୮୦% ଟପିବ ସରକାରଙ୍କ ଋଣ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଘରୋଇ ବଜାର କ୍ଷତିଗ୍ରସ୍ତ ହୋଇ ରହିଛି। ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଲଗାତର ଖସିଚାଲିଛି। ଟିକସ ସଂଗ୍ରହ ହ୍ରାସ ହୋଇଥିବା ବେଳେ ଚଳିତ ଆର୍ଥତ୍କ ବର୍ଷରେ ମିଳିତ ବିତ୍ତୀୟ ନିଅଣ୍ଟ ୧୩%ରୁ ଊର୍ଦ୍ଧ୍ୱ ରହିପାରେ। ଏହା ଗତବର୍ଷ ତୁଳନାରେ ପ୍ରାୟ ୨ଗୁଣ ରହିବା ନେଇ ଆକଳନ କରାଯାଇଛି। ସରକାରଙ୍କ ଋଣ ଦୀର୍ଘଦିନ ଧରି ଜିଡିପିର ୭୦% ମଧ୍ୟରେ ରହି ଆସୁଥିଲା। ଚଳିତ ବର୍ଷ ଏହା ପ୍ରାୟ ୮୦% ଟପି ପ୍ରାୟ ୧.୦୧ ଲକ୍ଷ କୋଟି ଛୁଇଁବା ନେଇ ଆକଳନ କରାଯାଇଛି। ଏହା ହେଲେ ଭାରତ ଚାଇନା ପରେ ଏସିଆର ଦ୍ୱୀତିୟ ସର୍ବବୃହତ୍‌ ଋଣଗ୍ରସ୍ତ ରାଷ୍ଟ୍ର ହେବ ବୋଲି ଆକଳନ କରାଯାଇଛି।
କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ବିତ୍ତୀୟ ନିଅଣ୍ଟ ଲଗାତର ବଢୁଛି। ୨୦୧୯-୨୦ରେ ଏହା ୭%ରୁ ଊର୍ଦ୍ଧ୍ୱରେ ରହିଛି। ଗତ ୫ ବର୍ଷରେ ଏହା ହାରାହାରି ୬.୬% ସ୍ତରରେ ରହିଥିଲା। ୨୦୧୬ରୁ୨୦୧୯ ମଧ୍ୟରେ ବିତ୍ତୀୟ ନିଅଣ୍ଟକୁ ୪% ଭିତରେ ରଖିବାକୁ ସରକାର ଚେଷ୍ଟା କରିଛନ୍ତି। ଆର୍ଥତ୍କ ବର୍ଷ ୨୦୧୯-୨୦ରେ ଏହା ୪.୬% ସ୍ତରରେ ରହିଛି। କରୋନା ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥା ଚାପଗ୍ରସ୍ତ ହୋଇଛି। ଫଳରେ ଚଳିତ ଆର୍ଥତ୍କ ବର୍ଷ ମିଳିତ ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୧୩%ରୁ ବଢିଯିବ ବୋଲି ସିଙ୍ଗାପୁର ଭିତ୍ତିକ ଡିବିଏସ୍‌ ବ୍ୟାଙ୍କ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି। ଅର୍ଥନୀତିଜ୍ଞ ରାଧିକା ରାଓଙ୍କ ଅଧ୍ୟକ୍ଷତାରେ ଏକ ପ୍ୟାନେଲ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ କରିଛି।
ଗତ ୩ ବର୍ଷରେ ସରକାରଙ୍କ ଋଣ ହାରାହାରି ପ୍ରାୟ ୭୦% ସ୍ତରରେ ରହିଥିଲା। ମହାମାରୀ ଯୋଗୁ ସରକାରଙ୍କୁ ଅଧିକ ଋଣ କରିବାକୁ ପଡୁଛି। ଫଳରେ ଋଣ ମୋଟ ଜିଡିପିର ୮୦% ଟପିବା ନେଇ ରିପୋର୍ଟରେ ଆକଳନ କରାଯାଇଛି। ଜୁଲାଇ ଶେଷ ସୁଦ୍ଧା ସରକାରଙ୍କ ପ୍ରତିଭୂତି (ବଣ୍ଡ ଏବଂ ଟ୍ରେଜେରି ବିଲ୍‌) ବକେୟା ବାବଦକୁ ୭୫.୬ ଲକ୍ଷ କୋଟି ବା ୧.୦୧ ଲକ୍ଷ କୋଟି ଟଙ୍କା ରହିଥିଲା। ଏଭଳି ସ୍ଥିତିରେ ରାଜ୍ୟଗୁଡିକର ଉନ୍ନତୀକରଣ ଋଣ ବାବଦ ବକେୟା ୩୪ ଲକ୍ଷ କୋଟି ଟଙ୍କା ସ୍ତର ଛୁଇଁଛି। ଏହା ମୋଟ ପ୍ରତିଭୂତିର ପ୍ରାୟ ଅଧା ବୋଲି ଜଣାପଡିଛି। ଆର୍ଥତ୍କ ବର୍ଷ ୨୦୧୮-୧୯ରେ ପ୍ରତିଭୂତି ଜାରି କରିଥିବା ୫ ପ୍ରମୁଖ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ର ପ୍ରଦେଶ ରହିଛି। ଜାରି କରାଯାଇଥିବା ମୋଟ ପ୍ରଭିଭୂତି ମଧ୍ୟରେ ଏହି ୫ ରାଜ୍ୟର ଅଂଶ ଅଧାରୁ ଅଧିକ ରହିଛି। ସେହିଭଳି ଶୀର୍ଷ ୧୦ ରାଜ୍ୟ ମୋଟ ପ୍ରତିଭୂତିର ପ୍ରାୟ ୭୫% ଅଂଶ ଜାରି କରିଛନ୍ତି।
ଅର୍ଥ ମନ୍ତ୍ରଣାଳୟ ଡାଟା ମୁତାବକ, ମୋଟ ସରକାରୀ ପ୍ରତିଭୂତି ମଧ୍ୟରୁ ୪୦% ବ୍ୟାଙ୍କଗୁଡିକ ନିକଟରେ ରହିଛି। ସେହିଭଳି ବୀମା କମ୍ପାନୀ ୨୫%, ରିଜର୍ଭ ବ୍ୟାଙ୍କ ୧୫% ଏବଂ ବିଦେଶୀ ନିବେଶକ ୨.୪% ହାସଲ କରିଛନ୍ତି। ସେହିଭଳି ମୋଟ ଷ୍ଟେଟ ଡେଭଲପମେଣ୍ଟ ଲୋନ(ଏସ୍‌ଡିଏଲ୍‌) ମଧ୍ୟରୁ ପ୍ରାୟ ୮୦% ମାଲିକାନା ବ୍ୟାଙ୍କ, ବୀମା କମ୍ପାନୀ ଏବଂ ଭବିଷ୍ୟନିଧି ପାଣ୍ଠି ନିକଟରେ ରହିଛି। ଏସ୍‌ଡିଏଲ୍‌ ଲାଗି ସରକାରୀ ପ୍ରତିଭୂତିରେ ବିଦେଶୀ ପୋର୍ଟଫୋଲିଓ ନିବେଶ ସୀମା ୬% ରହିଛି। ଏହା ୨୦୨୧ ମାର୍ଚ୍ଚ ସୁଦ୍ଧା ଦୀର୍ଘମିଆଦୀ ଭିତ୍ତିରେ ୩.୪ ଲକ୍ଷ କୋଟି ଟଙ୍କା ଛୁଇଁପାରେ। ଏହା ଏସ୍‌ଡିଏଲ୍‌ରେ ୭୪,୭୦୦ କୋଟି ଟଙ୍କା ରହିବା ନେଇ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri