ନିର୍ମାଣ ହେଉନି ଗୋପାଳପୁର-ରାୟଗଡ଼ା ରେଳପଥ

ବ୍ରହ୍ମପୁର ଅଫିସ,୬ା୬: ଭାଜପା ନେତୃତ୍ୱାଧିନ କେନ୍ଦ୍ର ଏନ୍‌ଡିଏ ଶାସନରେ ଦକ୍ଷିଣାଞ୍ଚଳ ପ୍ରତି ରେଳ ମନ୍ତ୍ରଣାଳୟର ଅବହେଳା ଅବ୍ୟାହତ ରହିଛି। ୧୫ ବର୍ଷ ତଳୁ ସର୍ଭେ ସରିଥିବା ଗଞ୍ଜାମ ଜିଲାର ବେଳାଭୂମି ସହର ଗୋପାଳପୁର ଠାରୁ ଦକ୍ଷିଣାଞ୍ଚଳର ଶିଳ୍ପ ସହର ରାୟଗଡ଼ା ପର୍ଯ୍ୟନ୍ତ ୨୫୮ କି.ମି. ଦୈର୍ଘ୍ୟ ନୂଆ ରେଳପଥ ନିର୍ମାଣ ପ୍ରତି ଆଖି ବୁଜି ଦିଆଯାଇଛି। ଫଳରେ ଗୋପାଳପୁର ବନ୍ଦରର ନୌବାଣିଜ୍ୟ ଅଭିବୃଦ୍ଧି ଘଟୁ ନ ଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ସେହିପରି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏବଂ ବ୍ରହ୍ମପୁର ମହାନଗର ନିକଟ ଶୀତଳାପଲ୍ଲୀରେ ପ୍ରସ୍ତାବିତ ରେଳ ୱାଗନ ନିର୍ମାଣ ଫ୍ୟାକ୍ଟ୍ରି ବନ୍ଦ ବା ବାତିଲ କରାଯାଇଛି। କେବଳ ସେତିକି ନୁହେଁ ବ୍ରିଟିଶ ସରକାର ଅମଳର ସର୍ବ ପୁରାତନ ବ୍ରହ୍ମପୁର ରେଳଷ୍ଟେଶନ ଆଧୁନୀକିକରଣ ଓ ସମ୍ପ୍ରସାରଣ ପ୍ରତି ଅଣଦେଖା କରାଯାଇଛି।
ଅପରପକ୍ଷରେ ୧୯୮୦ରେ ରାଜ୍ୟ ସରକାର ୧୪୦ କୋଟି ଟଙ୍କା ବ୍ୟୟରେ ଆର୍ଯ୍ୟପଲ୍ଲୀ ଠାରେ ନିର୍ମାଣ କରିଥିବା ସାମୟିକ କ୍ଷୁଦ୍ର ବନ୍ଦର ୧୯୯୯ ମହାବାତ୍ୟାରେ ଧ୍ୱଂସ ହୋଇଯାଇଥିଲା। ୨୦୦୬ରେ ଏହାକୁ ଘରୋଇ ମାଲିକାନାକୁ ହସ୍ତାନ୍ତର କରାଗଲା। ବନ୍ଦରକୁ ବିକାଶ ସହ ସବୁଦିନିଆ କରିବାର ସର୍ତ୍ତ ରଖାଯାଇଥିଲା। ଏହାର ୧୮ ବର୍ଷ ବିତିବାକୁ ଯାଉଛି ଏବଂ ଯଥାପୂର୍ବଂ ଅବସ୍ଥାରେ ଅଛି। ଦକ୍ଷିଣାଞ୍ଚଳର ଏହି ଏକମାତ୍ର ବନ୍ଦର ସବୁଦିନିଆ ହୋଇଥିବା ଘରୋଇ କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ଦେଶ ବିଦେଶରୁ ଜାହାଜ ବନ୍ଦରରେ ଲାଗୁ ନ ଥିବାରୁ ସନ୍ଦେହ ଘେରକୁ ଆସିଛି। ବନ୍ଦରର ନୌବାଣିଜ୍ୟ କାରବାର ମଧ୍ୟ ଆଶାନୁରୂପ ହୋଇନଥିବା ସେଠାର ବିଭିନ୍ନ ଶ୍ରମିକ ସଂଘ ପକ୍ଷରୁ ଖବର ମିଳିଛି। ବନ୍ଦରର ଜଣେ ଦାୟିତ୍ୱ ସମ୍ପନ୍ନ ଅଧିକାରୀ କହିବାନୁସାରେ ପାରାଦୀପ ବନ୍ଦର କାରବାର ବଢ଼ିଗଲେ ବଳକା ମାଲ ବିଭିନ୍ନ ସମୟରେ କାଁ ଭାଁ ଗୋପାଳପୁରକୁ ଆସୁଛି। ତେଣୁ ନିୟମିତ ନୌବାଣିଜ୍ୟ ହୋଇପାରୁନଥିବା ସେ ସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ଗୋପାଳପୁର ବନ୍ଦରର ସାମଗ୍ରିକ ନୌବାଣିଜ୍ୟ କାରବାର ଅଭିବୃଦ୍ଧି ନିମନ୍ତେ ପ୍ରସ୍ତାବିତ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲିଙ୍କ ଅପରିହାର୍ଯ୍ୟ ହୋଇଛି। ଏହା ନିର୍ମାଣ ହେଲେ ଦାମନଯୋଡ଼ି ନାଲକୋର ଉପତ୍ାଦିତ ସାମଗ୍ରୀ ରେଳପଥରେ ଆର୍ଯ୍ୟପଲୀ ଆସିବ ଏବଂ ସେଠାରୁ ଦେଶ ବିଦେଶକୁ ରପ୍ତାନୀ ହେଲେ ନୌବାଣିଜ୍ୟ ବୃଦ୍ଧି ଘଟିବ। ତେଣୁ ଦକ୍ଷିଣ ଓଡ଼ିଶାର ଏମପିମାନେ ମିଳିତ ଭାବେ କେନ୍ଦ୍ର ଉପରେ ଚାପ ପକାଇ ନୂଆ ରେଳପଥ ନିର୍ମାଣକୁ ଗୁରୁତ୍ୱ ଦେବାକୁ ସଚେତନ ମହଲରୁ ମତ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଅତୀତରେ ମମତା ବାନାର୍ଜୀ ରେଳମନ୍ତ୍ରୀ ଥିବା ବେଳେ ଓଡ଼ିଶା ପାଇଁ ୱାଗନ ନିର୍ମାଣ କାରଖାନା ମଞ୍ଜୁର କରିଥିଲେ। ତାହା କଳାହାଣ୍ଡି ଜିଲାର ନର୍ଲା ଠାରେ କରାଯିବାର ଦର୍ଶାଇଥିଲେ। ସେଠାରେ ଆବଶ୍ୟକ ସରକାରୀ ଜମି ଅଭାବରୁ ସମସ୍ୟା ଦେଖାଦେଇଥିଲା। ଏହାର ସୁଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମକୁ ସ୍ଥାନାନ୍ତର କରିବାର ସଫଳ ହୋଇଥିଲେ। ଶୀତଳାପଲ୍ଲୀରେ ଶତାଧିକ ଏକର ଜମି ଚିହ୍ନଟ ହୋଇ ରେଳ ମନ୍ତ୍ରଣାଳୟକୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେଲା। ରେଳବାଇର ବୈଷୟିକ ଅଧିକାରୀମାନେ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ସହ ମନମୋହନ ସିଂହ ସରକାରରେ ବଜେଟରେ ପ୍ରଥମେ ବ୍ୟୟବରାଦ କରାଯାଇଥିଲା। ଉପା ସରକାର ପରେ ଏନଡିଏ ସରକାର ହେଲା ଓ ଏହି ଶାସନରେ ୱାଗନ ଫ୍ୟାକ୍ଟ୍ରି ବାତିଲ କରାଯାଇଛି। ତେଣୁ ଦକ୍ଷିଣ ଓଡ଼ିଶାର ବିକାଶ ପ୍ରତି ରେଳ ମନ୍ତ୍ରଣାଳୟର ଅଣଦେଖା ପ୍ରମାଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ୨୮।୩(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ପୁଣି ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭୀଷ୍ମଦେବ ସରାଫ ପୁଣିଥରେ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri