ସର୍ଭେରେ ଗୋପାଳପୁର-ରାୟଗଡ଼ା ରେଳ ଲିଙ୍କ୍‌

ବ୍ରହ୍ମପୁର ଅଫିସ,୧୫ା୧୨: ଦକ୍ଷିଣ ଓଡ଼ିଶାର ଏକମାତ୍ର ଗୋପାଳପୁର ବନ୍ଦର ସାମୟିକରୁ ଇତିମଧ୍ୟରେ ସବୁଦିନିଆ ହୋଇଛି। ରାଜ୍ୟ ରାଜକୋଷରୁ ୧୯୮୦ ଦଶକରେ ୧୪୦ କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ବନ୍ଦର ୧୯୯୫ ପୂର୍ଣ୍ଣିଝଡ଼ ଏବଂ ୧୯୯୯ ମହାବାତ୍ୟାରେ ଧ୍ୱଂସ ହୋଇଯାଇଥିଲା। ୨୦୦୬ରେ ଏହାକୁ ଘରୋଇକରଣ କରାଯାଇଥିଲା। କ୍ଷୁଦ୍ର ବନ୍ଦରକୁ ସବୁଦିନିଆ ବନ୍ଦର କରାଯିବାର ଘରୋଇ ମାଲିକଙ୍କ ସହ ସର୍ତ୍ତ ରଖାଯାଇଥିଲା। ତେବେ ମାଲ ପରିବହନ ଓ ରପ୍ତାନି ଆଶାନୁରୂପ ହେଉନଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ବନ୍ଦରର ଅଧିକ ବିକାଶ ଏବଂ ରାଜସ୍ବ ଅଭିବୃଦ୍ଧି ନିମନ୍ତେ ୧୩ ବର୍ଷ ତଳୁ ପ୍ରସ୍ତାବିତ ବେଳାଭୂମି ସହର ଗୋପାଳପୁରରୁ ଶିଳ୍ପ ସହର ରାୟଗଡ଼ା ପର୍ଯ୍ୟନ୍ତ ୨୫୮ କି.ମି.ଦୈର୍ଘ୍ୟ ନୂଆ ରେଳପଥ ନିିର୍ମାଣ ଏକାନ୍ତ ଅପରିହାର୍ଯ୍ୟ ହୋଇଛି।

ଏହି ରେଳପଥ ନିର୍ମାଣ ଲାଗି ୨୦୦୯ ଫେବୃୟାରୀ ୨୮ରେ ସର୍ଭେ ନିମନ୍ତେ ଗୋପାଳପୁର ବେଳାଭୂମି ପାର୍ଶ୍ୱରେ ଶୁଭ ଦିଆଯାଇଥିଲା। କଂଗ୍ରେସରୁ ବ୍ରହ୍ମପୁର ଏମ୍‌ପି ନିର୍ବାଚିତ ହୋଇ ତତ୍‌କାଳୀନ କେନ୍ଦ୍ରମନ୍ତ୍ରୀ ଥିବା ଚନ୍ଦ୍ରଶେଖର ସାହୁଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ହୋଇଥିଲା। ସର୍ଭେ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଇଷ୍ଟକୋଷ୍ଟ ରେଲୱେର ମୁଖ୍ୟ ପ୍ରଶାସନିକ ଅଧିକାରୀ ଏସ୍‌କେ ବାହାମାନି ଉପସ୍ଥିତ ଥିଲେ। ଏକ ନାମୀଦାମୀ ଘରୋଇ ଉଦ୍ୟୋଗକୁ ସର୍ଭେ ଦାୟିତ୍ୱ ଦିଆଯାଇଥିଲା। ସେହି ଉଦ୍ୟୋଗ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସର୍ଭେ ଶେଷ କରି ରେଳ ମନ୍ତ୍ରଣାଳୟକୁ ଦେଇଥିଲା। ଏ ବାବଦରେ ୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା।

ପରବର୍ତ୍ତି ପର୍ଯ୍ୟାୟରେ ୨୦୦୯ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ପରାସ୍ତ ହେଲେ। ତେଣୁ ରେଳପଥ ନିର୍ମାଣ ଅଟକିଗଲା। ମନମୋହନ ସିଂହଙ୍କ ଦ୍ୱିତୀୟ ପାଳି ସରକାରଙ୍କ ପକ୍ଷରୁ ଅଣଦେଖା କରାଗଲା। ୨୦୧୨ରେ ତତ୍‌କାଳୀନ କେନ୍ଦ୍ର ଯୋଜନା କମିଶନ ଓ ବର୍ତ୍ତମାନର ନୀତି ଆୟୋଗ ପକ୍ଷରୁ ଗୋପାଳପୁର -ରାୟଗଡ଼ା ରେଳପଥ ନିର୍ମାଣ ପାଇଁ ୧୩୯୨ କୋଟି ଟଙ୍କା ମଞ୍ଜୁର କରିଥିବା ସତ୍ତ୍ୱେ ବିଜେଡି ସରକାର ଜମି ଯୋଗାଉନଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସାହୁ ସଂଗୀନ ଅଭିଯୋଗ କରିଥିଲେ। ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ଦ୍ୱାରା ପରାଜିତ ଚନ୍ଦ୍ରଶେଖର ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ଭାଜପା ପ୍ରାର୍ଥୀଙ୍କୁ ହରାଇ ବିଜେଡି ଏମ୍‌ପି ହୋଇଛନ୍ତି। ଏହାର ସାଢ଼େ ୩ ବର୍ଷ ବିତିଥିବା ଓ ଏହି ସମୟ ମଧ୍ୟରେ ଲୋକସଭା ଅଧିବେଶନରେ ସେ ଏହି ପ୍ରସଙ୍ଗ ଉଠାଇନାହାନ୍ତି।

ଦକ୍ଷିଣାଞ୍ଚଳରୁ ୪ ବିଜେଡି ଓ ଜଣେ କଂଗ୍ରେସ ଏମ୍‌ପି ନିର୍ବାଚିତ ହୋଇଛନ୍ତି। ତେବେ ଏହି ରେଳପଥ ଦାବି ନେଇ ପାଟି ଖୋଲୁନାହାନ୍ତି। ବିଧାନସଭାରେ ମଧ୍ୟ ସଂକଳ୍ପ ଗୃହୀତ ହେଉନାହିଁ। ଅପରପକ୍ଷରେ ରାୟଗଡ଼ା-ଗୋପାଳପୁର ରେଳ ଲିଙ୍କ୍‌ ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡିକରେ ଯାତ୍ରୀ ପରିବହନ ଏବଂ ଜଙ୍ଗଲଯାତ ପଦାର୍ଥର ଅନ୍ୟତ୍ର ରପ୍ତାନି ସୁବିଧାରେ ହେବ। କେବଳ ସେତିକି ନୁହେଁ ଦାମନଯୋଡ଼ିରେ ନାଲକୋ ଉପତ୍ାଦିତ ଏବଂ ରାୟଗଡ଼ାରେ ଉପତ୍ାଦିତ ଶିଳ୍ପ ସାମଗ୍ରୀ ରେଳପଥରେ ଗୋପାଳପୁର ବନ୍ଦରକୁ ଅଣାଯାଇ ଦେଶ ବିଦେଶକୁ ରପ୍ତାନି ହୋଇପାରିବ। ଫଳରେ ବନ୍ଦର ରାଜସ୍ବ ବୃଦ୍ଧି ପାଇବ। ଏବେ ନାଲକୋ ଉପତ୍ାଦିତ ସାମଗ୍ରୀ ବିଶାଖାପାଟଣା ବନ୍ଦର ଦେଇ ଅନ୍ୟତ୍ର ପଠାଯାଉଛି ଏବଂ ଆମଦାନୀ ସାମଗ୍ରୀ ମଧ୍ୟ ସେହି ବାଟରେ ଆସୁଛି। ତେଣୁ ନୂତନ ରେଳପଥ ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି। ବିଜେଡି ସମର୍ଥନରେ ରାଜ୍ୟ ସଭାକୁ ନିର୍ବାଚିତ ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରୀ ହୋଇଥିବାରୁ ଦକ୍ଷିଣ ଓଡ଼ିଶାର ଏହି ପ୍ରମୁଖ ଦାବି ପ୍ରତି ଗୁରୁତ୍ୱ ଦେଇ ରାୟଗଡ଼ା-ଗୋପାଳପୁର ରେଳ ଲାଇନ କାର୍ଯ୍ୟକ୍ଷମ କରିବା ପାଇଁ ସଚେତନ ମହଲରୁ ସ୍ବର ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri