Posted inଖେଳ

ପୂର୍ବତନ ଫୁଟବଲ ଖେଳାଳିଙ୍କୁ ସରକାରଙ୍କ ପ୍ରୋତ୍ସାହନ

ଭୁବନେଶ୍ୱର, ୯।୧(କ୍ରୀଡ଼ା ପ୍ରତିନିଧି)-ରାଜ୍ୟର ପୂର୍ବତନ ଫୁଟବଲ ଖେଳାଳିମାନେ ଆଗକୁ ବଢ଼ିବାପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ପ୍ରୋତ୍ସାହନ ସ୍ବରୂପ ଓଡ଼ିଶାରେ ଫୁଟବଲ ରେଫରିଙ୍କ ସଂଖ୍ୟା ବୃଦ୍ଧିସହ ସେମାନଙ୍କ ଦକ୍ଷତାର ବିକାଶ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଖେଳ ଜୀବନ ପରେ ଘରେ ବସି ରହିଥିବା ଖେଳାଳିମାନଙ୍କ ପାଇଁ ରେଫରି ହେବାର ସୁଯୋଗ ଆସିଛି। ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ସହଯୋଗରେ ରାଜ୍ୟ ସରକାରଙ୍କ କ୍ରୀଡ଼ାବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଛି। ରାଜ୍ୟର ପ୍ରତି ଜିଲାରୁ ଆଗ୍ରହୀ ୨ ପୁରୁଷ ଏବଂ ଜଣେ ମହିଳା ଖେଳାଳି ବଛାଯିବ। ସେମାନଙ୍କୁ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ରେଫରି ଇନ୍‌ଷ୍ଟ୍ରକ୍ଟର ଟ୍ରେନିଂ ଦେବେ। ଟ୍ରେନିଂ ପରେ ଖେଳାଳିମାନେ କ୍ୟାଟେଗୋରୀ-୫ ରେଫରି ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ପରିପ୍ରେକ୍ଷୀରେ ରାଜ୍ୟର ୯୦ ଖେଳାଳିଙ୍କୁ ୩ ପର୍ଯ୍ୟାୟରେ ଟ୍ରେନିଂ ଦିଆଯିବ। ୫ ଦିନିଆ କୋର୍ସ ସମ୍ପୂର୍ଣ୍ଣ ମାଗଣାରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ବହନ କରିବ। ଆସନ୍ତା ୧୬ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଆଇଏଫଏଫ ଏବଂ କ୍ରୀଡ଼ା ବିଭାଗ ମଧ୍ୟରେ ହୋଇଥିବା ଚୁକ୍ତିର ଏହା ଏକ ଅଂଶିବିଶେଷ।
ଭାରତରେ ପ୍ରଥମ ରାଜ୍ୟଭାବେ ଓଡ଼ିଶାରେ ଏପରି ଏକ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ବିଶେଷ କରି ରାଜ୍ୟ ସ୍ତରୀୟ ଏବଂ ଜିଲାର ପୂର୍ବତନ ଫୁଟବଲ ଖେଳାଳିଙ୍କୁ ନେଇ ଏହି କୋର୍ସ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାର୍ଥୀ ମାନଙ୍କୁ ଜିଲା ଆଥଲେଟିକ୍‌ ଆସୋସିଏଶନ ସହିତ ଯୋଗାଯୋଗ କରି ଆବେଦନ କରିବାକୁ ପଡ଼ିବ। ରାଜ୍ୟ ସରକାର ଏପରି ଏକ ନିଷ୍ପତ୍ତି ନେଇଥିବାରୁ କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ଏବଂ କ୍ରୀଡ଼ା ବିଭାଗର ଅନ୍ୟ କର୍ମକର୍ତ୍ତା ମାନଙ୍କୁ ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ଧନ୍ୟବାଦ ଜଣାଇଛନ୍ତି। ଏହାଦ୍ୱାରା ରାଜ୍ୟର ପୂର୍ବତନ ଖେଳାଳିମାନେ ଉପକୃତ ହେବେ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଜିଲାସ୍ତରରେ ବିଭିନ୍ନ ଟୁର୍ନାମେଣ୍ଟ ଅବସରରେ ପ୍ରଶିକ୍ଷଣପ୍ରାପ୍ତ ରେଫରିଙ୍କ ଅଭାବ ପରିଲକ୍ଷିତ ହେଉଛି। ଭୁବନେଶ୍ୱର ଏବଂ କଟକରୁ ରେଫରି ନେଇ ଟୁର୍ନାମେଣ୍ଟ ଆୟୋଜନ ମଧ୍ୟ ବ୍ୟୟବହୁଳ ହେଉଛି। ଏବେ ପ୍ରତି ଜିଲାରେ ଟ୍ରେନିଂପ୍ରାପ୍ତ ଦକ୍ଷ ରେଫରି ଉପଲବ୍ଧ ହୋଇପାରିବେ। ଫଳରେ ପୂର୍ବ ସମସ୍ୟାର ସମାଧାନ ହୋଇପାରିବ। ଏହାପରେ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ପାଇଁ ପଦକ୍ଷେପମାନ ନିଆଯିବ ବୋଲି କ୍ରୀଡ଼ା ବିଭାଗର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri