Posted inଜାତୀୟ

ସରକାର ବିଫଳ, ପ୍ରଧାନମନ୍ତ୍ରୀ ଉଦାସୀନ

ନୂଆଦିଲ୍ଲୀ,୩୧ା୭: ପ୍ରାୟ ୩ ମାସ ଧରି ହିଂସା ଲାଗିରହିଥିବା ମଣିପୁରରେ ସ୍ଥିତି ଏବେ ବି ଗମ୍ଭୀର ରହିଛି। ଏହାର ସମାଧାନ କରି ଶାନ୍ତି ଫେରାଇ ଆଣିବାରେ ଉଭୟ ରାଜ୍ୟ ଓ କେନ୍ଦ୍ରର ଭାଜପା ସରକାର ବିଫଳ ହୋଇଛନ୍ତି। ଏତେ ସବୁ ଘଟିଯିବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତା ତାଙ୍କ ନିର୍ଲଜ ଉଦାସୀନତାକୁ ଦର୍ଶାଉଛି। ଯଥାଶୀଘ୍ର ସମ୍ଭବ ସମାଧାନ କରା ନ ଗଲେ ଏହା ଦେଶ ପାଇଁ ସୁରକ୍ଷାଗତ ଅସୁବିଧା ସୃଷ୍ଟି କରିପାରେ ବୋଲି ରବିବାର ବିରୋଧୀ ବ୍ଳକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି।
ବିରୋଧୀ ଦଳଗୁଡ଼ିକୁ ନେଇ ଗଠିତ ଇଣ୍ଡିଆ ମେଣ୍ଟର ୨୧ ଏମ୍‌ପି ଶନିବାରଠାରୁ ଜାତିଆଣ ଓ ଯୌନ ହିଂସା ପ୍ରଭାବିତ ମଣିପୁର ଗସ୍ତ କରିଥିବାବେଳେ ରବିବାର ଇମ୍ଫାଲସ୍ଥିତ ରାଜଭବନରେ ରାଜ୍ୟପାଳ ଅନସୂୟା ଉଇକେଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀ ରାଜଭବନ ବାହାରେ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟପାଳ ଆମର ସବୁକଥା ଶୁଣି ସେଥିରେ ସହମତି ପ୍ରକାଶ କରିଛନ୍ତି। ରାଜ୍ୟପାଳ ଏହି ହିଂସାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଲୋକଙ୍କ ଦୁର୍ଦ୍ଦଶା ବର୍ଣ୍ଣନା କରିଛନ୍ତି। ଏକ ସର୍ବଦଳୀୟ ପ୍ରତିନିଧି ଦଳ ମଣିପୁର ଗସ୍ତ କରି ଉଭୟ ସମ୍ପ୍ରଦାୟ ମଧ୍ୟରେ ଅନାସ୍ଥାଭାବ ଦୂର କରିବା ପାଇଁ ମେଇତି ଓ କୁକି ଲୋକଙ୍କ ସହ ଆଲୋଚନା କରିବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି। ଏହି ପ୍ରସ୍ତାବ ଉପରେ ଆମେ ରାଜି ହୋଇଛୁ। ମଣିପୁର ଆସିଥିବା ଏମ୍‌ପିମାନେ ଯାହା ଅନୁଧ୍ୟାନ କରିଛୁ, ସେସବୁ ପାର୍ଲାମେଣ୍ଟକୁ ଅବଗତ କରାଇବୁ ଏବଂ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ଉଦ୍ୟମ କରିବୁ। ମଣିପୁରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପଟୁ କ’ଣ ଭୁଲ୍‌ ହୋଇଛି ତାହା ମଧ୍ୟ ପାର୍ଲାମେଣ୍ଟକୁ ଅବଗତ କରାଇବୁ। ସଂସଦରେ ଏନେଇ ଆଲୋଚନା କରିବାକୁ କେନ୍ଦ୍ରକୁ ଆମେ ଅନୁରୋଧ କରୁଛୁ। କାରଣ ମଣିପୁର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ବୋଲି ଅଧୀର କହିଛନ୍ତି।
ଦୁଇଦିନିଆ ଗସ୍ତବେଳେ ଅଙ୍ଗେ ନିଭାଇଥିବା ଅନୁଭୂତି ବଖାଣିବାକୁ ଯାଇ ଅଧୀର ଆହୁରି କହିଛନ୍ତି, ସ୍ଥିତି ଏମିତି ହୋଇଛି ଯେ, ଉପତ୍ୟକାର ମେଇତିମାନେ କୁକି ବହୁଳ ପାର୍ବତ୍ୟାଞ୍ଚଳକୁ ଯାଇପାରୁ ନାହାନ୍ତି କି ସେମାନେ ମଧ୍ୟ ଭ୍ୟାଲିକୁ ଆସିପାରୁ ନାହାନ୍ତି। ଏହି ଦକ୍ଷିଣପୂର୍ବ ରାଜ୍ୟରେ ରାଶନ, ଗୋଖାଦ୍ୟ, କ୍ଷୀର, ଶିଶୁ ଖାଦ୍ୟ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁନାହିଁ। ଛାତ୍ରୀଛାତ୍ରଙ୍କ ଶିକ୍ଷା ବ୍ୟାହତ ହୋଇଛି। ଆମେ ରାଜ୍ୟପାଳଙ୍କୁ ଏହି ସବୁ ଅସୁବିଧା ସମ୍ପର୍କରେ ଜଣାଇଛୁ ବୋଲି ଅଧୀର କହିଛନ୍ତି। ସେହିପରି ଟିଏମ୍‌ସିର ରାଜ୍ୟ ସଭା ସଦସ୍ୟା ସୁସ୍ମିତା ଦେବ ଖବରଦାତା ସମ୍ମିଳନୀରେ ରାଜ୍ୟବାସୀଙ୍କୁ ବିରୋଧୀ ମେଣ୍ଟର ସମର୍ଥନ ଆଶ୍ୱାସନା ଦେଇଥିଲେ। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରଦାୟୀ କରାଇବା ଲାଗି ମୌସୁମୀ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କ ପାଇଁ ଲଢ଼େଇ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ବିରୋଧୀ ଏମ୍‌ପିମାନେ ଅପରାହ୍ନରେ ଦିଲ୍ଲୀ ଫେରିଯାଇଛନ୍ତି। ଅଧୀର ଓ ଲୋକ ସଭାରେ କଂଗ୍ରେସ ଉପନେତା ସୌରଭ ଗୋଗୋଇଙ୍କ ସମେତ ପ୍ରତିନିଧି ଦଳରେ ଟିଏମ୍‌ସିର ସୁସ୍ମିତା ଦେବ, ଜେଏମ୍‌ଏମ୍‌ର ମହୁଆ ମାଜି, ଡିଏମ୍‌କେର କାନିମୋଝି, ଏନ୍‌ସିପିର ପି.ପି. ମହମ୍ମଦ ଫୈଜାଲ, ଆର୍‌ଏଲ୍‌ଡି ଅଧ୍ୟକ୍ଷ ଜୟନ୍ତ ଚୌଧରୀ, ଆର୍‌ଜେଡି ନେତା ମନୋଜ କୁମାର ଝା, ଆର୍‌ଏସ୍‌ପିର ଏନ୍‌.କେ. ପ୍ରେମଚନ୍ଦ୍ରନ୍‌ ଏବଂ ଭିସିକେର ଟି. ଥିରୁମାଭଲଭାନ୍‌ ସାମିଲ ଥିଲେ। ସେହିପରି ଜେଡିୟୁ ଅଧ୍ୟକ୍ଷ ରାଜୀବ ରଞ୍ଜନ (ଲଲନ୍‌ ) ସିଂ ଏବଂ ତାଙ୍କ ପାର୍ଟି ସହଯୋଗୀ ଅନୀଲ ପ୍ରସାଦ ହେଗ୍‌ଡେ, ସିପିଆଇର ସନ୍ଦୋଶ କୁମାର, ସିପିଆଇଏମ୍‌ର ଏ.ଏ. ରହିମ, ଏସ୍‌ପିର ଜାଭେଦ ଅଲି ଖାନ୍‌, ଆଇୟୁଏମ୍‌ଏଲ୍‌ର ଇ.ଟି. ମହମ୍ମଦ ବଶିର, ଏଏପିର ସୁଶୀଲ ଗୁପ୍ତା, ଭିସିକେର ଡି. ରବିକୁମାର ଏବଂ ଶିବସେନା ୟୁବିଟିର ଅରବିନ୍ଦ ସାଓ୍ବନ୍ତ ମଧ୍ୟ ପ୍ରତିନିଧି ଦଳରେ ଥିଲେ।
ଉଲ୍ଲେଖଯୋଗ୍ୟ, ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ମାନ୍ୟତା ଦାବି କରୁଥିବା ଅଣଆଦିବାସୀ ମେଇତି ସମ୍ପ୍ରଦାୟ ଓ କୁକି ବର୍ଗର ଲୋକଙ୍କ ମଧ୍ୟରେ ବହୁ ପୂର୍ବରୁ ସଂଘର୍ଷ ଲାଗିରହିଆସିଛି। ତେବେ ଗତ ଏପ୍ରିଲରେ ମେଇତିଙ୍କୁ ଏସ୍‌ଟି ବର୍ଗରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ମଣିପୁର ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ମେ’ ୩ରେ ଜାତିଆଣ ହିଂସା ପୁଣି ଆରମ୍ଭ ହୋଇଥିଲା, ଯାହାକି ଅଦ୍ୟାବଧି ଜାରି ରହିଛି। ସେପଟେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ (ଜୁଲାଇ ୧୯)ରେ ମେ’ ୪ର ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହୋଇଥିଲା। ୨ ଜଣ କୁକି-ଜୁ ମହିଳାଙ୍କ ଦେହରୁ ବସ୍ତ୍ର ଖୋଲି ପରେଡ୍‌ କରାଯିବାବେଳର ଏହି ୨୬ ସେକେଣ୍ଡର ଭିଡିଓ ଭାରତ ସମେତ ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଲଗ୍ନ ପରେଡ୍‌ର ଶିକାର ହୋଇଥିବା ଜଣେ ସ୍ବଳ୍ପବୟସ୍କାଙ୍କୁ ଏକ ଚାଷଜମିରେ ଗଣବଳାତ୍କାର ମଧ୍ୟ କରାଯାଇଥିଲା। ତାଙ୍କ ବାପା ଓ ଭାଇ ପ୍ରତିବାଦ କରିବାରୁ ମେଇତିମାନେ ଉଭୟଙ୍କୁ ହତ୍ୟା କରିଥିଲେ। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନୀରବତା ଭଙ୍ଗକରି ପାର୍ଲାମେଣ୍ଟରେ ବିବୃତି ରଖନ୍ତୁ ବୋଲି ବିରୋଧୀ ଦଳଗୁଡ଼ିକ ଦାବି କରୁଥିବାବେଳେ ସରକାର କହୁଛନ୍ତି, ଗୃହରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉତ୍ତର ରଖିବେ। ଏହାକୁ ବିରୋଧ କରି ବିପକ୍ଷ ଇଣ୍ଡିଆ ମେଣ୍ଟ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛି। ଲୋକ ସଭାରେ ମଙ୍ଗଳବାର କିମ୍ବା ବୁଧବାର ଏହା ଉପରେ ବିତର୍କ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri