ଗୋସାଣି ଯାତ୍ରାରେ ଦୁଲୁକିଲା ଶ୍ରୀକ୍ଷେତ୍ର

ପୁରୀ ଅଫିସ, ୮ା୧୦: ଚଳିତ ବର୍ଷ ଲଗାଣ ବର୍ଷା କାରଣରୁ ଗୁରୁବାର ଏକାଦଶୀ ତିଥିରେ ଗୋାସାଣି ଭସାଣି ଓ ଦେବସଭାକୁ ପ୍ରଶାସନ ପକ୍ଷରୁ ସ୍ଥଗିତ ରଖାଯାଇଥିଲା। ଶୁକ୍ରବାର ଦ୍ୱାଦଶୀ ତିଥିରେ ଅନୁକୂଳ ପାଗ ହେବାରୁ ଗୋସାଣି ଭସାଣି ଓ ଦେବସଭା ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟାରେ ପୁରୀ ସହରର ବିଭିନ୍ନ ମଣ୍ଡପରୁ ଗୋସାଣି, ନାଗା ପ୍ରଭୃତି ମୂର୍ତ୍ତିଙ୍କୁ ଶୋଭାଯାତ୍ରାରେ ଶ୍ରୀମନ୍ଦିର ସିଂହଦ୍ୱାରକୁ ଅଣାଯାଇଥିଲା। ଏହି ସମୟରେ ବାଦ୍ୟ ଓ ରୋଶଣିରେ ଶ୍ରୀକ୍ଷେତ୍ର କମ୍ପିଉଠିବା ସହ ସିଂହଦ୍ୱାର ସମ୍ମୁଖ ଲୋକାରଣ୍ୟ ହୋଇପଡ଼ିଥିଲା। ବିଭିନ୍ନ ଆଲୋକମାଳାରେ ସିଂହଦ୍ୱାର ଝଲସି ଉଠିଥିଲା। ପରମ୍ପରା ଅନୁଯାୟୀ, ପ୍ରଥମେ ହରଚଣ୍ଡୀ ସାହିର ବାରବାଟୀ ଗୋସାଣି ମଣ୍ଡପ ଛାଡ଼ିଥିଲେ। ପରେ ଅନ୍ୟ ଗୋସାଣି ତଥା ଦୋଳମଣ୍ଡପ ସାହିର ଜହ୍ନିଖାଇ, ବନଦୁର୍ଗା, ଗେଲବାଇ, ଶୂନ୍ୟ ଗୋସାଣି, ବାସେଳିସାହିର ବନଦୁର୍ଗା, ଭୋଗଜାଗା ଗୋସାଣି, ଗୌଡ଼ବାଡ଼ ଜହ୍ନିଖାଇ, ହରଚଣ୍ଡୀ ସାହି ଜହ୍ନିଖାଇ, ହାଡ଼ବାଇ, ଗେଲବାଲ, ପଣାପ୍ରିୟା, ଚକ୍ରକୋଟ, ବେଲବାଇ, ତ୍ରିପୁରା ସୁନ୍ଦରୀ ପ୍ରମୁଖ ସେମାନଙ୍କ ଆସ୍ଥାନ ଛାଡ଼ି ଦେବସଭା ନିମନ୍ତେ ସିଂହଦ୍ୱାର ନିକଟକୁ ଆସି ମେଳଣରେ ସାମିଲ ହୋଇଥିଲେ। ସେହିପରି ଶ୍ରୀକ୍ଷେତ୍ରର ଅନ୍ୟତମ ଆକର୍ଷଣ ହେଉଛି ନାଗା ପରମ୍ପରା। ଏହି ମେଳଣରେ ବାଲିସାହି, ହରଚଣ୍ଡୀ ସାହି, ବଳଗଣ୍ଡି, ନରେନ୍ଦ୍ରକୋଣ, ପଶ୍ଚିମଦ୍ୱାର ପ୍ରଭୃତି ସାହିର ନାଗାମୂର୍ତ୍ତି ମଧ୍ୟ ସାମିଲ ଥିଲେ। ସେଠାରେ ସମସ୍ତ ମେଢ଼ ଏକାଠି ହେବା ପରେ ଦେବସଭା ହୋଇଥିଲା। ଏହାପରେ ଗୋସାଣି ଓ ନାଗାମାନଙ୍କୁ ନିଆଯାଇ ମଙ୍ଗଳାଘାଟ ନିକଟ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା। ଅନ୍ୟପକ୍ଷରେ ଦେବସଭାର ସବୁଠୁ ଆକର୍ଷଣ ଥିଲା ମାର୍କଣ୍ଡେଶ୍ୱର ସାହିର ସମ୍ପାତ୍ତି ଚଢ଼େଇ ଓ ବୁଢାବୁଢୀ। ଏହା ଦେଖିବାକୁ ପ୍ରବଳ ଗହଳି ହୋଇଥିଲା। ଜନସାଧାରଣଙ୍କୁ ଗୋସାଣି, ନାଗା ଏବଂ ଅନ୍ୟ ମୂର୍ତ୍ତିଗୁଡ଼ିକୁ ଗୋଟିଏ ସ୍ଥାନରେ ଏକକାଳୀନ ଦେଖିବାର ସୁଯୋଗ ଦେବା ପାଇଁ ସିଂହଦ୍ୱାର ସମ୍ମୁଖରେ ଦେବସଭାର ଆୟୋଜନ କରାଯାଇଥାଏ। ଏହି ପରମ୍ପରା ଅତି ପ୍ରାଚୀନ ବୋଲି କୁହାଯାଏ। ଦୁଇବର୍ଷ ପରେ ବିନା କୋଭିଡ୍‌ କଟକଣାରେ ଦେବସଭା ଅନୁଷ୍ଠିତ ହେଉଥିବାରୁ ପୁରୀ ବାସିନ୍ଦା ଓ ପର୍ଯ୍ୟଟକ ଉପଭୋଗ କରିଥିଲେ। ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଶ୍ରୀମନ୍ଦିର ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri