ଜବତ ଖଣିଜକୁ ମିଳୁନି ପରିବହନ ଅନୁମତି, ରାଜସ୍ବ ହରାଉଛନ୍ତି ସରକାର

ଯୋଡ଼ା,୨୫ା୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଦୁଇଟି ରେଳ ସାଇଡିଂରୁ ଦାବିଦାର ନ ଥିବା ଲୁହାପଥରକୁ ଗତ ଡିସେମ୍ବରରେ ଖଣି ବିଭାଗ ଜବତ କରିଥିଲା। ଇତି ମଧ୍ୟରେ ତାହା ନିଲାମ ହୋଇସାରିଥିବା ବେଳେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଉକ୍ତ ଖଣିଜଗୁଡ଼ିକର ପରିବହନ ଅନୁମତି ମିଳିପାରୁନାହିଁ। ଦକ୍ଷିଣ ପୂର୍ବ ରେଳ ପଥର ଚକ୍ରଧରପୁରସ୍ଥିତ ଡିଭିଜନ ଅନ୍ତର୍ଗତ ଏହି ରେଳ ସାଇଡିଂ ଆସୁଥିବାରୁ ଜବତ ଖଣିଜର ଗଚ୍ଛିତ ଭଡ଼ା ଏବେ ଚକ୍ରଧରପୁରସ୍ଥିତି ଡିସିଏମ କାର୍ଯ୍ୟାଳୟ ଦାବି କରୁଛି। ଯାହାକି ଆଇନ ପରିସର ବହିର୍ଭୁତ ବୋଲି ଖଣି ବିଶେଷଜ୍ଞ ମତ ଦେଉଛନ୍ତି। ଅପରପକ୍ଷରେ ଖଣିଜ ନିଲାମୀର ଦେଢ଼ ମାସ ପରେ ବି ନିଲାମଧାରୀ ପରିବହନ କରିପାରୁ ନ ଥିବାରୁ ସରକାର ରାଜସ୍ବ ହରାଉଛନ୍ତି।

ସୂଚନା ଅନୁଯାୟୀ, ଜୁରୁଡି ରେଳ ସାଇଡିଂର ଗୋଟିଏ ପ୍ଲାଟ୍‌ଫର୍ମରୁ ୧୩୨୪୩.୮୯୦ ମେଟ୍ରିକ୍‌ ଟନ ଓ ବାଂଶପାଣି ରେଳ ସାଇଡିଂର ଗୋଟିଏ ପ୍ଲାଟଫର୍ମରୁ ୩୯୮୧୮.୦୬୦ ମେଟ୍ରିକ ଟନ୍‌ ଦାବିଦାର ନ ଥିବା ଲୁହାପଥରକୁ ଖଣି ବିଭାଗ ଗତ ଡିସେମ୍ବରରେ ଜବତ କରିଥିଲା। ଏହା ପରେ ଉକ୍ତ ଲୁହାପଥରକୁ ଓଡ଼ିଶା ଖଣି ନିଗମ ମାଧ୍ୟମରେ ନିଲାମ କରାଯାଇଥିଲା। ଜୁରୁଡ଼ି ରେଳ ସାଇଡିଂରେ ଜବତ ଲୁହାପଥରକୁ ୫ କୋଟି ୮୧ ଲକ୍ଷ ଟଙ୍କା, ବାଂଶପାଣି ରେଳ ସାଇଡିଂ ରେଳ ସାଇଡିଂଠାରେ ଜବତ ଲୁହାପଥରକୁ ପ୍ରାୟ ୧୬ କୋଟି ଟଙ୍କାରେ ନିଲାମ କରାଯାଇଥିଲା। ନିଲାମ ନେଇଥିବା ବ୍ୟବସାୟୀମାନେ ଯୋଡ଼ା ଖଣି ଉପ ନିର୍ଦ୍ଦେଶାଳୟରୁ ପରିବହନ ଅନୁମୋଦନ ନେଇ ୨ ରେଳ ସାଇଡିଂରୁ ଲୁହାପଥରକୁ ପରିବହନ କରିବାକୁ ପ୍ରସ୍ତୁତ ହେଉ ଥିବା ବେଳେ ରେଳ ମନ୍ତ୍ରଣାଳୟ ପରିବହନ ଅନୁମତି ଦେଉନାହିଁ। ଏ ନେଇ ଖଣି ବିଭାଗ ଓ ରେଳ ମନ୍ତ୍ରଣାଳୟ ମଧ୍ୟରେ ଏକ ଶୀତଳଯୁଦ୍ଧ ଆରମ୍ଭ ହୋଇଛି। ଚୋରା ଖଣିଜ କାରବାରର ଏକ ମାଧ୍ୟମ ରେଳ ଦ୍ୱାରା ହୋଇଥାଏ ବୋଲି ଅତୀତରେ ନଜିର ରହିଛି। ୨୦୦୯ରୁ ୨୦୧୩ ମଧ୍ୟରେ ଅନେକ ଲକ୍ଷ ଟନ୍‌ ଦାବିଦାର ନ ଥିବା ଲୁହାପଥର ରେଳ ସାଇଡିଂରୁ ଜବତ ହୋଇଥିଲା। ସେତେବେଳେ ବହୁ ଅସାଧୁ ପରିବହନ ଠିକାଦାର, ରେଳ ଲୋଡିଂ ଠିକାଦାର ଗିରଫ ହୋଇ କୋର୍ଟଚାଲାଣ ହୋଇଥିଲେ। ସେହି ଘଟଣା ଲୋକ ଲୋଚନରୁ ଲିଭି ନ ଥିବା ବେଳେ ପୁନଃ କିଛି ଅସାଧୁ ଲୋଡିଂ ଠିକାଦାର, ଅସାଧୁ କର୍ମଚାରୀ ରେଳ ସାଇଡିଂରେ ଜମା ଲୁହାପଥରକୁ ଲୋଡିଂ ବେଳେ ଖଣିଜ ନିଅଣ୍ଟ ହେଲେ ଜମା ଖଣିଜରୁ ଅସାଧୁ ଉପାୟରେ ଆଣି ରେଳ ରେକ୍‌ରେ ବୋଝେଇ କରି ଥାଆନ୍ତି ବୋଲି ଖଣି ବିଭାଗ ପକ୍ଷରୁ କୁହାଯାଇଛି।

ଏ ସଂକ୍ରାନ୍ତରେ ଯୋଡ଼ା ଖଣି ଉପ ନିର୍ଦ୍ଦେଶକ ଦିନେଶ ଅଗ୍ରୱାଲ କହିଛନ୍ତି, ରେଳ ମନ୍ତ୍ରଣାଳୟ ପରିବହନ ଅନୁମତି ଦେଉ ନ ଥିବାରୁ ସେ ଝାଡ଼ଖଣ୍ଡ ରାଜ୍ୟ ଚକ୍ରଧରପୁରସ୍ଥିତ ରେଲଓ୍ବେ କାର୍ଯ୍ୟାଳୟକୁ ୨୨ ଡିସେମ୍ବର ୨୦୨୩ରେ ଡିଭି ଜୋନାଲ ରେଲୱେ ମ୍ୟାନେଜର(ଡିଆରଏମ)ଙ୍କୁ ଚିଠି ଲେଖିଥିଲେ। ତେବେ ଚିଠିର କୌଣସି ଉତ୍ତର ସେ ପାଇ ନ ଥିବା କହିଛନ୍ତି। ଅନ୍ୟପକ୍ଷେ ରେଲ୍‌ଓ୍ବେର ଡମ୍ପ୍‌ ଆଣ୍ଡ ଲୋଡ୍‌ ପଲିସି ଅର୍ଥାତ୍‌ ଖଣିଜକୁ ଜମା ନ ରଖି ତୁରନ୍ତ ପରିବହନ ନିୟମ ରହିିଥିବା ବେଳେ କେବଳ ଗୋଟିଏ ପ୍ଲାଟ୍‌ଫର୍ମରେ ଏତେ ପରିମାଣର ଲୁହାପଥର କିପରି ଜମା ରହିଲା, ଏ ନେଇ ସେ ରେଳ ମନ୍ତ୍ରଣାଳୟକୁ ପ୍ରଶ୍ନ କରିଛନ୍ତି। ଖଣିଜ ରଖିବା ପାଇଁ ଆବଶ୍ୟକ ଷ୍ଟୋରିଂ ଲାଇସେନ୍ସ ଖଣି ବିଭାଗ ପକ୍ଷରୁ ଦିଆଯାଇଥାଏ। ତାହା ମଧ୍ୟ ରେଳ ମନ୍ତ୍ରଣାଳୟ ପାଖରେ ନ ଥିବା ସେ ସୂଚନା ଦେଇଛନ୍ତି। ଷ୍ଟୋରିଂ ଲାଇସେନ୍ସ ନ ଥାଇ ଖଣିଜକୁ ଜମା ରଖିବା ନିୟମ ବିରୋଧ। ଏ ସଂକ୍ରାନ୍ତରେ ଖଣି ବିଭାଗ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଉପ ନିର୍ଦ୍ଦେଶକ ଅଗ୍ରୱାଲ କହିଛନ୍ତି। ଅନ୍ୟପକ୍ଷେ ଉକ୍ତ ରେଳ ସାଇଡିଂରେ ଥିବା ଲୁହାପଥରକୁ ପରିବହନ କରିବାକୁ ହେଲେ ଦକ୍ଷିଣ ପୂର୍ବ ରେଳପଥର ଚକ୍ରଧରପୁରସ୍ଥିତ ଡିସିଏମ କାର୍ଯ୍ୟାଳୟ ପକ୍ଷରୁ ଗତ ୨ ତାରିଖରେ ନିଲାମ ନେଇଥିବା ବ୍ୟବସାୟୀ ସଂସ୍ଥା ଶୁଭମ ଟ୍ରେଡର୍ସକୁ ୱାର୍ଫେଜ ବାବଦକୁ ୬୯ କୋଟି ୭୯ ଲକ୍ଷ ୯୬ ହଜାର ୮ଶହ ଟଙ୍କା ଏବଂ ପ୍ରଫୁଲ୍ଲ ଏଣ୍ଟର୍‌ ପ୍ରାଇଜେସକୁ ୪୪ କୋଟି ୬୭ ଲକ୍ଷ ୨୯ ହଜାର ୪ଶହ ଟଙ୍କା ଜମା କରିବାକୁ ଚିଠି ଦ୍ୱାରା ଜଣାଇ ଦିଆଯାଇଥିବା ସୂଚନା ମିଳିଛି। ଏ ନେଇ ଚକ୍ରଧରପୁରସ୍ଥିତ ରେଲ ଡିଭିଜନର ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri