୩୦ଦିନରେ ୧୩୩୮କୋଟି ଦେବ ଗୁଗଲ

ନୂଆଦିଲ୍ଲୀ,୩୦।୩: ବହୁ ରାଷ୍ଟ୍ରୀୟ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲର ମନମାନୀ ଓ ଆଇଟି କ୍ଷେତ୍ରରେ ବିଭିନ୍ନ ପ୍ରକାରର ଅପବ୍ୟବହାର ବିରୋଧରେ ଦୀର୍ଘ ବର୍ଷ ହେବ ଆଇନଗତ ଲଢେଇ ଜାରି ରହିଛି। ଏପରିକି ବୁଧବାର ନ୍ୟାସନାଲ କମ୍ପାନି ଲ ଅପିଲେଟ୍‌ ଟ୍ରିବ୍ୟୁନାଲ (ଏନସିଏଲଏଟି) ମଧ୍ୟ ଗୁଗଲର ଆବେଦନ ବିରୋଧ ଶୁଣାଣି କରି ପୂର୍ବ ନଷ୍ପେତ୍ତି ଅନୁଯାୟୀ ଗୁଗୁଲ ଜରିମାନ ଦେବ ବୋଲି ଏନସିଏଲଏଟ ପକ୍ଷରୁ କୁହାଯାଇଛି। ବିଶେଷ କରି ଭାରତୀୟ ପ୍ରତିଦ୍ୱନ୍ଦ୍ୱୀତା ଆୟୋଗ (ସିସିଆଇ) ଆଣ୍ଡ୍ରଏଡର ଅପବ୍ୟବହାର ଓ ଆବଶ୍ୟକତାର ଦୁରୁପଯୋଗକୁ ନେଇ ଗୁଗଲ ଉପରେ ପ୍ରାୟ ୧୩୩୮ (୧୩୩୭.୭୬) କୋଟି ଟଙ୍କାର ଜରିମାନା ଲଗାଇଥିଲା। ସେହିଭଳି ଗୁଗଲ ପାଖରେ ବର୍ତ୍ତମାନ ବି ଉକ୍ତ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଅପିଲ୍‌ କରିବାର ସୁଯୋଗ ରହିଛି। ହେଲେ ସିସିଆଇ ପ୍ରକାର ପକ୍ଷପାତିତା କରିଥିବା ନେଇ ଗୁଗଲ ରଖିଥିବା ଯୁକ୍ତିକୁ ଟ୍ରିବ୍ୟୁନାଲର ଶୁଣାଣି ସମୟରେ ଖାରଜ କରାଯାଇଛି। ଏପରିକି ଗୁଗଲକୁ ଉକ୍ତ ପରିମାଣର ଜରିମାନା ରାଶି ପୈଠ କରିବା ପାଇଁ ୩୦ଦିନର ସମୟ ଦିଆଯାଇଛି।

ଏ ନେଇ ଏନସିଏଲଏଟି କହିଛି ଯେ ସ୍ମାର୍ଟଫୋନ କମ୍ପାନିଗୁଡିକୁ ଗୁଗଲର ମନମାନି ଓ ଆପ ବିରୋଧରେ ଅଭିଯୋଗ କରିଥିଲେ। ବିଶେଷ କରି ଗୁଗୁଲ ୧୧ ଆପକୁ ପୂର୍ବରୁ ଇନଷ୍ଟଲ କରିବା ପାଇଁ କମ୍ପାନୀ କହିଥାଏ, ଯାହା ବ୍ୟବସାୟର ଭୁଲ ବାଟ ଅଟେ। ଟ୍ରିବ୍ୟୁନାଲ ଏହା ମଧ୍ୟ କହିଛନ୍ତି ଯେ ଗୁଗଲ ପ୍ରକୃତରେ କମ୍ପାନିଗୁଡିକୁ ନିଜସ୍ବ ଆଣ୍ଡ୍ରଏଡ ବିକଶିତ କରିବାରେ ପ୍ରତିବନ୍ଧକ ଲଗାଉଛି। ଏପରିକି କମ୍ପାନୀ ଏଥିପାଇଁ ଆଣ୍ଟି ଫ୍ରେଗମେଣ୍ଟସନ ଏଗ୍ରିମେଣ୍ଟ (ଏଏଫଏ)ର ବ୍ୟବହାର କରିଥାଏ। ଉଲ୍ଲେଖଯୋଗ୍ୟ ୨୦୧୮ ରେ ଆଣ୍ଡ୍ରଏଡ ୟୁଜର୍ସ ସିସିଆଇ ନିକଟରେ ଗୁଗଲ ବିରୋଧରେ ଫେରାଦ ହୋଇଥିଲେ। ଏପରିକି ଗୁଗଲ ମୋବାଇଲ୍‌ ଅପରେଟିଂ ସିଷ୍ଟମ ସହ ଜଡିତ ମାର୍କେଟରେ ନିଜର ଦବଦବା ଓ ଅପବ୍ୟବହାର କରୁଛି ବୋଲି ମୋବାଇଲ ନିର୍ମାତାମାନେ ଅଭିଯୋଗ କରିଥିଲେ। ଯାହା ପ୍ରତିଦ୍ୱନ୍ଦ୍ୱୀତା ଆକ୍ଟର ଉଲ୍ଲଂଘନ କରୁଛି, ଗୁଗଲର ଏମଏଡିଏ ନୀତିକୁ ମଧ୍ୟ ସେମାନେ ବିରୋଧ କରିଥିଲେ। ଉକ୍ତ ନୀତି ଅନୁସାରେ ଗୁଗଲ ସ୍ମାର୍ଟଫୋନ କମ୍ପାନିଗୁଡିକୁ ନିଜ ଫୋନରେ ଗୁଗଲ ମୋବାଇଲ ସର୍ଭିସେଜ୍‌ ସୁଇଚ ଅର୍ଥାତ ଏହା ଆପକୁ ପ୍ରି ଇନଷ୍ଟଲ କରିବାକୁ କହିଥାଏ। ଫଳରେ କମ୍ପାନୀଗୁଡିକ ବିଶେଷ ଭାବେ ପ୍ରଭାବିତ ହେଉଥିବାରୁ ଏହା ଉପରେ ତଦନ୍ତ କରି ସିସିଆଇ ୨୦୨୨ ଅକ୍ଟୋବର ୨୦ରେ ଗୁଗଲ ଉପରେ ପ୍ରାୟ ୧୩୩୮ କୋଟି ଟଙ୍କାର ଜରିମାନା ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri