ଉତ୍ପାତ କରୁଥିବା ୨୦୦ ମାଙ୍କଡ଼ଙ୍କ ପାଇଁ ଅଜବ ନିଷ୍ପତ୍ତି ନେଲେ ସରକାର

ଥାଇଲାଣ୍ଡରେ ଦଳେ ମାଙ୍କଡ଼ ଏଭଳି ଉତ୍ପାତ କଲେ ଯେ, ସେଠାକାର ସରକାର ଏକ ଅଜବ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ବନ୍ୟଜନ୍ତୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବିଭାଗ ୨୦୦ରୁ ଊର୍ଦ୍ଧ୍ୱ ମାଙ୍କଡ଼ଙ୍କ ବ୍ୟକ୍ତିଗତ ଅଙ୍ଗ କାଟି ଦେଇଛି। ଏହାଦ୍ୱାରା ମାଙ୍କଡ଼ଙ୍କ ପ୍ରଜନନ ହାର ହ୍ରାସ କରି ସେମାନଙ୍କ ଉତ୍ପାତକୁ କମାଯାଇ ପାରିବ ଭାବି ସେଠାକାର ସରକାର ଏହି ନିଷ୍ପତ୍ତି ନେଇଥିଲେ।


ଡାଉନ୍‌ ସମୟରେ ଥାଇଲାଣ୍ଡର ସୋଗ୍ନଖଲା ସହରରେ ମାଙ୍କଡ଼ଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇଥିଲା। ଏହି ମାଙ୍କଡ଼ମାନଙ୍କ ଉତ୍ପାତ ଯୋଗୁ ସହର ସାରା ଲୋକ ନାନା ହଇରାଣର ସମ୍ମୁଖୀନ ହୋଇଥିଲେ। ରିପୋର୍ଟ ମୁତାବକ, ବନ ବିଭାଗ ଲୋକଙ୍କୁ ହଇରାଣ କରୁଥିବା ୨୦୦ ମାଙ୍କଡ଼କୁ ପିଞ୍ଜରାରେ ଧରି ସେମାନଙ୍କର ବ୍ୟକ୍ତିଗତ ଅଙ୍ଗକୁ କାଟି ଦେଇଥିଲା। ଏହାଦ୍ୱାରା ମାଙ୍କଡ଼ମାନେ ସେମାନଙ୍କ ସଂଖ୍ୟା ବୃଦ୍ଧି କରିପାରିବେ ନାହିଁ। ଜଣେ ଅଧିକାରୀ କହିଛନ୍ତି, ‘ଯେହେତୁ ମାଙ୍କଡ଼ମାନେ ଲୋକଙ୍କ ଘରେ ପ୍ରବେଶ କରି ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ନଷ୍ଟ କରୁଥିଲେ ସେଥିଲାଗି ସେମାନଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ଜରୁରୀ ଥିଲା।’

Share