Posted inଜାତୀୟ

ଅରୁଣାଚଳ ନିକଟରେ ଚାଇନାର ୩୬ ଯୁଦ୍ଧବିମାନ ସେଲ୍ଟର

ନୂଆଦିଲ୍ଲୀ,୨୮ା୧୦: ଅରୁଣାଚଳରେ ଥିବା ଭାରତ-ଚାଇନା ସୀମା ମାକ୍‌ମୋହନ ଲାଇନଠାରୁ ଉତ୍ତରରେ ପ୍ରାୟ ୪୦ କିଲୋମିଟର ଦୂରରେ ଚାଇନା ଯୁଦ୍ଧବିମାନ ରଖିବା ପାଇଁ ୩୬ଟି ଶକ୍ତିଶାଳୀ ଏୟାରକ୍ରାଫ୍ଟ ସେଲ୍ଟର ନିର୍ମାଣ ସମ୍ପୂର୍ଣ୍ଣ କରିଛି। ଏହି ଘଟଣା ଜଣାପଡ଼ିବା ପରେ ଭାରତର ଚିନ୍ତା ବଢ଼ିଯାଇଛି। ତିବ୍ବତର ଲୁଞ୍ଜେଠାରେ ଏହି ନୂଆ ସେଲ୍ଟର ନିର୍ମାଣ ହେଉଛି, ଯାହାକି ଅରୁଣାଚଳ ପ୍ରଦେଶର ତାଓ୍ବାଙ୍ଗ ସହରଠାରୁ ପ୍ରାୟ ୧୦୭ କିଲୋମିଟର ଦୂରରେ ଅବସ୍ଥିତ। ଚାଇନା ସେଠାରେ ଲଢ଼ୁଆ ବିମାନ ଏବଂ ଡ୍ରୋନ୍‌ ସିଷ୍ଟମ ରଖିବା ସହ ଆବଶ୍ୟକ ସ୍ଥଳେ ତୁରନ୍ତ ଏହାକୁ ସୀମାରେ ନିୟୋଜିତ କରିପାରିବ। ଭାରତୀୟ ଆସାମ କିମ୍ବା ଅରୁଣାଚଳପ୍ରଦେଶରେ ଥିବା ଭାରତୀୟ ବାୟୁସେନାର ନିଜସ୍ବ ଏୟାରବେସ୍‌ରୁ ଯୁଦ୍ଧବିମାନ କୌଣସି ଆକ୍ରମଣର ମୁକାବିଲା କରିବା ପାଇଁ ଯେତିକି ସମୟ ଆବଶ୍ୟକ କରିବ, ତା’ଠାରୁ ଯଥେଷ୍ଟ କମ୍‌ ସମୟ ମଧ୍ୟରେ ଚାଇନା ସେନା ଜବାବ ଦେଇପାରିବ। ଗତ ୧୭ ତାରିଖରେ ଲୁଞ୍ଜେ ଏୟାରବେସ୍‌ରୁ ନିଆଯାଇଥିବା ସାଟେଲାଇଟ୍‌ ଚିତ୍ରରୁ ୩୬ଟି ଏୟାରକ୍ରାଫ୍ଟ ସେଲ୍ଟର ସମ୍ପୂର୍ଣ୍ଣ ହୋଇଥିବା ସ୍ପଷ୍ଟ ଦେଖିବାକୁ ମିଳିଛି। ଗତ ଏପ୍ରିଲରେ ସେଠାରେ ନିର୍ମାଣ ପାଇଁ ମାଟିକାମ ଚାଲିଥିବା ଦେଖିବାକୁ ମିଳଥିତ୍ଲା।
ସୀମାର ଖୁବ୍‌ ନିକଟରେ ବେଜିଂ ଯୁଦ୍ଧବିମାନ ଆଶ୍ରୟସ୍ଥଳ ନିର୍ମାଣ କରିଥିବାରୁ ପରବର୍ତ୍ତୀ ସାମରିକ ଘଟଣାରେ ସେମାନଙ୍କ ଲଢ଼ୁଅ ବିମାନ ଓ ଆକ୍ରମଣକାରୀ ହେଲିକପ୍ଟର ଲୁଞ୍ଜେ ଏୟାରବେସ୍‌ରୁ ସେମାନଙ୍କ ସେନାକୁ ସହାୟତା କରିବ ବୋଲି ଅବସରପ୍ରାପ୍ତ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ବି.ଏସ୍‌. ଧନୋଆ କହିଛନ୍ତି। ଉକ୍ତ ଅଞ୍ଚଳରେ ଥିବା ଭୂତଳ ସୁଡ଼ଙ୍ଗଗୁଡ଼ିକରେ ଗୁଳିଗୋଳା ଏବଂ ଇନ୍ଧନ ଗଚ୍ଛିତ ରହିଥିବା ସେ କହିଛନ୍ତି। ୨୦୧୭ ଡୋକଲାମ ଘଟଣା ବେଳେ ଧନୋଆ ତାଙ୍କ କର୍ମଚାରୀମାନଙ୍କୁ କହିଥିଲେ, ତିବ୍ବତରେ ଚାଇନା ବାୟୁସେନା (ପିପୁଲ୍ସ ଲିବରେଶନ ଆର୍ମି ଏୟାରଫୋର୍ସ) ପାଇଁ ଯୁଦ୍ଧବିମାନ ସମସ୍ୟା ନୁହେଁ, ବରଂ ଏହାକୁ ମୁତୟନ କରିବା ସମସ୍ୟା। ସେମାନେ ତିବ୍ବତ ଏୟାରଫିଲ୍ଡରେ ଯେତେବେଳେ ସଶକ୍ତ ଏୟାରକ୍ରାଫ୍ଟ ସେଲ୍ଟର ନିର୍ମାଣ ଆରମ୍ଭ କରିବେ, ସେମାନେ ଆମ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେବେ। ତିବ୍ଦତରେ ସେମାନଙ୍କର ମୁଖ୍ୟ ଦୁର୍ବଳତା ଦୂର ହୋଇଯିବ ବୋଲି ସେତେବେଳେ ଧନୋଆ କହିଥିଲେ। ଭାରତୀୟ ବାୟୁସେନାର ପୂର୍ବତନ ଉପମୁଖ୍ୟ ଏୟାର ମାର୍ଶାଲ ଅନିଲ ଖୋସ୍‌ଲା କହିଛନ୍ତି, ଉପରୋକ୍ତ ଏୟାରଫିଲ୍ଡଗୁଡ଼ିକର ନିର୍ମାଣ ଓ ଉନ୍ନତୀକରଣ ଚାଇନାର ଭବିଷ୍ୟତ ଯୁଦ୍ଧ ଯୋଜନା ପାଇଁ ସହାୟକ ହେବ। ଏହା ଭାରତ ପାଇଁ ଗମ୍ଭୀର ରଣନୈତିକ ବିପଦ। ୨୦୨୦ର ଗଲଓ୍ବାନ ସଂଘର୍ଷଠାରୁ ଚାଇନା ସେନା ଏହାର ସାମର୍ଥ୍ୟ ଓ ଭିତ୍ତିଭୂମି ଢାଞ୍ଚା ବଢ଼ାଇ ଚାଲିଛି। ଲୁଞ୍ଜେ ଏୟାରବେସ୍‌ର ଉନ୍ନତୀକରଣ ଆଞ୍ଚଳିକ ସୁରକ୍ଷା ବିଶେଷ କରି ୨୦୨୦ରୁ ଲାଗିରହିଥିବା ଭାରତ-ଚାଇନା ସୀମାର ମୁହାଁମୁହିଁ ଅବସ୍ଥା ପରିପ୍ରେକ୍ଷୀରେ ଆଞ୍ଚଳିକ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବ ବୋଲି ଖୋସ୍‌ଲା କହିଛନ୍ତି।

 

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବଳାତ୍କାର ଅଭିଯୋଗକୁ ନେଇ ତାତିଲେ ଛାତ୍ରୀଛାତ୍ର, କ୍ୟାମ୍ପସ୍‌ରେ ଭଙ୍ଗାରୁଜା

ଫଗଓ୍ବାରା,୨୭ା୯: ପଞ୍ଜାବର ଫଗଓ୍ବାରାସ୍ଥିତ ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି (ଏଲ୍‌ପିୟୁ)ର ଜଣେ ଛାତ୍ରୀଙ୍କୁ କ୍ୟାମ୍ପସ୍‌ ଭିତରେ ଜଣେ ବାହାର ଲୋକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହାକୁ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?