‘ସରକାରୀ ଚାକିରି ବୟସସୀମା ବୃଦ୍ଧି କରାଯାଉ’

ଭୁବନେଶ୍ୱର, ୨୭।୧୨ (ଅନୁରାଧା ମହାରଣା): ସରକାରୀ ଚାକିରି ପାଇଁ ଆବେଦନର ସର୍ବୋଚ୍ଚ ବୟସସୀମା ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୪୨ ବର୍ଷକୁ ସ୍ଥାୟୀଭାବେ ବୃଦ୍ଧି କରାଯାଉ ବୋଲି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ଆଶାୟୀମାନେ ଦାବି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଦାବିପତ୍ର ପ୍ରଦାନ କରାଯାଇଛି। ଆଶାୟୀଙ୍କ କହିବାନୁସାରେ, ବିଧାନସଭାରେ ବିଧାୟକମାନେ ବାରମ୍ବାର ଏହି ଦାବିକୁ ଉପସ୍ଥାପନ କରିଛନ୍ତି। ଓଡିଶା ଲୋକସେବା ଆୟୋଗ, ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ, ଓଡିଶା କର୍ମଚାରୀ ଚୟନ ଆୟୋଗ ଓ ଅନ୍ୟାନ୍ୟ ବୋର୍ଡ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରକାର ଚାକିରିରେ ଖାଲିଥିବା ପଦ ନିୟମାନୁସାରେ ପ୍ରତିବର୍ଷ ପୂରଣ କରାଯାଉନାହିଁ। ରାଜ୍ୟ ସରକାର ୨୦୨୧, ୨୦୨୨ ଓ ୨୦୨୩ ତିନିବର୍ଷ ଲାଗି ନିଯୁକ୍ତି କ୍ଷେତ୍ରରେ ସର୍ବାଧିକ ବୟସସୀମା ୩୨ ବର୍ଷରୁ ୩୮ବର୍ଷକୁ ବୃଦ୍ଧି କରିଛନ୍ତି। ଏହି ୩ ବର୍ଷ ମଧ୍ୟରୁ ୨୦୨୨ରେ ଓଡ଼ଶା ସବ୍‌ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ କୌଣସି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଲା ନାହଁି। ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଅଧିକାଂଶ ପରୀକ୍ଷାର୍ଥୀଙ୍କ ଆବେଦନର ବସୟ ସୀମା ଗଡ଼ିଗଲା। ଯଦି ପୂର୍ବବର୍ଷ ଅନୁସାରେ ଆବେଦନର ବୟସସୀମା ୩୮ବର୍ଷ ଥାନ୍ତା ତେବେ ସେମାନେ ଆବେଦନ କରିବା ପାଇଁ ସୁଯୋଗ ପାଇଥାନ୍ତେ। ସେହିଭଳି ୨୦୨୨ରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ନ ପାଇବାରୁ ବହୁ ଆଶାୟୀ ଏବେ ଆବେଦନରୁ ବଞ୍ଚତ୍ତ ହେବେ। ୨୦୦୦ମସିହାରୁ ବର୍ତ୍ତମାନ ଯାଏ ସଧାରଣବର୍ଗର ଅନେକ ଗରିବ ମେଧାବୀ ଆଶାୟୀ ଚାକିରି ସୁଯୋଗରୁ ବଞ୍ଚତ୍ତ ହୋଇଛନ୍ତି। ଏବେ ରାଜ୍ୟର ବିଭିନ୍ନ ବିଭାଗରେ ଲକ୍ଷାଧିକ ପଦ ଖାଲି ପଡିଥିବା ବିଧାନସଭା ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri