ଅବ୍ୟବସ୍ଥାରେ ଗୋପୀନାଥ ଜୀଉ ଉପ୍ରା ବିଦ୍ୟାଳୟ

ବ୍ରହ୍ମବରଦା,୪ା୧୧(ଯଯାତି କେଶରୀ ବେହେରା): ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବାଲିପାଟଣା ପଞ୍ଚାୟତରେ ଥିବା ବାଲିପାଟଣା ଗୋପୀନାଥ ଜୀଉ ନୋଡାଲ ଉପ୍ରା ବିଦ୍ୟାଳୟଟି ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ୧୯୬୨ରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯାଉଛି। ଚଳିତ ଶିକ୍ଷା ବର୍ଷରେ ପ୍ରାୟ ୩୧୦ ଛାତ୍ରୀଛାତ୍ର ଏଠାରେ ଅଧ୍ୟୟନ କରୁଛନ୍ତି। ହେଲେ ବିଦ୍ୟାଳୟର ୭ ଶ୍ରେଣୀକୁ ୫ଟି ଶ୍ରେଣୀ ଗୃହ ରହିଛି। ସେଥିମଧ୍ୟରୁ ୪ ଶ୍ରେଣୀଗୃହ ଆଜବେଷ୍ଟସର ହୋଇଥିବା ବେଳେ ତାହା ଫାଟି ନଷ୍ଟ ହେବାକୁ ବସିଲାଣି। ବର୍ଷାହେଲେ ଆଜବେଷ୍ଟସରୁ ପାଣି ଝରି ପିଲାଙ୍କ ବହିପତ୍ର ନଷ୍ଟ ହୋଇଯାଉଛି। ଅତ୍ୟଧିକ ବର୍ଷା ହେଲେ ବିଦ୍ୟାଳୟ ବନ୍ଦ ରହୁଥିବା ଅଭିଯୋଗ ହେଉଛି।
ଏତେ ପିଲାଙ୍କ ପାଇଁ ମାତ୍ର ୫ ଜଣ ଶିକ୍ଷକ ରହିଛନ୍ତି। ଫଳରେ ପିଲାଙ୍କ ଶିକ୍ଷାଦାନ ପ୍ରଭାବିତ ହେଉଛି ବୋଲି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଆଲୋକ କୁମାର ଦାସ ପ୍ରକାଶ କରିଛନ୍ତି। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲା ଗୋଟିଏ କକ୍ଷରେ ବସୁଥିବାସ୍ଥଳେ ପଞ୍ଚମ ଓ ଷଷ୍ଠ ଶ୍ରେଣୀ ପିଲାଙ୍କୁ ଅନ୍ୟ ଏକ କକ୍ଷରେ ବସାଯାଇ ଶିକ୍ଷାଦାନ କରାଯାଉଛି। ବିଦ୍ୟାଳୟରେ ପରିସ୍ରାଗାର ନ ଥିବାରୁ ପିଲା ବାହାରେ ପରିସ୍ରା କରୁଛନ୍ତି। ବିଦ୍ୟାଳୟର ନିଜସ୍ବ ଖେଳପଡ଼ିଆ ମଧ୍ୟନାହିଁ। ବିଦ୍ୟାଳୟର ମୁଖ୍ୟ ସମସ୍ୟା ଶିକ୍ଷକ ଅଭାବ ଏବଂ ଶ୍ରେଣୀଗୃହର ଅଭାବ। ତେଣୁ ଅଭିଭାବକ ବିଦ୍ୟାଳୟକୁ ପିଲାଙ୍କୁ ଛାଡ଼ିବାକୁ ନାପସନ୍ଦ କରୁଛନ୍ତି। ଫଳରେ ଗତ ବର୍ଷ ଅପେକ୍ଷା ଚଳିତ ଶିକ୍ଷାବର୍ଷରେ ବିଦ୍ୟାର୍ଥିଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଛି। ତେଣୁ ବିଦ୍ୟାଳୟରେ ଥିବା ସମସ୍ୟାଗୁଡ଼ିକ ଶୀଘ୍ର ସମାଧାନ କରିବାକୁ ଦାବି ହୋଇଛି।ଏ ସମ୍ପର୍କରେ ସରପଞ୍ଚ ପଦ୍ମିନୀ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ବିଦ୍ୟାଳୟର ଉନ୍ନତୀକରଣ ପାଇଁ ୧୭ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। ଏବେ ଦେଖିବାକୁ ଅପେକ୍ଷା କେବେ କାମ ଆରମ୍ଭ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଆଲୋଚନାରେ ବାଧା ସୃଷ୍ଟି କଲା ସର୍ତ୍ତାବଳୀ: ଟ୍ରମ୍ପଙ୍କ ପାଖରେ ୪ ବଡ଼ ଦାବି କଲା ଇରାନ, ଲିଷ୍ଟ ଦେଖିଲେ…

ଓ୍ବାଶିଂଟନ୍‌,୨୫।୩: ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧର ୨୬ ତମ ଦିନରେ, ଆଲୋଚନା ପ୍ରୟାସ ଅଧିକ କଷ୍ଟକର ହୋଇଯାଇଛି। ଇରାନ ମଧ୍ୟସ୍ଥିଙ୍କ ମାଧ୍ୟମରେ ଆମେରିକା ନିକଟରେ ଏହାର ପ୍ରମୁଖ ଦାବି ଉପସ୍ଥାପନ…

‘ଯୁଦ୍ଧ ସମାପ୍ତ କରାଇପାରେ ଭାରତ’, ଇସ୍ରାଏଲର ରାଷ୍ଟ୍ରଦୂତଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟକୁ ନେଇ ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୩: ଇରାନ ଯୁଦ୍ଧ ସମାପ୍ତ କରିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ନୂଆଦିଲ୍ଲୀରେ ଇସ୍ରାଏଲର ରାଷ୍ଟ୍ରଦୂତ ରୁଭେନ ଆଜାର କହିଛନ୍ତି , ପଶ୍ଚିମ ଏସିଆରେ ଭାରତର ଏକ…

ଗାଧୋଇବାକୁ ଯାଇ ଆଉ ଫେରିନଥିଲେ, ଆଜି ଘୋଡ଼ାହାଡ଼ ନଦୀ ଗଣ୍ଡରୁ ମିଳିଲା ମୃତଦେହ

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀ ଗଣ୍ଡରୁ ଜଣେ ଯୁବକଙ୍କ ମୃତଦେହକୁ ଅଗ୍ନିଶମବାହିନୀ ବୁଧବାର ଉଦ୍ଧାର କରିଛି।…

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

ଦେଶବାସୀଙ୍କ ପାଇଁ ଖୁସିଖବର: ଯୁଦ୍ଧ ମଧ୍ୟରେ ଏହି ୫ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୨୫।୩: ପଶ୍ଚିମ ଏସିଆରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ସରକାର ଦେଶର ଅର୍ଥନୀତି ଏବଂ ସାଧାରଣ ଜନତାଙ୍କୁ ଏହାର ପ୍ରତିକୂଳ…

‘ଯୁଦ୍ଧ ମଧ୍ୟରେ ଆମେରିକାକୁ ମୂଲ୍ୟବାନ ଉପହାର ପଠାଇଲା ଇରାନ’, ଟ୍ରମ୍ପଙ୍କ ବଡ଼ ସୂଚନା, ସାରା ବିଶ୍ୱ ଚକିତ

ଓ୍ବାଶିଂଟନ୍‌,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଛନ୍ତି ଯାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଟ୍ରମ୍ପ କହିଛନ୍ତି ଯେ…

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ଶେଷ କରିବାକୁ ଅଣ୍ଟା ଭିଡ଼ିଲା ପାକିସ୍ତାନ, କିଏ କିଏ ବୈଠକରେ ଯୋଗଦେବେ, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ପାକିସ୍ତାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri