‘ଉତ୍ତମ ମାନର ଉତ୍ପାଦନ ସବୁଠାରୁ ବଡ଼ ଆବଶ୍ୟକତା’

ଭୁବନେଶ୍ୱର,୨୩।୧(ବ୍ୟୁରୋ): ରପ୍ତାନି ପାଇଁ ଉତ୍ତମ ମାନର ଉତ୍ପାଦନ ହେଉଛି ସବୁଠାରୁ ବଡ଼ ଆବଶ୍ୟକତା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶୁକ୍ରବାର ରାଜ୍ୟ ରପ୍ତାନି ପୁରସ୍କାର ଉତ୍ସବ(ଷ୍ଟେଟ୍‌ ଏକ୍ସପୋର୍ଟ ଆଓ୍ବାର୍ଡ ସେରିମନି)-୨୦୨୧କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱସ୍ତରୀୟ ଉତ୍ପାଦନ ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ। ରାଜ୍ୟ ସରକାର ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ, ୫-ଟି ଅଭିନବ କାର୍ଯ୍ୟକ୍ରମ ଏବଂ ଭିତ୍ତିଭୂମି ସହଯୋଗ ଜରିଆରେ ରପ୍ତାନି କ୍ଷେତ୍ର ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି। ନୀତି ଆୟୋଗ ଦ୍ୱାରା ଜାରି କରାଯାଇଥିବା ଏକ୍ସପୋର୍ଟ ପ୍ରିପ୍ୟାର୍ଡନେସ ଇଣ୍ଡେକ୍ସ(ଇପିଆଇ)ରେ ଉତ୍ତମ ପ୍ରଦର୍ଶନ କରୁଥିବା ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ରପ୍ତାନି କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ଲାଗି ଉଦ୍ୟମ ଜାରି ରହିଛି। ରାଜ୍ୟର ଆର୍ଥିକ ବିକାଶରେ ରପ୍ତାନିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶାର ସାତଦରିଆ ପାର ବ୍ୟାପାର ଓ ବାଣିଜ୍ୟର ଏକ ଗୌରବମୟ ଇତିହାସ ବହନ କରୁଛି। ଏହା ଆମର ବାଣିଜି୍ୟକ ରପ୍ତାନିକୁ ପ୍ରୋତ୍ସାହନ ଯୋଗାଇ ଆସୁଛି। କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ଓଡ଼ିଶାରେ ଗତବର୍ଷ ଏହି ସମୟ ତୁଳନାରେ ୫୫ ପ୍ରତିଶତ ରପ୍ତାନି ଅଭିବୃଦ୍ଧି ହୋଇଛି। କଡ଼ା ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ରାଜ୍ୟର ରପ୍ତାନିକାରୀମାନେ ରପ୍ତାନି କ୍ଷେତ୍ରରେ ବିରଳ କୃତିତ୍ୱ ହାସଲ କରିଛନ୍ତି। ସ୍ଥାନୀୟ ଉତ୍ପାଦକୁ ରପ୍ତାନି କରିବା ପାଇଁ ପ୍ରତ୍ୟେକ ଜିଲାରେ ଜିଲାସ୍ତରୀୟ ରପ୍ତାନି କମିଟି ଗଠନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି। କଳାହାଣ୍ଡି, କନ୍ଧମାଳ ଓ ମାଲକାନଗିରି ଜିଲାର ମହିଳା ସ୍ବୟଂସେବକ ସଂସ୍ଥା ଦ୍ୱାରା ଉତ୍ପାଦନ କରାଯାଉଥିବା ଉତ୍ପାଦଗୁଡ଼ିକ ୟୁରୋପ ଓ ଆମେରିକା ବଜାରରେ ଉପଲବ୍ଧ ହେବାକୁ ଆଉ ବେଶି ସମୟ ବାକି ନାହିଁ। ମୁଖ୍ୟମନ୍ତ୍ରୀ ଏକ୍ସପୋର୍ଟ ଆଓ୍ବ୍‌ାର୍ଡ ପାଇଥିବା ସଂସ୍ଥାଗୁଡ଼ିକୁ ନବୀନ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ରପ୍ତାନି କ୍ଷେତ୍ରକୁ ଆହୁରି ବୃଦ୍ଧି କରିବାକୁ ସେ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ଦେଶରେ ପ୍ରାକୃତିକ ସମ୍ପଦ ପାଇଁ ଓଡ଼ିଶା ଏକ ବୃହତ୍‌ ରପ୍ତାନିକାରୀ ରାଜ୍ୟରେ ପରିଣତ ହେବାର ସମସ୍ତ ଦକ୍ଷତା ଓଡ଼ିଶାର ରହିଛି।
୨୦୧୭-୧୮ ଏବଂ ୨୦୧୮-୧୯ ପାଇଁ ୨୬ ରପ୍ତାନିକାରୀ ସଂସ୍ଥା ବିଭିନ୍ନ କ୍ଷେତ୍ରରେ ପୁରସ୍କୃତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ଖାଦ୍ୟ ଉତ୍ପାଦନ କମିଶନର ବିଜେତାଙ୍କୁ ପୁରସ୍କୃତ କରିଥିଲେ। ଏମ୍‌ଏସ୍‌ଏମ୍‌ଇ ବିଭାଗ ସଚିବ ସ୍ବାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ବୈଠକ ସଂଚାଳନ କରିଥିଲେ।
୨୦୧୭-୧୮ ଏବଂ ୨୦୧୮-୧୯ ପାଇଁ ଝାରସୁଗୁଡ଼ାରେ ଥିବା ବେଦାନ୍ତ ଲିମିଟେଡ୍‌, ଭୁବନେଶ୍ୱରସ୍ଥିତ ଟାଟା କନ୍‌ସଲଟାନ୍ସି, ନାଲ୍‌କୋ, ହିଣ୍ଡାଲ୍‌କୋ, ଫାଲକନ ମେରାଇନ, ଏମ୍‌ଏମ୍‌ ଟିିସି, ଇମାମି ପେପର ମିଲ୍ସ, ବାଲେଶ୍ୱର ଆଲଏଜ, କୋରସାକି ରିଫ୍ରାକ୍ଟୋରିଜ, ଇଣ୍ଡିଆନ ରେଆର ଆର୍ଥ, ଇନ୍‌ଫୋସିସ ଲିମିଟେଡ୍‌, ଆଇଏଫ୍‌ଜିଏଲ ରିଫ୍ରାକ୍ଟୋରିଜ, ଫେରୋ ଆଲଏଜ୍‌ କର୍ପୋରେଶନ ଲିମିଟେଡ୍‌କୁ ବୃହତ୍‌ ଶିଳ୍ପ ପର୍ଯ୍ୟାୟରେ ପୁରସ୍କୃତ କରାଯାଇଛି। ସେହିପରି ବାଲେଶ୍ୱରର ହରି ମେରାଇନ, ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍ଚରକୁ ମଧ୍ୟମ ଶିଳ୍ପ ଉଦ୍ୟୋଗ ଭାବେ ପୁରସ୍କୃତ କରାଯାଇଛି। ସେହିପରି ଟେରା ବ୍ଲକ ମେଶିନେରି, ଜେ.ପି. ହ୍ୟାଣ୍ଡଲୁମ, ତ୍ରିମୂର୍ତ୍ତି ଆର୍ଟ ଆଣ୍ଡ କ୍ରାଫ୍ଟ, ଶିବାଲୟ ମଲ୍ଟିଫ୍ଲେକ୍ସ, ମାଗମା ଫୁଡସ୍‌, ଆର.ବି. ଅଗ୍ରଓ୍ବାଲ ଆଣ୍ଡ କମ୍ପାନୀ, ମାଗମା ଫୁଡସ ଲିମିଟେଡ, ଓଡ଼ିଶା ସଲ୍ୟୁଶନ, ଆବସିସ ଇନ୍‌ଫର୍ମେଶନ, ଜୟ ଭାରତ ସ୍ପାଇସେସ, ସାବତ ଏକ୍ସପୋର୍ଟସ ପ୍ରାଇଭେଟ ଲିମିଟେଡ୍‌କୁ ଲଘୁ ଉଦ୍ୟୋଗ ଭାବେ ପୁରସ୍କୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri