ପ୍ରଦୀପ କୁମାର ତରାଇ ପ୍ରମୁଖ ପ୍ରଶ୍ନ ଉଠାଇଛନ୍ତି। ସରକାରୀ ଅର୍ଥର ଅସଦ୍‌ଉପଯୋଗକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେମାନେ ମତ ଦେଇଛନ୍ତି। ଅପରପକ୍ଷରେ ଖରସ୍ରୋତା ନଦୀ ପାଣି ବିବାଦକୁ ନେଇ ରାଜକନିକାର ସଞ୍ଜୟ ଏନ୍‌ଜିଟିରେ ମାମଲା(ନଂ.୨୩/୨୦) କରିଥିଲେ। ଏହାର ଶୁଣାଣି ପୂର୍ବାହ୍ନରେ ହେବାକୁ ଥିବା ବେଳେ ଆସନ୍ତା ଜାନୁୟାରୀ ୧୮ ତାରିଖକୁ ଏହା ଘୁଞ୍ଚତ୍ ଯାଇଛି। ସୂଚନାଯୋଗ୍ୟ, ଏହି ପାଣି ବିବାଦକୁ ନେଇ ଦୁଇବର୍ଷ ଧରି ପ୍ରଶାସନ ଓ ଜିଲାବାସୀ ବହୁବାର ମୁହଁାମୁହିଁ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri