ସରକାର ଗହମ ଦେଲେନି, ଛତୁଆ ବଣ୍ଟନ ବନ୍ଦ

ସୋନପୁର,୧୭।୭(ମୃତ୍ୟୁଞ୍ଜୟ ଶତପଥୀ): ଶିଶୁ, ଗର୍ଭବତୀ ମହିଳା ଓ ପ୍ରସୂତିଙ୍କ ଉତ୍ତମ ସ୍ବାସ୍ଥ୍ୟଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଗର୍ଭଧାରଣଠାରୁ ଶିଶୁ ଜନ୍ମ ପର୍ଯ୍ୟନ୍ତ ମା’ର ସ୍ବାସ୍ଥ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଉଛି। ନିରାପଦ ମାତୃତ୍ୱ, ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପାଇଁ ପୋଷଣଯୁକ୍ତ ଖାଦ୍ୟ ହିସାବରେ ଛତୁଆ, ସୁଜି, ଅଣ୍ଡା ଓ ଲଡୁ ଆଦି ପ୍ରଦାନ କରାଯାଉଛି। ତେବେ ସୁବର୍ଣ୍ଣପୁର ଜିଲାରେ ଗତ ୨ ମାସ ଧରି ସପ୍ଲିମେଣ୍ଟାରୀ ନ୍ୟୁଟିସନ ପ୍ରୋଗ୍ରାମ(ଏସଏନ୍‌ପି) ଅଧିନରେ ଛତୁଆ ପ୍ରସ୍ତୁତ ହୋଇପାରିନି। ରାଜ୍ୟ ସରକାର ଗହମ ଯୋଗାଇ ନ ପାରିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଜିଲାର ୩୨ ହଜାର ୧୬ଜଣ ଗର୍ଭବତୀ ମହିଳା, ପ୍ରସୂତି ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ହୋଇପାରୁନି। ଅଧିକ ଶିଶୁ କୁପୋଷଣର ଶିକାର ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହି ଜିଲାରେ ଶିଶୁ ଓ ମାତୃମଙ୍ଗଳ ଯୋଜନା ବାଟବଣା ହୋଇଥିବା ଗର୍ଭବତୀ ମହିଳା, ପ୍ରସୂତି ଓ ଶିଶୁଙ୍କ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।
ସୁବର୍ଣ୍ଣପୁର ଜିଲାରେ ଅପପୁଷ୍ଟି ସ୍ଥିତି ବେଶ୍‌ ଗମ୍ଭୀର। ସୁଷମ ଖାଦ୍ୟ ଅଭାବରୁ ବୟସ ଓ ଉଚ୍ଚତା ଅନୁପାତରେ ଶିଶୁର ଓଜନ କମ୍‌ ରହୁଛି। ତଥ୍ୟ ଅନୁସାରେ ଜିଲାର ୪୨୯୮୫ ଜଣ ଶିଶୁଙ୍କ ମଧ୍ୟରୁ ୧୦୫୦ ଜଣ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ଜିଲାରେ ୧୫୫୬ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ଅତିରିକ୍ତ ଭୋଜନ କାର୍ଯ୍ୟକ୍ରମରେ ଜିଲାର ସୋନପୁର, ତରଭା, ବିନିକା, ଡୁଙ୍ଗୁରିପାଲି, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକ ସମନ୍ନିତ ଶିଶୁ ବିକାଶ ଯୋଜନା(ଆଇସିଡିଏସ୍‌) ଅଧିନରେ ୪୧୧୭ଜଣ ଗର୍ଭବତୀ ମହିଳା, ୪୨୧୮ଜଣ ପ୍ରସୂତି ମହିଳା ଓ ୬ ମାସରୁ ୩ ବର୍ଷ ମଧ୍ୟରେ ୨୩ହଜାର ୬୮୧ ଜଣ ଶିଶୁ ପଞ୍ଜିକୃତ ହୋଇଛନ୍ତି। ୧୧ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠିଙ୍କ ଜରିଆରେ ପୁଷ୍ଟିକର ଖାଦ୍ୟ(ଛତୁଆ) ପ୍ରସ୍ତୁତ ହୋଇ ଜିଲାର ଅଙ୍ଗନଓ୍ବାଡି କର୍ମୀଙ୍କ ମାଧ୍ୟମରେ ବଣ୍ଟନ ହେଉଛି। ଛତୁଆର ମୁଖ୍ୟ ଉପାଦାନ ଗହମ ହୋଇଥିବା ବେଳେ ସେଥିରେ ବୁଟ, ବାଦାମ ଓ ଚିନି ମିଶା ଯାଇଥାଏ। ଗର୍ଭବତୀ ମହିଳା ଓ ପ୍ରସୂତିଙ୍କୁ ଅନ୍ୟ ପୁଷ୍ଟିକର ଖାଦ୍ୟ ସହ ମାସିକ ୪ କିଲୋ ୪୧୦ଗ୍ରାମ ଲେଖାଏ ଛତୁଆ ପ୍ୟାକେଟ୍‌ ପ୍ରଦାନ କରାଯାଏ। ସେହିଭଳି ୬ ମାସରୁ ୩ ବର୍ଷ ବୟସର ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଭାବେ ଅଣ୍ଡା, ଲଡୁ ସହିତ ୨କିଲୋ ୨୦୦ଗ୍ରାମ ଛତୁଆ ମିଳେ । ସରକାର ଏହି ଜିଲାକୁ ଠିକ୍‌ ସମୟରେ ଗହମ ଆବଣ୍ଟନ କଲେନି। ଆବଶ୍ୟକ ଅନୁଯାୟୀ ଛତୁଆ ପ୍ରସ୍ତୁତ ହୋଇ ପାରିଲାନି। ଫଳରେ ଜିଲାର ସୋନପୁର, ବିନିକା, ଡୁଙ୍ଗୁରିପାଲି, ଉଲୁଣ୍ଡା, ବୀରମହାରାଜପୁର ବ୍ଲକରେ ଜୁନ୍‌ ଓ ଜୁଲାଇ ମାସର ଛତୁଆ ବଣ୍ଟନ ହୋଇନି। ତରଭା ବ୍ଲକରେ ମେ ମାସରେ ଅଧା ଛତୁଆ ବଣ୍ଟନ ହୋଇଥିବା ବେଳେ ଜୁନ୍‌ ଓ ଜୁଲାଇ ମାସରେ ଛତୁଆ ବଣ୍ଟନ ହୋଇ ନଥିବା ଜଣାପଡିଛି। ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ଜିଲା ସମାଜ ମଙ୍ଗଳ ଅଧିକାରୀ ଅକ୍ଷୟ ନାୟକ କୁହନ୍ତି, ମୁଁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛି। ଗହମ ନ ଥିବାରୁ ଜିଲାରେ ଛତୁଆ ପ୍ରସ୍ତୁତି ଓ ବଣ୍ଟନ ହୋଇପାରିନି। ଗହମ ଯୋଗାଣ ପାଇଁ ସରକାରଙ୍କୁ ଚିଠି ଲେଖାଯାଇଥିଲା। ଏବେ ପ୍ରଥମ ପର୍ଯ୍ୟାୟରେ ଜିଲାକୁ ୧୬୦କୁଇଣ୍ଟାଲ ୬୦କିଲୋ ଗହମ ଆଲଟମେଣ୍ଟ ଆସିଛି। ଏଫସିଆଇ ଗୋଦାମରୁ ଗହମ ଉଠାଣ ପରେ ଛତୁଆ ୟୁନିଟ୍‌ଗୁଡିକୁ ଦିଆଯିବ। ଦ୍ୱିତୀୟ ପର୍ଯ୍ୟାୟ ଗହମ ମିଳିଲା ପରେ ଛତୁଆ ପ୍ରସ୍ତୁତି ତ୍ୱରାନ୍ବିତ ହେବ ବୋଲି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri