ସରକାର ଗହମ ଦେଲେନି, ଛତୁଆ ବଣ୍ଟନ ବନ୍ଦ

ସୋନପୁର,୧୭।୭(ମୃତ୍ୟୁଞ୍ଜୟ ଶତପଥୀ): ଶିଶୁ, ଗର୍ଭବତୀ ମହିଳା ଓ ପ୍ରସୂତିଙ୍କ ଉତ୍ତମ ସ୍ବାସ୍ଥ୍ୟଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଗର୍ଭଧାରଣଠାରୁ ଶିଶୁ ଜନ୍ମ ପର୍ଯ୍ୟନ୍ତ ମା’ର ସ୍ବାସ୍ଥ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଉଛି। ନିରାପଦ ମାତୃତ୍ୱ, ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପାଇଁ ପୋଷଣଯୁକ୍ତ ଖାଦ୍ୟ ହିସାବରେ ଛତୁଆ, ସୁଜି, ଅଣ୍ଡା ଓ ଲଡୁ ଆଦି ପ୍ରଦାନ କରାଯାଉଛି। ତେବେ ସୁବର୍ଣ୍ଣପୁର ଜିଲାରେ ଗତ ୨ ମାସ ଧରି ସପ୍ଲିମେଣ୍ଟାରୀ ନ୍ୟୁଟିସନ ପ୍ରୋଗ୍ରାମ(ଏସଏନ୍‌ପି) ଅଧିନରେ ଛତୁଆ ପ୍ରସ୍ତୁତ ହୋଇପାରିନି। ରାଜ୍ୟ ସରକାର ଗହମ ଯୋଗାଇ ନ ପାରିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଜିଲାର ୩୨ ହଜାର ୧୬ଜଣ ଗର୍ଭବତୀ ମହିଳା, ପ୍ରସୂତି ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ହୋଇପାରୁନି। ଅଧିକ ଶିଶୁ କୁପୋଷଣର ଶିକାର ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହି ଜିଲାରେ ଶିଶୁ ଓ ମାତୃମଙ୍ଗଳ ଯୋଜନା ବାଟବଣା ହୋଇଥିବା ଗର୍ଭବତୀ ମହିଳା, ପ୍ରସୂତି ଓ ଶିଶୁଙ୍କ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।
ସୁବର୍ଣ୍ଣପୁର ଜିଲାରେ ଅପପୁଷ୍ଟି ସ୍ଥିତି ବେଶ୍‌ ଗମ୍ଭୀର। ସୁଷମ ଖାଦ୍ୟ ଅଭାବରୁ ବୟସ ଓ ଉଚ୍ଚତା ଅନୁପାତରେ ଶିଶୁର ଓଜନ କମ୍‌ ରହୁଛି। ତଥ୍ୟ ଅନୁସାରେ ଜିଲାର ୪୨୯୮୫ ଜଣ ଶିଶୁଙ୍କ ମଧ୍ୟରୁ ୧୦୫୦ ଜଣ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ଜିଲାରେ ୧୫୫୬ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ଅତିରିକ୍ତ ଭୋଜନ କାର୍ଯ୍ୟକ୍ରମରେ ଜିଲାର ସୋନପୁର, ତରଭା, ବିନିକା, ଡୁଙ୍ଗୁରିପାଲି, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକ ସମନ୍ନିତ ଶିଶୁ ବିକାଶ ଯୋଜନା(ଆଇସିଡିଏସ୍‌) ଅଧିନରେ ୪୧୧୭ଜଣ ଗର୍ଭବତୀ ମହିଳା, ୪୨୧୮ଜଣ ପ୍ରସୂତି ମହିଳା ଓ ୬ ମାସରୁ ୩ ବର୍ଷ ମଧ୍ୟରେ ୨୩ହଜାର ୬୮୧ ଜଣ ଶିଶୁ ପଞ୍ଜିକୃତ ହୋଇଛନ୍ତି। ୧୧ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠିଙ୍କ ଜରିଆରେ ପୁଷ୍ଟିକର ଖାଦ୍ୟ(ଛତୁଆ) ପ୍ରସ୍ତୁତ ହୋଇ ଜିଲାର ଅଙ୍ଗନଓ୍ବାଡି କର୍ମୀଙ୍କ ମାଧ୍ୟମରେ ବଣ୍ଟନ ହେଉଛି। ଛତୁଆର ମୁଖ୍ୟ ଉପାଦାନ ଗହମ ହୋଇଥିବା ବେଳେ ସେଥିରେ ବୁଟ, ବାଦାମ ଓ ଚିନି ମିଶା ଯାଇଥାଏ। ଗର୍ଭବତୀ ମହିଳା ଓ ପ୍ରସୂତିଙ୍କୁ ଅନ୍ୟ ପୁଷ୍ଟିକର ଖାଦ୍ୟ ସହ ମାସିକ ୪ କିଲୋ ୪୧୦ଗ୍ରାମ ଲେଖାଏ ଛତୁଆ ପ୍ୟାକେଟ୍‌ ପ୍ରଦାନ କରାଯାଏ। ସେହିଭଳି ୬ ମାସରୁ ୩ ବର୍ଷ ବୟସର ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଭାବେ ଅଣ୍ଡା, ଲଡୁ ସହିତ ୨କିଲୋ ୨୦୦ଗ୍ରାମ ଛତୁଆ ମିଳେ । ସରକାର ଏହି ଜିଲାକୁ ଠିକ୍‌ ସମୟରେ ଗହମ ଆବଣ୍ଟନ କଲେନି। ଆବଶ୍ୟକ ଅନୁଯାୟୀ ଛତୁଆ ପ୍ରସ୍ତୁତ ହୋଇ ପାରିଲାନି। ଫଳରେ ଜିଲାର ସୋନପୁର, ବିନିକା, ଡୁଙ୍ଗୁରିପାଲି, ଉଲୁଣ୍ଡା, ବୀରମହାରାଜପୁର ବ୍ଲକରେ ଜୁନ୍‌ ଓ ଜୁଲାଇ ମାସର ଛତୁଆ ବଣ୍ଟନ ହୋଇନି। ତରଭା ବ୍ଲକରେ ମେ ମାସରେ ଅଧା ଛତୁଆ ବଣ୍ଟନ ହୋଇଥିବା ବେଳେ ଜୁନ୍‌ ଓ ଜୁଲାଇ ମାସରେ ଛତୁଆ ବଣ୍ଟନ ହୋଇ ନଥିବା ଜଣାପଡିଛି। ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ଜିଲା ସମାଜ ମଙ୍ଗଳ ଅଧିକାରୀ ଅକ୍ଷୟ ନାୟକ କୁହନ୍ତି, ମୁଁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛି। ଗହମ ନ ଥିବାରୁ ଜିଲାରେ ଛତୁଆ ପ୍ରସ୍ତୁତି ଓ ବଣ୍ଟନ ହୋଇପାରିନି। ଗହମ ଯୋଗାଣ ପାଇଁ ସରକାରଙ୍କୁ ଚିଠି ଲେଖାଯାଇଥିଲା। ଏବେ ପ୍ରଥମ ପର୍ଯ୍ୟାୟରେ ଜିଲାକୁ ୧୬୦କୁଇଣ୍ଟାଲ ୬୦କିଲୋ ଗହମ ଆଲଟମେଣ୍ଟ ଆସିଛି। ଏଫସିଆଇ ଗୋଦାମରୁ ଗହମ ଉଠାଣ ପରେ ଛତୁଆ ୟୁନିଟ୍‌ଗୁଡିକୁ ଦିଆଯିବ। ଦ୍ୱିତୀୟ ପର୍ଯ୍ୟାୟ ଗହମ ମିଳିଲା ପରେ ଛତୁଆ ପ୍ରସ୍ତୁତି ତ୍ୱରାନ୍ବିତ ହେବ ବୋଲି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri