୩୦ଦିନରେ ୧୩୩୮କୋଟି ଦେବ ଗୁଗଲ

ନୂଆଦିଲ୍ଲୀ,୩୦।୩: ବହୁ ରାଷ୍ଟ୍ରୀୟ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲର ମନମାନୀ ଓ ଆଇଟି କ୍ଷେତ୍ରରେ ବିଭିନ୍ନ ପ୍ରକାରର ଅପବ୍ୟବହାର ବିରୋଧରେ ଦୀର୍ଘ ବର୍ଷ ହେବ ଆଇନଗତ ଲଢେଇ ଜାରି ରହିଛି। ଏପରିକି ବୁଧବାର ନ୍ୟାସନାଲ କମ୍ପାନି ଲ ଅପିଲେଟ୍‌ ଟ୍ରିବ୍ୟୁନାଲ (ଏନସିଏଲଏଟି) ମଧ୍ୟ ଗୁଗଲର ଆବେଦନ ବିରୋଧ ଶୁଣାଣି କରି ପୂର୍ବ ନଷ୍ପେତ୍ତି ଅନୁଯାୟୀ ଗୁଗୁଲ ଜରିମାନ ଦେବ ବୋଲି ଏନସିଏଲଏଟ ପକ୍ଷରୁ କୁହାଯାଇଛି। ବିଶେଷ କରି ଭାରତୀୟ ପ୍ରତିଦ୍ୱନ୍ଦ୍ୱୀତା ଆୟୋଗ (ସିସିଆଇ) ଆଣ୍ଡ୍ରଏଡର ଅପବ୍ୟବହାର ଓ ଆବଶ୍ୟକତାର ଦୁରୁପଯୋଗକୁ ନେଇ ଗୁଗଲ ଉପରେ ପ୍ରାୟ ୧୩୩୮ (୧୩୩୭.୭୬) କୋଟି ଟଙ୍କାର ଜରିମାନା ଲଗାଇଥିଲା। ସେହିଭଳି ଗୁଗଲ ପାଖରେ ବର୍ତ୍ତମାନ ବି ଉକ୍ତ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଅପିଲ୍‌ କରିବାର ସୁଯୋଗ ରହିଛି। ହେଲେ ସିସିଆଇ ପ୍ରକାର ପକ୍ଷପାତିତା କରିଥିବା ନେଇ ଗୁଗଲ ରଖିଥିବା ଯୁକ୍ତିକୁ ଟ୍ରିବ୍ୟୁନାଲର ଶୁଣାଣି ସମୟରେ ଖାରଜ କରାଯାଇଛି। ଏପରିକି ଗୁଗଲକୁ ଉକ୍ତ ପରିମାଣର ଜରିମାନା ରାଶି ପୈଠ କରିବା ପାଇଁ ୩୦ଦିନର ସମୟ ଦିଆଯାଇଛି।

ଏ ନେଇ ଏନସିଏଲଏଟି କହିଛି ଯେ ସ୍ମାର୍ଟଫୋନ କମ୍ପାନିଗୁଡିକୁ ଗୁଗଲର ମନମାନି ଓ ଆପ ବିରୋଧରେ ଅଭିଯୋଗ କରିଥିଲେ। ବିଶେଷ କରି ଗୁଗୁଲ ୧୧ ଆପକୁ ପୂର୍ବରୁ ଇନଷ୍ଟଲ କରିବା ପାଇଁ କମ୍ପାନୀ କହିଥାଏ, ଯାହା ବ୍ୟବସାୟର ଭୁଲ ବାଟ ଅଟେ। ଟ୍ରିବ୍ୟୁନାଲ ଏହା ମଧ୍ୟ କହିଛନ୍ତି ଯେ ଗୁଗଲ ପ୍ରକୃତରେ କମ୍ପାନିଗୁଡିକୁ ନିଜସ୍ବ ଆଣ୍ଡ୍ରଏଡ ବିକଶିତ କରିବାରେ ପ୍ରତିବନ୍ଧକ ଲଗାଉଛି। ଏପରିକି କମ୍ପାନୀ ଏଥିପାଇଁ ଆଣ୍ଟି ଫ୍ରେଗମେଣ୍ଟସନ ଏଗ୍ରିମେଣ୍ଟ (ଏଏଫଏ)ର ବ୍ୟବହାର କରିଥାଏ। ଉଲ୍ଲେଖଯୋଗ୍ୟ ୨୦୧୮ ରେ ଆଣ୍ଡ୍ରଏଡ ୟୁଜର୍ସ ସିସିଆଇ ନିକଟରେ ଗୁଗଲ ବିରୋଧରେ ଫେରାଦ ହୋଇଥିଲେ। ଏପରିକି ଗୁଗଲ ମୋବାଇଲ୍‌ ଅପରେଟିଂ ସିଷ୍ଟମ ସହ ଜଡିତ ମାର୍କେଟରେ ନିଜର ଦବଦବା ଓ ଅପବ୍ୟବହାର କରୁଛି ବୋଲି ମୋବାଇଲ ନିର୍ମାତାମାନେ ଅଭିଯୋଗ କରିଥିଲେ। ଯାହା ପ୍ରତିଦ୍ୱନ୍ଦ୍ୱୀତା ଆକ୍ଟର ଉଲ୍ଲଂଘନ କରୁଛି, ଗୁଗଲର ଏମଏଡିଏ ନୀତିକୁ ମଧ୍ୟ ସେମାନେ ବିରୋଧ କରିଥିଲେ। ଉକ୍ତ ନୀତି ଅନୁସାରେ ଗୁଗଲ ସ୍ମାର୍ଟଫୋନ କମ୍ପାନିଗୁଡିକୁ ନିଜ ଫୋନରେ ଗୁଗଲ ମୋବାଇଲ ସର୍ଭିସେଜ୍‌ ସୁଇଚ ଅର୍ଥାତ ଏହା ଆପକୁ ପ୍ରି ଇନଷ୍ଟଲ କରିବାକୁ କହିଥାଏ। ଫଳରେ କମ୍ପାନୀଗୁଡିକ ବିଶେଷ ଭାବେ ପ୍ରଭାବିତ ହେଉଥିବାରୁ ଏହା ଉପରେ ତଦନ୍ତ କରି ସିସିଆଇ ୨୦୨୨ ଅକ୍ଟୋବର ୨୦ରେ ଗୁଗଲ ଉପରେ ପ୍ରାୟ ୧୩୩୮ କୋଟି ଟଙ୍କାର ଜରିମାନା ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri