ଗୋପାଳପୁର,୨।୧୧(ଡି.ଏନ.ଏ.)ଗୋପାଳପୁର ନିର୍ବାଚନ ମଣ୍ଡଳୀକୁ ନେଇ ଗତ କିଛି ଦିନ ହେଲା ରାଜ୍ୟ ରାଜନୀତିରେ ଉଷ୍ଣତା ବଢ଼ିଚାଲିଛି। ବିଜେଡ଼ି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ.ଗୋପବନ୍ଧୁ ଦାସ ଏହି ନିର୍ବାଚନ ମଣ୍ଡଳୀର ମଙ୍ଗ ଧରିଛନ୍ତି। ଜନସମ୍ପର୍କ ପଦଯାତ୍ରା କରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚତ୍ବ ସେ ନେଇ ଘନଘନ ଗସ୍ତ କରୁଛନ୍ତି। ଅନ୍ୟପଟେ ଗୋପାଳପୁର ବିଧାୟକ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ମଧ୍ୟ ନିଜ ସଙ୍ଗଠନକୁ ମଜବୁତ କରିବା ସହ ଲୋକଙ୍କ ନିକଟତର ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଏହି ନିର୍ବାଚନ ମଣ୍ଡଳୀର ନୂଆଗୋଳାବନ୍ଧ, ହାତୀପାଦ, ନୂଆକମଳାପୁର, କମଳାପୁର ଠାରେ ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇଥିଲେ। ବିଏମ୍ସି ଡ଼େପୁଟି ମେୟର ଇ.ବିବେକ ରେଡ୍ଡୀ, ବ୍ଲକ ଅଧ୍ୟକ୍ଷା ସିଏଚ.ଉଷାରାଣୀ, ଉପାଧ୍ୟକ୍ଷ ଅନୀତା ମହାଙ୍କୁଡ଼, ଜିଲାପରିଷଦ ଉପସଭାନେତ୍ରୀ ଏସ.ରାଜେଶ୍ୱରୀ ଦୋରା, ଜିଲା ମହିଳା ଉପସଭାନେତ୍ରୀ ବିଷ୍ଣୁପ୍ରିୟା ନାୟକ, ଅଜିତ କୁମାର ରାଉଳଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ସାମିଲ ହୋଇଥିଲେ। ଗୋଳାବନ୍ଧ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସଭାରେ ବ୍ଲକ ସଭାପତି ଅଜିତ କୁମାର ଦାସ ସଭାପତିତ୍ୱ କରିଥିଲେ। ଏଥିରେ ଡ଼.ଦାସ ଯୋଗଦେଇ ନିଜେ ମୁଖ୍ୟମନ୍ତ୍ରୀ ଏହି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେଇଛନ୍ତି ବୋଲି କହିଥିଲେ। ଜିଲା ପରିଷଦ ଦୀପକ କୁମାର ସାମଲ, ସମାଜିକ କର୍ମୀ ରାମହରି ପାତ୍ର, ପୂର୍ବତନ ଜିଲାପରିଷଦ ଶଶିଭୁଷଣ ମହାନ୍ତିି, ଗୋପାଳପୁର ଏନଏସି ଅଧ୍ୟକ୍ଷ ଜାନୀକୀ ରାମଙ୍କ ସମେତ ଯୁବ ନେତାମାନେ, ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ଅନ୍ୟପଟେ ବିଧାୟକ ପାଣିଗ୍ରାହୀ ମଧ୍ୟ ତୁଳୁ, ହନ୍ତୁଳୁ, ରେଡ଼ତୁଳୁ, ଇନ୍ଦ୍ରାକ୍ଷୀ ପଞ୍ଚାୟତରେ ପଦଯାତ୍ରା କରିବା ସହ ଜିଲାରେ ଉନ୍ନୟନମୂଳକ କାର୍ଯ୍ୟ ଠପ୍ ହୋଇଯାଇଥିବା ଅଭିଯୋଗ କରିଥିଲେ। ଅନ୍ୟ ଜିଲାରେ ଏୟାରପୋର୍ଟ ହେଉଛି, ଗଞ୍ଜାମରେ କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ କରିବା ସହ ଜାଣିଶୁଣି ଜିଲାକୁ ଅବହେଳା କରାଯାଉଥିବା ଅଭିଯୋଗ କରିଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ View All
ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…
ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…
୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ
ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…
ହଠାତ୍ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍: ଘଟଣାସ୍ଥଳରେ…
ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…
ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…
ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…
ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା
ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…
ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…
ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…
ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା
କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…
ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…
Archives

