ବରିଷ୍ଠ ନାଗରିକଙ୍କୁ ସରକାରଙ୍କ ଉପହାର: ଏୟାର ଇଣ୍ଡିଆରେ ଯାତ୍ରାରେ ଦେବାକୁ ପଡ଼ିବ ଅଧା ଭଡ଼ା

ନୂଆଦିଲ୍ଲୀ,୧୬।୧୨: ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଉପହାର ଘୋଷଣା କରାଯାଇଛି। ଏହି ଘୋଷଣା ଅନୁସାରେ ଏଣିକି ଏୟାର ଇଣ୍ଡିଆରେ ଯାତ୍ରା କରୁଥିବା ବରିଷ୍ଠ ନାଗରିକଙ୍କୁ ଅଧା ଭଡ଼ା ଦେବାକୁ ପଡ଼ିବ। ୬୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ। ଏସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର କୁହାଯାଇଛି। ଏୟାର ଇଣ୍ଡିଆ ଓ୍ବେବସାଇଟ୍‌ରେ ଏସମ୍ପର୍କିତ ସୂଚନା ଉପଲବ୍ଧ ହେଉଛି। ଏହାଦ୍ୱାରା ବିମାନ ଯାତ୍ରାରେ ଦେଶର ବରିଷ୍ଠ ନାଗରିକ ବିଶେଷ ଉପକୃତ ହୋଇପାରିବେ ବୋଲି କୁହାଯାଉଛି।

Share