Posted inଫୁରସତ

ତୃଣମୂଳସ୍ତରରେ ଶାସନ ବ୍ୟବସ୍ଥା

ଭାରତର ଗ୍ରାମାଞ୍ଚଳରେ ସ୍ବାୟତ୍ତ ଶାସନ ସହ ପଞ୍ଚାୟତ ଏବଂ ଗ୍ରାମ ସଭା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଇଥାଏ। ଭାରତର ପଞ୍ଚାୟତିରାଜ ବ୍ୟବସ୍ଥାକୁ ତିନୋଟିସ୍ତରରେ ବିଭକ୍ତ କରାଯାଇଛି ଯେଉଁଥିରେ ଗ୍ରାମସ୍ତରରେ ଗ୍ରାମ ପଞ୍ଚାୟତ, ମଧ୍ୟବର୍ତ୍ତୀ ସ୍ତରରେ ବ୍ଲକ ପଞ୍ଚାୟତ, ଜିଲାସ୍ତରରେ ଜିଲା ପଞ୍ଚାୟତ ଅନ୍ତର୍ଭୁକ୍ତ। ଏହା ଦ୍ୱାରା ଶାସନ ବ୍ୟବସ୍ଥା ତୃଣମୂଳସ୍ତରରେ ପହଞ୍ଚି ପାରିଛି।
ଗ୍ରାମଗୁଡିକୁ ନିଜସ୍ବ କାର୍ଯ୍ୟକଳାପ କରିବା ପାଇଁ ଏହି ବ୍ୟବସ୍ଥା ଦାୟିତ୍ୱ ପ୍ରଦାନ କରିଥାଏ। ବଲୱନ୍ତ ରାୟ ମେହେଟ୍ଟା ଗ୍ରାମ ପଞ୍ଚାୟତର ବିକେନ୍ଦ୍ରୀକରଣ ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ତାଙ୍କୁ ପଞ୍ଚାୟତିରାଜ ବ୍ୟବସ୍ଥାର ଜନକ ମଧ୍ୟ କୁହାଯାଇଥାଏ।ଏହି ଦିନ ଦେଶର ପଞ୍ଚାୟତଗୁଡିକର ବିଭିନ୍ନ ପ୍ରତିନିଧିମାନେ ଆୟୋଜିତ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରି ଏନେଇ ସଚେତନତା ସୃଷ୍ଟିର ଉଦ୍ୟମ କରିଥାନ୍ତି।
ପଞ୍ଚାୟତର ଅର୍ଥ ହେଉଛି ପାଞ୍ଚଜଣ ସଦସ୍ୟଙ୍କ ଏକ ସଭା। ଯେଉଁମାନେ ସ୍ଥାନୀୟ ସ୍ତରରେ ବିବାଦର ସମାଧାନ କରି ସ୍ଥାନୀୟ ଗୋଷ୍ଠୀଙ୍କର ସକ୍ରିୟତାକୁ ପ୍ରୋତ୍ସାହିତ କରିଥାନ୍ତି। ୨୪ ଏପ୍ରିଲ ୨୦୧୦ରେ ଏହି ଦିବସ ପ୍ରଥମେ ପାଳନ କରାଯାଇଥିଲା। ୭୩ ତମ ସଂଶୋଧନ ଅଧିନିୟମ ୧୯୯୨ ଅନୁଯାୟୀ, ତୃଣମୂଳ ସ୍ତରର କ୍ଷମତା ବିକେନ୍ଦ୍ରୀକରଣ କରାଯାଇ ପଞ୍ଚାୟତିରାଜ ନାମରେ ପରିଚିତ ଅନୁଷ୍ଠାନର ମୂଳଦୁଆ ଆରମ୍ଭ ହୋଇଥିଲା। ଏହାସହିତ ପଞ୍ଚାୟତିରାଜ ମନ୍ତ୍ରଣାଳୟର କାର୍ଯ୍ୟ ପରିସରକୁ ଏକ ବ୍ୟବସ୍ଥିତ ଆଧାର ପ୍ରଦାନ କରିଥିଲା। ୧୯୫୭ରେ ଏନେଇ କମିଟି ଗଠନ ହେବା ପରେ ପଞ୍ଚାୟତିରାଜ ଭାବନା କାର୍ଯ୍ୟକାରୀ ହୋଇଥିଲା। ୧୯୫୯ରେ ରାଜସ୍ଥାନ ପ୍ରଥମ ରାଜ୍ୟ ଭାବରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦେଶକୁ ଆଣିଥିଲା।ଏହି ବିଲ୍‌ ୨୨ ଡିସେମ୍ବର ୧୯୯୨ରେ ଲୋକ ସଭା ଏବଂ ୨୩ ଡିସେମ୍ବର ୧୯୯୨ରେ ରାଜ୍ୟ ସଭା ଦ୍ୱାରା ଗୃହୀତ ହୋଇଥିଲା। ପରେ ଏହା ୧୭ଟି ରାଜ୍ୟ ବିଧାନସଭା ଦ୍ୱାରା ଅନୁମୋଦିତ ହୋଇଥିଲ। ୧୯୯୩ ଏପ୍ରିଲ ୨୩ରେ ଏହା ରାଷ୍ଟ୍ରପତିଙ୍କ ସ୍ବୀକୃତି ଲାଭ କରିଥିଲା। ଏହି ନିୟମ ୨୪ ଏପ୍ରିଲ ୧୯୯୩ରୁ କାର୍ଯ୍ୟକାରୀ ହୋଇଥିଲା। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୨୪ ଏପ୍ରିଲ ୨୦୧୦ରେ ପ୍ରଥମ ଜାତୀୟ ପଞ୍ଚାୟତିରାଜ ଦିବସ ଘୋଷଣା କରିଥିଲେ। ସେ କହିଥିଲେ, ଯଦି ପଞ୍ଚାୟତିରାଜ ଅନୁଷ୍ଠାନ(ପିଆରଆଇ) ଠିକ୍‌ ଭାବରେ କାର୍ଯ୍ୟ କରେ ଏବଂ ସ୍ଥାନୀୟ ଲୋକମାନେ ବିକାଶ ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତି, ତେବେ ବହୁ ସଙ୍କଟର ମୁକାବିଲା କରାଯାଇପାରିବ।
୨୦୨୩ର ଜାତୀୟ ପଞ୍ଚାୟତିରାଜ ଦିବସ ଏକ ବିଶେଷ ମହତ୍ତ୍ୱ ରଖିଛି, କାରଣ ଆମେ ଭାରତରେ ପଞ୍ଚାୟତିରାଜର ଦୀର୍ଘ ୩୦ ବର୍ଷର ସ୍ମରଣୀୟ ଯାତ୍ରା ପାଳନ କରୁଛୁ। ଏହି ସମ୍ବିଧାନ ସଂଶୋଧନ ଅଧିନିୟମ ପଞ୍ଚାୟତ ସମ୍ବନ୍ଧରେ ଭାଗ-୯ ପ୍ରବର୍ତ୍ତନ କରାଯାଇଥିଲା। ଏହା ଆମର ଗଣତାନ୍ତ୍ରିକ ନୀତିର ତୃଣମୂଳସ୍ତରରେ ଏକ ପ୍ରଭାବଶାଳୀ ସ୍ବାୟତ୍ତ ଶାସନର ଏକ ଯୁଗାନ୍ତକାରୀ ପଦକ୍ଷେପ। ୨୦୧୪ ପରଠାରୁ ପଞ୍ଚାୟତିରାଜ ପ୍ରତିଷ୍ଠାନକୁ ଯଥାସମ୍ଭବ ସୁଦୃଢ଼ କରିବାକୁ କେନ୍ଦ୍ର ସରକାର ଉଦ୍ୟମ ଜୋରଦାର କରିଛନ୍ତି, ଯଦ୍ୱାରା ପଞ୍ଚାୟତିରାଜର ମୂଳ ଉଦ୍ଦେଶ୍ୟ ହାସଲ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗ୍ରାମାଞ୍ଚଳରେ ବିଭିନ୍ନ ଭିତ୍ତିଭୂମି ଆବଶ୍ୟକତା ତଥା ବିକାଶମୂଳକ କାର୍ଯ୍ୟକୁ ସମର୍ଥନ କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନକୁ ଆର୍ଥିକ ସମ୍ବଳ ଆବଣ୍ଟନରେ ବଡ଼ ପରିବର୍ତ୍ତନ ଅଣାଯାଇଛି। ପଞ୍ଚାୟତିରାଜ ଅନୁଷ୍ଠାନକୁ ମଜଭୁତ ତଥା ସଶକ୍ତୀକରଣ, ସେଗୁଡ଼ିକର ଭୂମିକା ଏବଂ ଦାୟିତ୍ୱ ପୂରଣ ପାଇଁ ପିଆରଆଇର ପ୍ରତିନିଧିଙ୍କ ଦକ୍ଷତା ବୃଦ୍ଧି ତଥା ଅନ୍ତର୍ଭୁକ୍ତ ବିକାଶ, ଅର୍ଥନୈତିକ ଅଭିବୃଦ୍ଧି ହାସଲ ଦିଗରେ ପଞ୍ଚାୟତିରାଜ ଅନୁଷ୍ଠାନର ଦକ୍ଷତା, କାର୍ଯ୍ୟରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହି ବ୍ୟବସ୍ଥାର ୯ଟି ସ୍ଥାୟୀ ବିକାଶ ଲକ୍ଷ୍ୟ ମଧ୍ୟରେ ରହିଛି ଦାରିଦ୍ର୍ୟ ଦୂରୀକରଣ ଏବଂ ଉନ୍ନତ ଜୀବିକା ଗ୍ରାମ, ସୁସ୍ଥ ଗ୍ରାମ, ଶିଶୁ ଅନୁକୂଳ ଗ୍ରାମ, ଜଳ ପର୍ଯ୍ୟାପ୍ତ ଗ୍ରାମ, ସ୍ବଚ୍ଛ ଏବଂ ସବୁଜ ଗ୍ରାମ, ଆତ୍ମନିର୍ଭରଶୀଳ ଭିତ୍ତିଭୂମି ଥିବା ଗ୍ରାମ, ସାମାଜିକ ଭାବରେ ନ୍ୟାୟ ଏବଂ ସାମାଜିକ ସୁରକ୍ଷିତ ଗ୍ରାମ, ଉତ୍ତମ ଶାସନ ସହିତ ଗ୍ରାମ ଏବଂ ମହିଳା ବନ୍ଧୁ ଗ୍ରାମ। ୨୪ ଏପ୍ରିଲ ୨୦୨୦ ରେ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଇ-ଗ୍ରାମ ସ୍ବରାଜ ଆରମ୍ଭ କରାଯାଇଥିଲା, ଯାହା ଯୋଜନାଠାରୁ ଆରମ୍ଭ କରି ଅନଲାଇନ ପେମେଣ୍ଟ ପର୍ଯ୍ୟନ୍ତ ପଞ୍ଚାୟତର ଦିନିକିଆ କାର୍ଯ୍ୟ ପାଇଁ ଏକକ ୱିଣ୍ଡୋ ସମାଧାନ ଭାବରେ କାର୍ଯ୍ୟ କରିବା ପାଇଁ ପରିକଳ୍ପନା କରାଯାଇଥିଲା। ଇତିମଧ୍ୟରେ ୨.୩ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତ ଏବଂ ପାରମ୍ପରିକ ସ୍ଥାନୀୟ ସଂସ୍ଥା ଏହାକୁ ଅନଲାଇନ ପେମେଣ୍ଟସ ପାଇଁ ବ୍ୟବହାର କରି ସାରା ଦେଶରେ ପ୍ରାୟ ଶତପ୍ରତିଶତ ସଫଳତା ହାସଲ କରିପାରିଛନ୍ତି। ଏହି ସିଷ୍ଟମ ମାଧ୍ୟମରେ ୧.୩୫ ଲକ୍ଷ କୋଟିରୁ ଅଧିକ ଦେୟ ଅନ୍‌ଲାଇନରେ କାର୍ଯ୍ୟକାରୀ ହୋଇଛି। ଏହି ସିଷ୍ଟମ ମାଧ୍ୟମରେ ଖର୍ଚ୍ଚ ହୋଇଥିବା ଅନୁଦାନଗୁଡ଼ିକ ମୁଖ୍ୟତଃ କେନ୍ଦ୍ରୀୟ ଅର୍ଥ ଆୟୋଗ(ଏଫ୍‌ସି)ର ଅନୁଦାନ ଥିଲା ଏବଂ ୧୫ତମ ଏଫସି ଅନୁଦାନର ୨.୫ ଲକ୍ଷ କୋଟି ଟଙ୍କା କେବଳ ଇ-ଗ୍ରାମ ସ୍ବରାଜ ଆବେଦନ ମାଧ୍ୟମରେ ଖର୍ଚ୍ଚ ହୋଇଛି। ୨୦୨୨-୨୩ ଆର୍ଥିକବର୍ଷରେ ପ୍ରାୟ ୫୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ସାରା ଭାରତରେ ପଞ୍ଚାୟତ ଦ୍ୱାରା ଖର୍ଚ୍ଚ କରାଯାଇଥିଲା। ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (ପିଏଫ୍‌ଏମ୍‌ଏସ୍‌) ଜରିଆରେ ସିଧାସଳଖ ବିକ୍ରେତା ଆକାଉଣ୍ଟକୁ ଦେୟ ପ୍ରଦାନ କରାଯାଇଥାଏ। ଇ-ସ୍ବରାଜ ଗ୍ରାମୀଣ ଜନତାଙ୍କ ଆର୍ଥିକ ସ୍ଥିତିକୁ ସଶକ୍ତ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri