Posted inଖେଳ

ପୂର୍ବତନ ଫୁଟବଲ ଖେଳାଳିଙ୍କୁ ସରକାରଙ୍କ ପ୍ରୋତ୍ସାହନ

ଭୁବନେଶ୍ୱର, ୯।୧(କ୍ରୀଡ଼ା ପ୍ରତିନିଧି)-ରାଜ୍ୟର ପୂର୍ବତନ ଫୁଟବଲ ଖେଳାଳିମାନେ ଆଗକୁ ବଢ଼ିବାପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ପ୍ରୋତ୍ସାହନ ସ୍ବରୂପ ଓଡ଼ିଶାରେ ଫୁଟବଲ ରେଫରିଙ୍କ ସଂଖ୍ୟା ବୃଦ୍ଧିସହ ସେମାନଙ୍କ ଦକ୍ଷତାର ବିକାଶ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଖେଳ ଜୀବନ ପରେ ଘରେ ବସି ରହିଥିବା ଖେଳାଳିମାନଙ୍କ ପାଇଁ ରେଫରି ହେବାର ସୁଯୋଗ ଆସିଛି। ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ସହଯୋଗରେ ରାଜ୍ୟ ସରକାରଙ୍କ କ୍ରୀଡ଼ାବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଛି। ରାଜ୍ୟର ପ୍ରତି ଜିଲାରୁ ଆଗ୍ରହୀ ୨ ପୁରୁଷ ଏବଂ ଜଣେ ମହିଳା ଖେଳାଳି ବଛାଯିବ। ସେମାନଙ୍କୁ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ରେଫରି ଇନ୍‌ଷ୍ଟ୍ରକ୍ଟର ଟ୍ରେନିଂ ଦେବେ। ଟ୍ରେନିଂ ପରେ ଖେଳାଳିମାନେ କ୍ୟାଟେଗୋରୀ-୫ ରେଫରି ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ପରିପ୍ରେକ୍ଷୀରେ ରାଜ୍ୟର ୯୦ ଖେଳାଳିଙ୍କୁ ୩ ପର୍ଯ୍ୟାୟରେ ଟ୍ରେନିଂ ଦିଆଯିବ। ୫ ଦିନିଆ କୋର୍ସ ସମ୍ପୂର୍ଣ୍ଣ ମାଗଣାରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ବହନ କରିବ। ଆସନ୍ତା ୧୬ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଆଇଏଫଏଫ ଏବଂ କ୍ରୀଡ଼ା ବିଭାଗ ମଧ୍ୟରେ ହୋଇଥିବା ଚୁକ୍ତିର ଏହା ଏକ ଅଂଶିବିଶେଷ।
ଭାରତରେ ପ୍ରଥମ ରାଜ୍ୟଭାବେ ଓଡ଼ିଶାରେ ଏପରି ଏକ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ବିଶେଷ କରି ରାଜ୍ୟ ସ୍ତରୀୟ ଏବଂ ଜିଲାର ପୂର୍ବତନ ଫୁଟବଲ ଖେଳାଳିଙ୍କୁ ନେଇ ଏହି କୋର୍ସ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାର୍ଥୀ ମାନଙ୍କୁ ଜିଲା ଆଥଲେଟିକ୍‌ ଆସୋସିଏଶନ ସହିତ ଯୋଗାଯୋଗ କରି ଆବେଦନ କରିବାକୁ ପଡ଼ିବ। ରାଜ୍ୟ ସରକାର ଏପରି ଏକ ନିଷ୍ପତ୍ତି ନେଇଥିବାରୁ କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ଏବଂ କ୍ରୀଡ଼ା ବିଭାଗର ଅନ୍ୟ କର୍ମକର୍ତ୍ତା ମାନଙ୍କୁ ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ଧନ୍ୟବାଦ ଜଣାଇଛନ୍ତି। ଏହାଦ୍ୱାରା ରାଜ୍ୟର ପୂର୍ବତନ ଖେଳାଳିମାନେ ଉପକୃତ ହେବେ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଜିଲାସ୍ତରରେ ବିଭିନ୍ନ ଟୁର୍ନାମେଣ୍ଟ ଅବସରରେ ପ୍ରଶିକ୍ଷଣପ୍ରାପ୍ତ ରେଫରିଙ୍କ ଅଭାବ ପରିଲକ୍ଷିତ ହେଉଛି। ଭୁବନେଶ୍ୱର ଏବଂ କଟକରୁ ରେଫରି ନେଇ ଟୁର୍ନାମେଣ୍ଟ ଆୟୋଜନ ମଧ୍ୟ ବ୍ୟୟବହୁଳ ହେଉଛି। ଏବେ ପ୍ରତି ଜିଲାରେ ଟ୍ରେନିଂପ୍ରାପ୍ତ ଦକ୍ଷ ରେଫରି ଉପଲବ୍ଧ ହୋଇପାରିବେ। ଫଳରେ ପୂର୍ବ ସମସ୍ୟାର ସମାଧାନ ହୋଇପାରିବ। ଏହାପରେ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ପାଇଁ ପଦକ୍ଷେପମାନ ନିଆଯିବ ବୋଲି କ୍ରୀଡ଼ା ବିଭାଗର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri