Posted inଖେଳ

ମୀରାବାଈ ଚାନୁଙ୍କ ଟ୍ରେନିଂ ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ,୧୧ା୩: ଅଲିମ୍ପିକ୍ସ ପୂର୍ବରୁ ପୂର୍ବତନ ବିଶ୍ୱ ଚାମ୍ପିୟନ ଭାରୋତ୍ତୋଳିକା ମୀରାବାଈ ଚାନୁ ପ୍ୟାରିସ୍‌ରେ ଟ୍ରେନିଂ ନେବା ପ୍ରସ୍ତାବ ସରକାରଙ୍କ ଅନୁମୋଦନ ଲାଭ କରିଛି। ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ପୂର୍ବରୁ ସେଠିକାର ଜଳବାୟୁ ସହ ଅଭ୍ୟସ୍ତ ହେବା ସାଙ୍ଗକୁ ନିଜକୁ ପ୍ରସ୍ତୁତ କରିପାରିବେ। ସେ ୧ ମାସ ଧରି ଲା ଫର୍ଟେ-ମିଲନଠାରେ ଟ୍ରେନିଂ ନେବେ ବୋଲି କ୍ରୀଡ଼ା ମନ୍ତ୍ରଣାଳୟର ମିଶନ ଅଲିମ୍ପିକ ସେଲ୍‌ (ଏମ୍‌ଓସି) ତରଫରୁ ସୂଚନା ଦିଆଯାଇଛି। ।

୪୯ କେଜି ଶ୍ରେଣୀରେ ଭାଗନେବାକୁ ଥିବା ୨୯ ବର୍ଷୀୟା ଚାନୁଙ୍କ ସହ ୨ଜଣ କୋଚ୍‌ ଏବଂ ଜଣେ ଫିଜିଓଥେରାପିଷ୍ଟ ଯିବେ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ ଅଧୀନରେ ସରକାର ବିମାନ ଟିକେଟ, ଭିଜା ଫି’, ରହଣି, ଖାଦ୍ୟ, ଟ୍ରେନିଂ, ସ୍ଥାନୀୟ ପରିବହନ ଓ ମେଡିକାଲ ଇନ୍‌ସ୍ୟୁରାନ୍ସ ବ୍ୟତୀତ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବେ। ଆହୁରି ମଧ୍ୟ ବିଶିଷ୍ଟ ଅଶ୍ୱାରୋହୀ ଅନୁଶ ଅଗ୍ରଓ୍ବାଲଙ୍କ ପ୍ରସ୍ତାବ ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ଅନୁମୋଦନ ଲାଭ କରିଛି। ସେ ୮ଟି ପ୍ରତିଯୋଗିତାରେ ଭାଗନେବା ସହ ତାଙ୍କ ଘୋଡ଼ା ପାଇଁ ଆବଶ୍ୟକ ସରଞ୍ଜାମ କ୍ରୟକରିବେ। ଟପ୍ସ ଅନୁଶଙ୍କ ବ୍ୟତୀତ ତାଙ୍କ କୋଚ୍‌ଙ୍କ ରହଣି, ଏଣ୍ଟ୍ରି ଫି’, ୨ ଘୋଡ଼ାର ଖାଦ୍ୟ ଖର୍ଚ୍ଚ, କୋଚ୍‌ ଫି’ ବ୍ୟତୀତ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବହନ କରିବ।

ଏମ୍‌ଓସି ଆହୁରି ମଧ୍ୟ ଜୁଡୋକା ଅସ୍ମିତା ଦେ ଓ ଶୁଟର ଅର୍ଜୁନ ସି ଂ ଚିମାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ରାଜି ହୋଇଛି। ଅସ୍ମିତା ଅଷ୍ଟ୍ରିଆରେ ଅନୁଷ୍ଠିତ ହେବାକୁ ଥିବା ଗ୍ରାଁ ପ୍ରିରେ ଭାଗ ନେବେ। ଅର୍ଜୁନ ସିଂ ଆଇଏସ୍‌ଏଏସ୍‌ ଡର୍ଟମୁଣ୍ଡ ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛନ୍ତି। ଏମ୍‌ଓସି ଦ୍ୱାରା ଗୃହୀତ ଅନ୍ୟାନ୍ୟ ପ୍ରସ୍ତାବ ମଧ୍ୟରେ ବ୍ୟାଡ୍‌ମିଣ୍ଟନ ଖେଳାଳି ଚିରାଜ ଶେଟ୍ଟି ଓ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀଙ୍କ ଲାଗି ଭିଡି ଆନିଲିଷ୍ଟ ନିଯୁକ୍ତି, ଭାରୋତ୍ତୋଳକ ଜେରେମି ଲାଲରିନୁଙ୍ଗାଙ୍କ ଫିଜିଓଥେରାପିଷ୍ଟଙ୍କୁ ଚୁକ୍ତି ମିଆଦ ବୃଦ୍ଧି ଏବଂ ଟ୍ରାକ୍‌ ଆଥ୍‌ଲେଟ୍‌ ଆମୋଜ ଜାକବଙ୍କ ପାଇଁ ଆବଶ୍ୟକ ସରଞ୍ଜାମ କ୍ରୟ ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ପାଡୁଆ ପୋଲିସକୁ ଚ୍ୟାଲେଞ୍ଜ, ବୋଲେରୋ-ବାଇକ ପରେ ଏବେ ସ୍କୁଟି ଚୋରି

ନନ୍ଦପୁର/ପାଡୁଆ,୨୪।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ଥାନା ପୋଲିସକୁ ଗାଡ଼ି ଚୋର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରବିବାର…

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri