Posted inଜାତୀୟ

ସତ ଲୁଚାଉଛନ୍ତି ସରକାର: କଂଗ୍ରେସ

ନୂଆଦିଲ୍ଲୀ,୧୪ା୧୨: ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଭାରତ-ଚାଇନା ସୈନ୍ୟ ସଂଘର୍ଷକୁ ନେଇ ମୋଦି ସରକାର ସତ ଲୁଚାଉଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ସାଂଘାତିକ ଅଭିଯୋଗ ଆଣିଛନ୍ତି। ଗତ ଶୁକ୍ରବାର ସଂଘର୍ଷ ଘଟିଥିବାବେଳେ ସରକାର ଏନେଇ ଦେଶବାସୀଙ୍କୁ ଅବଗତ କରାଇ ନ ଥିଲେ। ଏବେ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ସବୁକଥା ସାମ୍ନାକୁ ଆସୁଛି ବୋଲି ବିରୋଧୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ତଓ୍ବାଙ୍ଗରୁ ୩୫ କି.ମି. ଉତ୍ତର-ପୂର୍ବରେ ସମୁଦ୍ର ପତ୍ତନଠାରୁ ୧୭,୦୦୦ ଫୁଟ୍‌ ଉଚ୍ଚତାରେ ୟାଙ୍ଗସେ ଅବସ୍ଥିତ। ଗତ ୯ ତାରିଖରେ ଚାଇନା ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ପ୍ରାୟ ୩୦୦ ସୈନ୍ୟ ସୁପରିକଳ୍ପିତ ଷଡ଼ଯନ୍ତ୍ର ଅନୁଯାୟୀ ଏହି ପାର୍ବତ୍ୟ ଅଞ୍ଚଳର ଶିଖରକୁ ଆସି ଏହାକୁ ଦଖଲ ପାଇଁ ଉଦ୍ୟମ କରିଥିଲେ। ଭାରତୀୟ ଯବାନମାନେ ବିରୋଧ କରିବାରୁ ପିଏଲ୍‌ଏ ସୈନ୍ୟମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ୬ ଭାରତୀୟ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଗୁଆହାଟୀର ବଶିଷ୍ଠ ୧୫୧ ବେସ୍‌ ହସ୍ପିଟାଲକୁ ଏୟାରଲିଫ୍ଟ କରି ନିଆଯାଇ ଚିକିତ୍ସା କରାଯାଉଛି।
ତଓ୍ବାଙ୍ଗ ସଂଲଗ୍ନ ଅଞ୍ଚଳରେ ଚାଇନା ଅନେକ ଗ୍ରାମ ପ୍ରତିଷ୍ଠା କରିଛି। ଏପରି କି ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ସେପଟେ ରାସ୍ତା ମଧ୍ୟ ନିର୍ମାଣ କରିଛି। ୟାଙ୍ଗସେରୁ ଉଭୟ ପାର୍ଶ୍ୱ ସୀମାର ସାମରିକ ଅବସ୍ଥିତି ଦୃଶ୍ୟମାନ ହେଉଥିବାରୁ ଏହାକୁ ଚାଇନା ବାରମ୍ବାର ନିଜ କବ୍‌ଜାକୁ ନେବା ପାଇଁ ଉଦ୍ୟମ କରିଆସିଛି। ସଂଘର୍ଷ ଘଟଣା ସାମ୍ନାକୁ ଆସିବା ପରେ ଉପଗ୍ରହ ଚିତ୍ରରୁ ଏହି ବିଷୟ ଜଣାପଡ଼ିଥିବା ମଙ୍ଗଳବାର ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ଭାରତର ତିନି ସେନା ମୁଖ୍ୟ, ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ)ଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି। ଇତିମଧ୍ୟରେ ଦୁଇଦେଶର ସଶସ୍ତ୍ର ବଳ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଚାଇନା ପକ୍ଷରୁ ବିବୃତି ଜାରି କରାଯାଇଛି। ଭାରତ ପକ୍ଷରୁ ବେଜିଂ ଆଗରେ ଏଲ୍‌ଏସି ସଂଘର୍ଷ ପ୍ରସଙ୍ଗ ଉଠାଯିବା ପରେ ସୀମାରେ ସ୍ଥିତି ସ୍ଥିର ରହିଥିବା ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାନ୍‌ ଓ୍ବେନ୍‌ବିନ୍‌ କହିଛନ୍ତି। ଚାଇନା ବାୟୁସେନାର ଯୁଦ୍ଧବିମାନ ଏଲ୍‌ଏସି ବାୟୁସୀମା ଉଲ୍ଲଂଘନ କରିପାରେ ବୋଲି ଆଶଙ୍କା କରି ଭାରତୀୟ ବାୟୁସେନା ଅରୁଣାଚଳ ସୀମାନ୍ତ ଆକାଶରେ ଯୁଦ୍ଧବିମାନ ଉଡ଼ାଇ ପାଟ୍ରୋଲିଂ କରିଛି।
ତଓ୍ବାଙ୍ଗ ସଂଘର୍ଷକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାର୍ଲାମେଣ୍ଟର ଉଭୟ ଗୃହରେ ବିବୃତି ରଖିଥିଲେ। କିନ୍ତୁ ତାଙ୍କ ମନ୍ତବ୍ୟ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା। ଏହା ଉପରେ ସ୍ପଷ୍ଟୀକରଣ ଦାବି କରି ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ସଂସଦ ବାହାରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଘେରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଚାଇନାର ଅତିକ୍ରମଣ ପ୍ରସଙ୍ଗରେ ଆମେ ଦେଶ ସହ ଅଛୁ ଏବଂ ଏହାକୁ ନେଇ ରାଜନୀତି କରାଯିବ ନାହିଁ। କିନ୍ତୁ ମୋଦି ସରକାର ଚାଇନା ଅତିକ୍ରମଣ ବିଷୟରେ ସଚ୍ଚୋଟ ହେବା ଉଚିତ। ୨୦୨୦ ଏପ୍ରିଲ ପରଠାରୁ ସୀମାରେ ଯାହା ସବୁ ନିର୍ମାଣ ହୋଇଛି ସେନେଇ ସରକାର ସତ କୁହନ୍ତୁ। ସେହିପରି କଂଗ୍ରେସ ମୁଖପାତ୍ର ସୌରଭ ଗୋଗୋଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ଭାରତ ଦକ୍ଷିଣ-ପୂର୍ବ ଏସିଆରେ ନିଜ ପୂର୍ବ ସ୍ଥିତିକୁ ହରାଇଦେଇଛି। ଯେତେବେଳେ ବି ଜାତୀୟ ସୁରକ୍ଷା ପ୍ରସଙ୍ଗ ସାମ୍ନାକୁ ଆସିଥାଏ ପ୍ରଧାନମନ୍ତ୍ରୀ ନିଜ ମନ୍ତ୍ରୀମାନଙ୍କ ପଛରେ ଲୁଚିଥାଆନ୍ତି। ଅନ୍ୟପକ୍ଷେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଜୀବ ଗାନ୍ଧୀ ଫାଉଣ୍ଡେଶନ ଚାଇନାଠାରୁ ପାଣ୍ଠି ନେଇଥିବା ବିଷୟରେ ଗୃହରେ ବିତର୍କ ହେବାକୁ ଥିବାବେଳେ କଂଗ୍ରେସ ତଓ୍ବାଙ୍ଗ ପ୍ରସଙ୍ଗ ଉଠାଇଥିବା ସମାଲୋଚନା କରିଛନ୍ତି।
ପ୍ରକାଶ ଯେ, ୨୦୨୦ ଜୁନ୍‌ରେ ପୂର୍ବ ଲଦାଖର ଗଲଓ୍ବାନ୍‌ ଉପତ୍ୟକାରେ ଭାରତୀୟ ଯବାନ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଯବାନ ଶହୀଦ ହୋଇଥିବାବେଳେ ପିଏଲ୍‌ଏର କେତେଜଣ ସୈନ୍ୟ ମୃତାହତ ହୋଇଥିଲେ ସେନେଇ ଚାଇନା ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନ ଥିଲା। ସେହିବର୍ଷ ଲଦାଖର ରିଞ୍ଚେନ୍‌ ଲାରେ ଦୁଇପକ୍ଷ ପୁଣି ମୁହଁାମୁହିଁ ହୋଇଥିଲେ। ସେହିପରି ଗତବର୍ଷ ଅକ୍ଟୋବରରେ ୟାଙ୍ଗସେରେ ଭାରତ-ଚାଇନା ସଶସ୍ତ୍ର ବଳ ମଧ୍ୟରେ ବିବାଦ ହୋଇଥିଲା। ଦୁଇଦେଶର କମାଣ୍ଡରସ୍ତରୀୟ ଆଲୋଚନା ପରେ ଏହାର ସମାଧାନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri