ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ ସରକାରୀ କର୍ମଚାରୀ: ନ ହେଲେ ପ୍ରମୋଶନ ମନା

ଭୁବନେଶ୍ୱର,୨୮ା୧୦(ରବିନାରାୟଣ ଜେନା):୨୦୨୫ ଶେଷ ହେବାକୁ ୨ମାସ ବାକି ରହିଛି। ହେଲେ ଏପର୍ଯ୍ୟନ୍ତ ବାବୁମାନେ ୨୦୨୪ ଲାଗି ସେମାନଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ ସରକାରଙ୍କୁ ଦେଉନାହାନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏସଂକ୍ରାନ୍ତରେ ବାରମ୍ବାର ଅବଗତ କରାଗଲେ ମଧ୍ୟ କର୍ମଚାରୀଙ୍କୁ ଚେତନା ଆସୁନାହିଁ। ଏପରି କି ସଂଖ୍ୟାଧିକ କର୍ମଚାରୀ ସେମାନଙ୍କ ପଦୋନ୍ନତି ସହ ଅନ୍ୟାନ୍ୟ ସରକାରୀ ପ୍ରାପ୍ତିକୁ ମଧ୍ୟ ଖାତିର କରୁନାହାନ୍ତି। ନଭେମ୍ବରରୁ କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟା ଆରମ୍ଭ ହେବ। ହେଲେ ସଂଖ୍ୟାଧିକ କର୍ମଚାରୀ ସମ୍ପତ୍ତି ତାଲିକା ଦେଇ ନ ଥିବାରୁ ଏକ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି। ସରକାରଙ୍କ ନିର୍ଦ୍ଦେଶନାମାକୁ ବିଭିନ୍ନ ସମୟରେ ବିଭାଗୀୟ ମୁଖ୍ୟମାନେ ଠିକଣା ଭାବେ କାର୍ଯ୍ୟକାରୀ କରୁ ନ ଥିବା ନଜିର ରହିଥିବାବେଳେ ସମ୍ପ୍ରତି ବାର୍ଷିକ ସମ୍ପତ୍ତି ତାଲିକାକୁ କର୍ମଚାରୀମାନଙ୍କ ଅବମାନନାକୁ ନେଇ ଲୋକସେବା ଭବନରେ ଚର୍ଚ୍ଚା ଜୋର୍‌ ଧରିଛି।
ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସୁରେନ୍ଦ୍ର କୁମାର ଚଳିତମାସ ୨୩ରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। କର୍ମଚାରୀମାନେ ଯେପରି ସମୟ ଭିତରେ ସମ୍ପତ୍ତି ତାଲିକା ପ୍ରଦାନ କରିବେ ସେନେଇ ବିଭାଗୀୟ ମୁଖ୍ୟମାନେ ଗୁରୁତ୍ୱ ଦେବାକୁ ସେ ଅନୁରୋଧ କରିଛନ୍ତି। ସୁରେନ୍ଦ୍ର କୁମାର ଦର୍ଶାଇଛନ୍ତି, ରାଜ୍ୟ ସରକାରଙ୍କ ମାନବସମ୍ବଳ ପରିଚାଳନା ପଦ୍ଧତି(ଏଚ୍‌ଆର୍‌ଏମ୍‌ଏସ୍‌) ପୋର୍ଟାଲରେ ପ୍ରତିବର୍ଷ ସରକାରୀ କର୍ମଚାରୀମାନେ ତାଙ୍କର ବାର୍ଷିକ ସମ୍ପତ୍ତି ତାଲିକା ଅପ୍‌ଲୋଡ୍‌ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ହେଲେ ଏହାକୁ ବହୁ କର୍ମଚାରୀ ମାନୁନାହାନ୍ତି। ଫଳରେ କର୍ମଚାରୀଙ୍କ ପଦୋନ୍ନତି ଓ ଅନ୍ୟାନ୍ୟ ସରକାରୀ ପଦକ୍ଷେପ ବେଳେ ସମସ୍ୟା ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷୀରେ ୨୦୨୪ ବର୍ଷ ପାଇଁ ଆଉ ଅବଧି ବୃଦ୍ଧି କରାଯିବ ନାହିଁ କି ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲ ଖୋଲାଯିବ ନାହିଁ। ସେ କହିଛନ୍ତି, ବାର୍ଷିକ ସମ୍ପତ୍ତି ବିବରଣୀ ଦେବା କର୍ମଚାରୀମାନଙ୍କ ପାଇଁ ବାଧ୍ୟତାମୂଳକ। ଏହାକୁ ଜାଣି ମଧ୍ୟ ଯେଉଁ କର୍ମଚାରୀମାନେ ସମ୍ପତ୍ତି ବିବରଣୀ ପ୍ରଦାନ କରିନାହାନ୍ତି, ସେମାନଙ୍କୁ ପଦୋନ୍ନତି ଦିଆଯିବ ନାହିଁ। ବିଭାଗୀୟ ମୁଖ୍ୟମାନେ ଡିପାର୍ଟମେଣ୍ଟାଲ ପ୍ରମୋଶନ କମିଟି(ଡିପିସି) ବୈଠକ କଲାବେଳେ ସମ୍ପୃକ୍ତ କର୍ମଚାରୀଙ୍କୁ ପଦୋନ୍ନତି ଲାଗି ବିବେଚନା କରିବେନାହିଁ ବୋଲି ସୁରେନ୍ଦ୍ର କୁମାର ଦର୍ଶାଇଛନ୍ତି।
ସୁରେନ୍ଦ୍ର କୁମାର ପୁନର୍ବାର ଅବଗତ କରାଇଛନ୍ତି, ୨୦୨୫ ବର୍ଷ ପାଇଁ ୩୧ ଜାନୁଆରୀ-୨୦୨୬ ସୁଦ୍ଧା ସମସ୍ତ କର୍ମଚାରୀ ଯେପରି ସମ୍ପତ୍ତି ତାଲିକା ପ୍ରଦାନ କରିବେ ସେଦିଗରେ ପଦକ୍ଷେପ ନେବାକୁ ହେବ। ଏହି ଅବଧିକୁ ସରକାର ଏଥର କଡାକଡ଼ି ଭାବେ ପାଳନ କରିବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ ମୁଖ୍ୟମାନେ କର୍ମଚାରୀଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ ଯେପରି ୧୦୦% ମିଳିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ସେ ଦର୍ଶାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri