ସରକାରୀ ବସ୍‌ରେ  ପଇସା ନେଇ ଦେଉନାହାନ୍ତି ଟିକେଟ: କି ଫେରେଉନାହାନ୍ତି ଖୁଚୁରା 

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତକୁ ଜିଲା ହେଡକ୍ୱାଟର ଫୁଲବାଣୀରୁ ସରକାରୀ ବସ୍‌ ଚଳାଚଳ କରୁଛି ତେବେ ଉକ୍ତ ଯାତ୍ରୀବାହୀ ବସ୍‌ରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ଦାୟିତ୍ୱରେ ଥିବା କଣ୍ଡକ୍ଟର ସବ୍ୟସାଚୀ ବେହେରା ଟିଜେଟ ଅର୍ଥ ଆଦାୟ କରୁଥିବା ବେକେ ସେମାନଙ୍କୁ ଅର୍ଥ ବଦଳରେ ଯାତ୍ରୀଙ୍କୁ ଟିକେଟ୍‌ ଦେଉ ନ ଥିବା ଅଭିଯୋଗ ହେଉଛି। ଜି. ଉଦୟଗିରିରୁ ଆସୁଥିବା ଯାତ୍ରୀ ଶ୍ରୀଚନ୍ଦ୍ର ପ୍ରଧାନ ଏବଂ ଆଦବ ପ୍ରଧାନ କହିଛନ୍ତି। ଆମେ ଦାରିଙ୍ଗବାଡି ପର୍ଯ୍ୟନ୍ତ ଆସିଲୁ ଏବଂ ଜଣକ ପିଛା ୬୧ଟଙ୍କା ଲେଖାଏଁ ଟିକେଟ ପଇସା ଦେଲୁ କିନ୍ତୁ ଆମେ ଦାରିଙ୍ଗବାଡି ପହଞ୍ଚିବା ପର୍ଯ୍ୟନ୍ତ ଆମକୁ ଟିକେଟ ପ୍ରଦାନ କରାଯାଇନାହିଁ । ସେହିଭଳି ବସ୍‌ରେ ସିଟ୍‌ରେ ବସିଥିବା ଯାତ୍ରୀ ଓ ଠିଆ ହୋଇ ଆସୁଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଟିଜେଟ୍‌ ପ୍ରଦାନ କରାଯାଉନଥିବା ଅଭିଯୋଗ ହେଉଛି।
ସେହିପରି ସିମନବାଡିରୁ ଯାତ୍ରୀ ଦାରିଙ୍ଗବାଡି ଆସୁଥିବା ଟିକେଟର ମୁଖ୍ୟ ୧୪ ଟଙ୍କା ରହିଥିବା ବେଳେ ଯାତ୍ରୀ ୨୦ ଦେଲେ ଆଉ ବଳକା ଖୁଚୁରା ନଥିବା କାହି ଫେରସ୍ତ କରାଯାଉ ନ ଥିବା ଅଭିଯୋଗ ହୋଇଛି । ଏ ନେଇ ବିଭାଗ ତଦନ୍ତ କରିବା ସହ ଯାତ୍ରୀମାନଙ୍କ ଆର୍ଥିକ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି। ସରକାର ଲୋକଙ୍କ ସୁବିଧା ପାଇଁ ଦୁର୍ଗମ ଅଞ୍ଚଳରୁ ସରକାରୀ ବସକୁ ଜିଲା ହେଡକ୍ୱାଟରଠାରୁ କାଟିଙ୍ଗିଆ ବ୍ରାହ୍ମଣୀଗାଁ, ହାତୀମୁଣ୍ଡା ଆଦି ଅଞ୍ଚଳକୁ ଚଳାଉଥିବା ବେକେ ଯାତ୍ରୀମାନେ ମଧ୍ୟ ସରକାରୀ ବସ୍‌ ଉପରେ ନିର୍ଭର କରୁଛନ୍ତି। ତେବେ ଯାତ୍ରୀଙ୍କ ଅର୍ଥ ସରକାରଙ୍କ ଆକାଉଣ୍ଟକୁ ଯିବା ବଦଳରେ ସିଧା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ପକେଟକୁ ଯାଉଥିବା ଅଭିଯୋଗ ହେଉଛି। ଏ ନେଇ ଫୁଲବାଣୀଠାରୁ କାଟିଙ୍ଗିଆ ଆସୁଥିବା ସରକାରୀ ବସର କଣ୍ଡକ୍ଟର ସବ୍ୟସାଚୀ ବେହେରାଙ୍କୁ ପଚାରିବାରୁ ତାଙ୍କର ଭୁଲ ହୋଇଯାଇଛି। ଆଉ କେବେ ଏମିତି ହେବନି ବୋଲି କାହିଥିଲେ।ଏସଂକ୍ରାନ୍ତରେ ଜିଲ୍ଲା ପରିବହନ ଅଧିକାରୀ ଅଭିଶେଖ ସାମନ୍ତରାୟଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ କିନ୍ତୁ ସେ ଫୋନ ରିସିଭ କରି ନ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ମାଘ ପୂର୍ଣ୍ଣିମାରେ ଶହ ଶହ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବ ପୀଠରେ ଚାଲିଥିବା ପଞ୍ଚକୁଣ୍ଡିୟ ଶ୍ରୀରାମ ତାରକ…

‘ଆମ ନାଁ ନାହିଁ’: ବଜେଟ୍‌ ଦେଖି ଇଣ୍ଟରନେଟ୍‌ରେ ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍‌

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା…

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…

ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ…

ବଜେଟ୍‌ ପରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା, ଗରିବ-ମଧ୍ୟବିତ୍ତଙ୍କୁ ଅଣଦେଖା କହି…

କେସିଙ୍ଗା,୧ା୨(ତୁମେଶ୍ୱର ସାହୁ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ ଘୋଷଣା ପରେ କଳାହାଣ୍ଡି…

ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…

ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ…

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri