Posted inଫୁରସତ

ସରକାରୀ ଚାକିରି-ପ୍ରେମ ବିବାହର ସୂଚନା ଦିଏ ଜନ୍ମ ତାରିଖ…

ଯୁବବର୍ଗଙ୍କ ମଧ୍ୟରେ ବିବାହ ଏବଂ ସରକାରୀ ଚାକିରି ନେଇ ଆଗ୍ରହ ରହିଥାଏ । ଭବିଷ୍ୟତରେ ସରକାରୀ ଚାକିରୀ ହେବ କି ନାହିଁ ସେ ନେଇ ସେମାନଙ୍କର ଜିଜ୍ଞାଷା ରହିଥାଏ। ସେହିପରି ପ୍ରେମ ବିବାହ ହେବ ନା ଆରେଞ୍ଜ ହେବ ସେନେଇ ମନରେ ଉତ୍ସୁକତା ରହିଥାଏ । ପ୍ରେମ ବିବାହ କରିବେ ଅବା ସରକାରୀ ଚାକିରି ସମ୍ପର୍କରେ ଜନ୍ମ ତାରିଖରୁ ହିଁ ଜଣାପଡ଼ିଥାଏ ବୋଲି କାଶୀର ଜ୍ୟୋତିଷ ଗଣେଶ ଶର୍ମା କହିଥାନ୍ତି। ୩,୧୨,୨୧,୩୦ ତାରିଖରେ ଜନ୍ମିତ ବ୍ୟକ୍ତି ପ୍ରେମ ବିବାହରେ ସଫଳତା ହାସଲ କରିଥାନ୍ତି। ଜୀବନରେ ସେମାନଙ୍କ ଲାଗି ପ୍ରେମ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏଭଳି ବ୍ୟକ୍ତି ସରକାରୀ ଚାକିରି କ୍ଷେତ୍ରରେ ପଛୁଆ ରହିଥାନ୍ତି। ୬, ୧୫, ୨୪ ତାରିଖରେ ଜନ୍ମିତ ବ୍ୟକ୍ତି ପ୍ରେମ ବିବାହରେ ସଫଳ ରହିଥାନ୍ତି । ସେମାନଙ୍କ ଜୀବନରେ ଏକାଧିକ ପ୍ରେମ ସମ୍ପର୍କର ସମ୍ଭାବନା ରହିଥାଏ । ଏଭଳି ବ୍ୟକ୍ତିଙ୍କ ଜୀବନରେ ଚାକିରି କ୍ଷେତ୍ରରେ ବହୁ ବାଧା ଦେଖାଦେଇଥାଏ। ୧,୧୦,୧୯,୨୮ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ସାଧାରଣତଃ ଲାଜକୁଳା ସ୍ବଭାବର ହୋଇଥାନ୍ତି। ସେମାନେ ନିଜର ପ୍ରେମକୁ ପ୍ରକାଶ କରିବାରେ କୁଣ୍ଠାବୋଧ କରନ୍ତି ଫଳରେ ପ୍ରେମ ବିବାହ କ୍ଷେତ୍ରରେ ଏଭଳି ବ୍ୟକ୍ତିଙ୍କୁ କମ୍‌ ସଫଳତା ମିଳିବାର ସମ୍ଭାବନା ଥାଏ। ୨,୧୧, ୨୦, ୨୯ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ବୁଝି ବିଚାରି ସମସ୍ତ କାର୍ଯ୍ୟ କରନ୍ତି। ପ୍ରେମ ପ୍ରତି ଅନୁରାଗ ସୃଷ୍ଟି ହେଲେ ତାହା ସଫଳ କରିବାକୁ ସେମାନେ ପ୍ରୟାସ କରନ୍ତି । ଏଭଳି ବ୍ୟକ୍ତି ସରକାରୀ ଚାକିରିରେ ସଫଳ ରହିଥାନ୍ତି। କେତେକ ଉଚ୍ଚ ସରକାରୀ ପଦରେ ରହିଥାନ୍ତି। ୪,୧୩, ୨୨, ୩୧ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ପାଖରେ ପ୍ରେମ ପାଇଁ ସମୟ ନ ଥାଏ । ସେମାନେ ପ୍ରେମ ଅପେକ୍ଷା ଜୀବନରେ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇଥାନ୍ତି। ଭଲ ଚାକିରି ଏବଂ ସାମାଜିକ ପ୍ରତିଷ୍ଠା ଲାଗି ସେମାନଙ୍କର ଝୁଙ୍କ ଥାଏ। ୫, ୧୪, ୨୩ ତାରିଖରେ ଜନ୍ମିତ ବ୍ୟକ୍ତି ଜନ୍ମିତ ବ୍ୟକ୍ତି ଆରେଞ୍ଜ ମ୍ୟାରେଜକୁ ପସନ୍ଦ କରନ୍ତି। ଏଭଳି ବ୍ୟକ୍ତି ଉଚ୍ଚ ପଦପଦବୀରେ ରହିବାର ସମ୍ଭାବନା ରହିଥାଏ। ସେହିପରି ୮,୧୭, ୨୬ ତଥା ୯, ୧୮, ୨୭ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ପ୍ରେମବିବାହ ପଥରେ ବହୁ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଏଭଳି ବ୍ୟକ୍ତି ସରକାରୀ ଚାକିରି କଲେ ମଧ୍ୟ ସେମାନଙ୍କର ବିବାହ ବିଳମ୍ବରେ ହେବାର ସମ୍ଭାବନା ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାଇ ବୋଲି କହିଲେ ନେତାନ୍ୟାହୁ, ସଂସଦରେ କହିଲେ ‘ଭାରତ ଆମର ମହାନ ବନ୍ଧୁ…’

ନୂଆଦିଲ୍ଲୀ,୨୫।୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ଭବ୍ୟ ସ୍ୱାଗତ ପରେ, ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲୀ ସଂସଦକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଅଛି ।…

ବରିଷ୍ଠ  ଆଇନଜୀବୀଙ୍କ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ବରିଷ୍ଠ ଆଇନଜୀବୀ ଦିବାକର ପାଢ଼ୀ(୭୫) ଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରେ ପରଲୋକ ହୋଇଛି । ସେ ଦୀର୍ଘବର୍ଷ ହେଲା…

ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ରିଙ୍କୁ ସିଂଙ୍କ ବାପା, ଆଗକୁ ଖେଳିବେ କି ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୨: ଭାରତର ଷ୍ଟାର କ୍ରିକେଟର ରିଙ୍କୁ ସିଂହ ସମ୍ପ୍ରତି ଟିମ୍ ଇଣ୍ଡିଆ ଛାଡି ଘରକୁ ଫେରିଥିଲେ । ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ତାଙ୍କ ଫେରିବାର…

ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂଜାରି, ୨୪ ଘଣ୍ଟା ମଧ୍ୟରେ ଏହି ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର,୨୫।୨: ୨୩ ଜିଲାରେ ବର୍ଷା ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସୂଚନା ଦେଲେ ଆଞ୍ଚଳିକ…

କ’ଣ ଗୋଟିଏ ପୁଅ ନାଁରେ ସବୁ ସମ୍ପତ୍ତି କରିପାରିବେ ବାପା? ଜାଣନ୍ତୁ କ’ଣ ରହିଛି ନିୟମ

ପରିବାରରେ ସମ୍ପତ୍ତି ବିବାଦ କିଛି ନୂଆ ନୁହେଁ। ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, ପ୍ରାୟତଃ ଏହି ପ୍ରଶ୍ନ ଉଠେ: ଜଣେ ପିତା କ’ଣ ତାଙ୍କର ସମସ୍ତ ଜମି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ସ୍ତ୍ରୀକୁ ମାରିବାକୁ ଉଦ୍ୟମ ବେଳେ ମଝିରେ ଆସିଲେ ଶ୍ବଶୁର, ପେଟ୍ରୋଲ ଢାଳି ମାରିଦେଲେ ଜ୍ବାଇଁ

ବାଲିଆପାଳ,୨୫।୨(ଗୋପାଳ ଚନ୍ଦ୍ର ସାହୁ/ରାଜଶ୍ରୀ ପାଣିଗ୍ରାହୀ) ପ୍ରେମ ବିବାହର କରୁଣ ପରିଣତି । ଜ୍ବାଇଁ ସାଜିଲେ ନରରାକ୍ଷସ। ପେଟ୍ରୋଲ ଢ଼ାଳି ଜୀବନରୁ ସ୍ତ୍ରୀଙ୍କୁ ମାରିବା ଉଦ୍ୟମ କରୁଥିବା ବେଳେ…

ମର୍ଡର ଘଟଣା ଉପରୁ ପର୍ଦ୍ଦା ହଟାଇଲେ କୋରାପୁଟ ଏସ୍‌ପି, ପ୍ରେମିକକୁ ପାଇବା ପାଇଁ ହତ୍ୟା କରିଥିଲେ ଝିଅ

ବୋରିଗୁମ୍ମା,୨୫।୨(ବିଜୟ ନାରାୟଣ ସାହୁ): ପ୍ରେମ ପାଇଁ ଜଣେ ନାବାଳିକା ତାଙ୍କ ପ୍ରେମିକ ସହ ମିଶି ମା’ ଓ ନାବାଳକ ଭାଇଙ୍କୁ ହତ୍ୟାକାଣ୍ଡ ମାମଲାରେ ପୋଲିସର ବଡ଼ ଖୁଲାସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri