ଗୋପାଳପୁର ବେଳାଭୂମି ମହୋତ୍ସବ:ମା’ ତାରାତାରିଣୀଙ୍କ ପୀଠରୁ ବାହାରିଲା ମଶାଲ ଶୋଭାଯାତ୍ରା

ପୁରୁଷୋତ୍ତମପୁର,୨୬।୧(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିିଦ୍ଧ  ଗୋପାଳପୁର ବେଳାଭୂମି ମହୋତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ  ମଶାଲ ଶୋଭାଯାତ୍ରା ବାହାରିଛି। ଏହି ମଶାଲ  ଗୋପାଳପୁର ମହୋତ୍ସବ ପଡ଼ିଆରେ ପହଞ୍ଚିବ।
ଏ ନେଇ ଜିଲାପ୍ରଶାସନ ପକ୍ଷରୁ ଛତ୍ରପୁର ଉପ ଜିଲାପାଳ ସୁଭାଶିଶ ବରାଳଙ୍କ ତତ୍ତ୍ୱାବଧାନରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ନିର୍ବାହୀଅଧିକାରୀ ବିନୋଦକୁମାର ବେହେରା, ବିଡିଓ ଶରତକୁମାର ପାତ୍ର, ଏସଡିପିଓ ସୁଜିତ କୁମାର ନାୟକ,ଆଇଆଇସି ରାଜେଶ କୁମାର ନାୟକ, ସରକାରୀ ଓକିଲ ରାଜେନ୍ଦ୍ର ପ୍ରଶାଦ ଶତପଥୀ ପ୍ରମୁଖ ଯୋଗଦେଇ ମାଙ୍କଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ।
ପୂଜାପାଠ ପରେ ମଶାଲ ଜଳାଇ ସ୍ବତନ୍ତ୍ର ରଥରେ ଗୋପାଳପୁର ଅଭିମୂଖେ ବାହାରିଥିଲେ। ଉକ୍ତ  ମଶାଲକୁ  ରାସ୍ତାରେ ବିଭିନ୍ନ ସ୍ଥାନରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ଏହି ଶୋଭାଯାତ୍ରା ରାସ୍ତାରେ ଭାଟକୁମରଡାର କନକଦୁର୍ଗା ମନ୍ଦିର, ନରେନ୍ଦ୍ରପୁର, ମାଣ୍ଡିଆପଲ୍ଲୀ, ପ୍ରଜାପିତା ବ୍ରହ୍ମହକୁମାରୀ ଇଶ୍ୱରିଆ ବିଦ୍ୟାଳୟ ରାମଚନ୍ଦ୍ରପୁର ହୋଇ ଗୋପାଳପୁରରେ ପହଞ୍ଚିବାର  କାର୍ଯ୍ୟକ୍ରମ ରହିଛି ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ନିଜ ମାଟିରେ ମରିବାକୁ ପ୍ରସ୍ତୁତ’: ମୃତ୍ୟୁଦଣ୍ଡାଦେଶ ପାଇବା ସତ୍ତ୍ୱେ ବାଂଲାଦେଶ ଫେରିବା ନେଇ ଅଟଳ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୫।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ପଷ୍ଟ କରିଛନ୍ତି ଯେ, ପରିଣାମ ଯାହା ହେଉନା କାହିଁକିଭାରତରୁ ଫେରିବା ପରେ ଯଦି ତାଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଗିରଫଦାରୀର…

ପାକିସ୍ତାନୀ ସେନାର ଅତ୍ୟାଚାର: ପ୍ରଦର୍ଶନକାରୀଙ୍କ ଉପରକୁ ଡ୍ରୋନରୁ ଗୁଳିଚାଳନା, ୩ ମୃତ

ଇସଲାମାବାଦ,୫।୧୧: ପାକିସ୍ତାନ ଅଧିକୃତ କଶ୍ମୀରରେ, ପାକିସ୍ତାନୀ ସେନା ସ୍ଥାନୀୟ ଜନସାଧାରଣଙ୍କ ଉପରେ କ୍ରମାଗତ ଭାବେ ଅତ୍ୟାଚାର ଚଳାଇଛି। ଗୁରୁବାର ସକାଳ ୫ଟା ସମୟରେ, ଡ୍ରୋନଗୁଡ଼ିକ ହଠାତ ଲୋକଙ୍କ…

ବାତ୍ୟା ଓ ବନ୍ୟାରେ ଫସଲ ନଷ୍ଟ, କ୍ଷତିପୂରଣ ଦାବିରେ ଗଞ୍ଜାମ ଜଲାପାଳଙ୍କ ଅଫିସ୍‌ ଆଗରେ ଚାଷୀଙ୍କ ଧାରଣା!

ଛତ୍ରପୁର,୫।୧୧(ଦିଲ୍ଲୀପ ସାମଲ) : ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି । ଫଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ…

ଆଦର୍ଶ ବିଦ୍ୟାଳୟରୁ ବାଦ୍‌ ପଡ଼ିଲା ୪୨ ମୌଜା ପିଏମ୍‌ ବାଲୁଙ୍କେଶ୍ୱର ବିଦ୍ୟାପୀଠ

କଟକ ସଦର,୫ା୧୧(ସୁଶାନ୍ତ କୁମାର ଜେନା): ଆସନ୍ତା ୬ ତାରିଖରେ ରାଜ୍ୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ କଟକ ସଦର ବ୍ଲକ…

ବଡ଼ ଖବର: ସୂର୍ଯ୍ୟକୁମାର ଯାଦବ ପୁଣିଥରେ ଅଧିନାୟକ ଭାବେ ଫେରିବେ…

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ଦୀର୍ଘ ବିରତି ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତିଏଥର ସେ ଅଧିନାୟକ ଭାବରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ୨୦୨୬…

ଗିଡ଼ିପାବାଲି ଭୂସ୍ଖଳନ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଲା, ୩୦ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ…

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗିଡ଼ିପାବାଲିରେ ଗତ ୨୮ ତାରିଖରେ ଭୂସ୍ଖଳନ ଯୋଗୁ ୧୩ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ…

IND vs NZ: ଦ୍ୱିତୀୟ ଦିନିକିଆରେ ମାତ୍ର ଗୋଟିଏ ରନ ସଂଗ୍ରହ କରି ବଡ଼ ରେକର୍ଡ ଭାଙ୍ଗିବେ ବିରାଟ କୋହଲି…

ନୂଆଦିଲ୍ଲୀ,୫।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଖରେ ଆଉ ଏକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ମାତ୍ର ଗୋଟିଏ…

ବିଳାସପୂର୍ଣ୍ଣ ଫ୍ଲାଟ କିଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଏହି କ୍ରିକେଟର, ଦାମ ଜାଣିଲେ…

ନୂଆଦିଲ୍ଲୀ,୫।୧୧: ଅଜିଙ୍କ୍ୟ ରାହାଣେଙ୍କ ପତ୍ନୀ ରାଧିକା ମୁମ୍ବାଇରେ ମୋଟ ୨୪.୭୫ କୋଟି ଟଙ୍କା ମୂଲ୍ୟର ଦୁଇଟି ଆଲିସାନ ଫ୍ଲାଟ କିଣିଛନ୍ତି। ଆନ୍ତର୍ଜାତୀୟ ଏବଂ ଲିଗ କ୍ରିକେଟରୁ ଅବସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?