Posted inଜାତୀୟ

ସତ ଲୁଚାଉଛନ୍ତି ସରକାର: କଂଗ୍ରେସ

ନୂଆଦିଲ୍ଲୀ,୧୪ା୧୨: ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଭାରତ-ଚାଇନା ସୈନ୍ୟ ସଂଘର୍ଷକୁ ନେଇ ମୋଦି ସରକାର ସତ ଲୁଚାଉଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ସାଂଘାତିକ ଅଭିଯୋଗ ଆଣିଛନ୍ତି। ଗତ ଶୁକ୍ରବାର ସଂଘର୍ଷ ଘଟିଥିବାବେଳେ ସରକାର ଏନେଇ ଦେଶବାସୀଙ୍କୁ ଅବଗତ କରାଇ ନ ଥିଲେ। ଏବେ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ସବୁକଥା ସାମ୍ନାକୁ ଆସୁଛି ବୋଲି ବିରୋଧୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ତଓ୍ବାଙ୍ଗରୁ ୩୫ କି.ମି. ଉତ୍ତର-ପୂର୍ବରେ ସମୁଦ୍ର ପତ୍ତନଠାରୁ ୧୭,୦୦୦ ଫୁଟ୍‌ ଉଚ୍ଚତାରେ ୟାଙ୍ଗସେ ଅବସ୍ଥିତ। ଗତ ୯ ତାରିଖରେ ଚାଇନା ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ପ୍ରାୟ ୩୦୦ ସୈନ୍ୟ ସୁପରିକଳ୍ପିତ ଷଡ଼ଯନ୍ତ୍ର ଅନୁଯାୟୀ ଏହି ପାର୍ବତ୍ୟ ଅଞ୍ଚଳର ଶିଖରକୁ ଆସି ଏହାକୁ ଦଖଲ ପାଇଁ ଉଦ୍ୟମ କରିଥିଲେ। ଭାରତୀୟ ଯବାନମାନେ ବିରୋଧ କରିବାରୁ ପିଏଲ୍‌ଏ ସୈନ୍ୟମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ୬ ଭାରତୀୟ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଗୁଆହାଟୀର ବଶିଷ୍ଠ ୧୫୧ ବେସ୍‌ ହସ୍ପିଟାଲକୁ ଏୟାରଲିଫ୍ଟ କରି ନିଆଯାଇ ଚିକିତ୍ସା କରାଯାଉଛି।
ତଓ୍ବାଙ୍ଗ ସଂଲଗ୍ନ ଅଞ୍ଚଳରେ ଚାଇନା ଅନେକ ଗ୍ରାମ ପ୍ରତିଷ୍ଠା କରିଛି। ଏପରି କି ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ସେପଟେ ରାସ୍ତା ମଧ୍ୟ ନିର୍ମାଣ କରିଛି। ୟାଙ୍ଗସେରୁ ଉଭୟ ପାର୍ଶ୍ୱ ସୀମାର ସାମରିକ ଅବସ୍ଥିତି ଦୃଶ୍ୟମାନ ହେଉଥିବାରୁ ଏହାକୁ ଚାଇନା ବାରମ୍ବାର ନିଜ କବ୍‌ଜାକୁ ନେବା ପାଇଁ ଉଦ୍ୟମ କରିଆସିଛି। ସଂଘର୍ଷ ଘଟଣା ସାମ୍ନାକୁ ଆସିବା ପରେ ଉପଗ୍ରହ ଚିତ୍ରରୁ ଏହି ବିଷୟ ଜଣାପଡ଼ିଥିବା ମଙ୍ଗଳବାର ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ଭାରତର ତିନି ସେନା ମୁଖ୍ୟ, ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ)ଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି। ଇତିମଧ୍ୟରେ ଦୁଇଦେଶର ସଶସ୍ତ୍ର ବଳ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଚାଇନା ପକ୍ଷରୁ ବିବୃତି ଜାରି କରାଯାଇଛି। ଭାରତ ପକ୍ଷରୁ ବେଜିଂ ଆଗରେ ଏଲ୍‌ଏସି ସଂଘର୍ଷ ପ୍ରସଙ୍ଗ ଉଠାଯିବା ପରେ ସୀମାରେ ସ୍ଥିତି ସ୍ଥିର ରହିଥିବା ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାନ୍‌ ଓ୍ବେନ୍‌ବିନ୍‌ କହିଛନ୍ତି। ଚାଇନା ବାୟୁସେନାର ଯୁଦ୍ଧବିମାନ ଏଲ୍‌ଏସି ବାୟୁସୀମା ଉଲ୍ଲଂଘନ କରିପାରେ ବୋଲି ଆଶଙ୍କା କରି ଭାରତୀୟ ବାୟୁସେନା ଅରୁଣାଚଳ ସୀମାନ୍ତ ଆକାଶରେ ଯୁଦ୍ଧବିମାନ ଉଡ଼ାଇ ପାଟ୍ରୋଲିଂ କରିଛି।
ତଓ୍ବାଙ୍ଗ ସଂଘର୍ଷକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାର୍ଲାମେଣ୍ଟର ଉଭୟ ଗୃହରେ ବିବୃତି ରଖିଥିଲେ। କିନ୍ତୁ ତାଙ୍କ ମନ୍ତବ୍ୟ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା। ଏହା ଉପରେ ସ୍ପଷ୍ଟୀକରଣ ଦାବି କରି ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ସଂସଦ ବାହାରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଘେରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଚାଇନାର ଅତିକ୍ରମଣ ପ୍ରସଙ୍ଗରେ ଆମେ ଦେଶ ସହ ଅଛୁ ଏବଂ ଏହାକୁ ନେଇ ରାଜନୀତି କରାଯିବ ନାହିଁ। କିନ୍ତୁ ମୋଦି ସରକାର ଚାଇନା ଅତିକ୍ରମଣ ବିଷୟରେ ସଚ୍ଚୋଟ ହେବା ଉଚିତ। ୨୦୨୦ ଏପ୍ରିଲ ପରଠାରୁ ସୀମାରେ ଯାହା ସବୁ ନିର୍ମାଣ ହୋଇଛି ସେନେଇ ସରକାର ସତ କୁହନ୍ତୁ। ସେହିପରି କଂଗ୍ରେସ ମୁଖପାତ୍ର ସୌରଭ ଗୋଗୋଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ଭାରତ ଦକ୍ଷିଣ-ପୂର୍ବ ଏସିଆରେ ନିଜ ପୂର୍ବ ସ୍ଥିତିକୁ ହରାଇଦେଇଛି। ଯେତେବେଳେ ବି ଜାତୀୟ ସୁରକ୍ଷା ପ୍ରସଙ୍ଗ ସାମ୍ନାକୁ ଆସିଥାଏ ପ୍ରଧାନମନ୍ତ୍ରୀ ନିଜ ମନ୍ତ୍ରୀମାନଙ୍କ ପଛରେ ଲୁଚିଥାଆନ୍ତି। ଅନ୍ୟପକ୍ଷେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଜୀବ ଗାନ୍ଧୀ ଫାଉଣ୍ଡେଶନ ଚାଇନାଠାରୁ ପାଣ୍ଠି ନେଇଥିବା ବିଷୟରେ ଗୃହରେ ବିତର୍କ ହେବାକୁ ଥିବାବେଳେ କଂଗ୍ରେସ ତଓ୍ବାଙ୍ଗ ପ୍ରସଙ୍ଗ ଉଠାଇଥିବା ସମାଲୋଚନା କରିଛନ୍ତି।
ପ୍ରକାଶ ଯେ, ୨୦୨୦ ଜୁନ୍‌ରେ ପୂର୍ବ ଲଦାଖର ଗଲଓ୍ବାନ୍‌ ଉପତ୍ୟକାରେ ଭାରତୀୟ ଯବାନ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଯବାନ ଶହୀଦ ହୋଇଥିବାବେଳେ ପିଏଲ୍‌ଏର କେତେଜଣ ସୈନ୍ୟ ମୃତାହତ ହୋଇଥିଲେ ସେନେଇ ଚାଇନା ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନ ଥିଲା। ସେହିବର୍ଷ ଲଦାଖର ରିଞ୍ଚେନ୍‌ ଲାରେ ଦୁଇପକ୍ଷ ପୁଣି ମୁହଁାମୁହିଁ ହୋଇଥିଲେ। ସେହିପରି ଗତବର୍ଷ ଅକ୍ଟୋବରରେ ୟାଙ୍ଗସେରେ ଭାରତ-ଚାଇନା ସଶସ୍ତ୍ର ବଳ ମଧ୍ୟରେ ବିବାଦ ହୋଇଥିଲା। ଦୁଇଦେଶର କମାଣ୍ଡରସ୍ତରୀୟ ଆଲୋଚନା ପରେ ଏହାର ସମାଧାନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri