‘ଉତ୍ତମ ପୋଷଣ ଅର୍ଥନୈତିକ ସମୃଦ୍ଧି ଆଣିଥାଏ’

ଭୁବନେଶ୍ୱର,୨୮।୯: ଉତ୍ତମ ସ୍ବାସ୍ଥ୍ୟ ପାଇଁ ଉତ୍ତମ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରିକି ଉତ୍ତମ ପୋଷଣଯୁକ୍ତ ଖାଦ୍ୟ ହେଉଛି ଇନ୍ଧନ, ଯାହା ସ୍ବାସ୍ଥ୍ୟର ଅଭିବୃଦ୍ଧି ଏବଂ ଶାରୀରିକ ବିକାଶକୁ ଆଗକୁ ବଢ଼ାଇଥାଏ ଏବଂ ଜୀବନ ସାରା ରୋଗକୁ ରୋକିବାରେ ତାହା ସାହାଯ୍ୟ କରିଥାଏ ବୋଲି ୧୪ତମ ଆପୋଲୋ ଅନ୍ତର୍ଜାତୀୟ କ୍ଲିନିକାଲ୍‌ ପୋଷଣ ଅପ୍‌ଡେଟ୍‌ (ଏଆଇସିଏନ୍‌ୟୁ)ର ଉଦ୍‌ଘାଟନୀ ଉସତ୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି। ସେହିଭଳି ଦିନକୁ ଦିନ ବୃଦ୍ଧି ପାଉଥିବା ଅଣ ସଂକ୍ରାମକ ରୋଗ (ଏନ୍‌ସିଡି)କୁ ଦୃଷ୍ଟିରେ ରଖି ଆମେ ସାମୂହିକ ଭାବେ କୁପୋଷଣର ମୁକାବିଲା ପାଇଁ ଯୁଦ୍ଧ କରିବା ଆବଶ୍ୟକ। ଏହି ରୋଗର ପ୍ରତିରୋଧ ପାଇଁ ପୁଷ୍ଟିକର ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ କେତେକ କ୍ଷେତ୍ରରେ ରୋଗର ପୂର୍ବାନୁମାନ ଏବଂ ଫଳାଫଳକୁ ପ୍ରମାଣ ସିଦ୍ଧ କରିବାରେ ମଧ୍ୟ ଏହା ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ବୋଲି ଆପୋଲୋ ହସ୍ପିଟାଲ ଗ୍ରୁପ୍‌ର ଫାଉଣ୍ଡର ଚେୟାରମ୍ୟାନ ପଦ୍ମଶ୍ରୀ ଡା.ପ୍ରତାପ ସି ରେଡ୍ଡୀ କହିଛନ୍ତି।
ଆପୋଲୋ ହସ୍ପିଟାଲ ଏଣ୍ଟରପ୍ରାଇଜ୍‌ ଲିମିଟେଡ୍‌ର ଗ୍ରୁପ୍‌ ଡାଇରେକ୍ଟର ମେଡିକାଲ୍‌ ସର୍ଭିସେସ୍‌ ଡା. ଅନୁପମ ସିବଲ୍‌ କହିଛନ୍ତି,ଆମେ ଜନ୍ମ ହେବାର ପ୍ରଥମ ଦିନରୁ ହିଁ ଉପଯୁକ୍ତ ପୋଷଣଯୁକ୍ତ ଖାଦ୍ୟ ଖୁଆଇବାର ଅନେକ ତଥ୍ୟ ପ୍ରମାଣ ଥିଲେ ମଧ୍ୟ ଜନ୍ମର ଏକଘଣ୍ଟା ମଧ୍ୟରେ ମାଆ କ୍ଷୀର ଖୁଆଇବାଠାରୁ ପୋଷଣଯୁକ୍ତ ଖାଦ୍ୟର ଏଜେଣ୍ଡା ଅସମାପ୍ତ ରହିଛି। ଭିଡିଓ କନ୍‌ଫରେନ୍ସ ଜରିଆରେ ଉକ୍ତ ସମାବେଶକୁ ସମ୍ବୋଧିତ କରି ଆପୋଲୋ ହସ୍ପିଟାଲ ଏଣ୍ଟରପ୍ରାଇଜ୍‌ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସୁଶ୍ରୀ ପ୍ରିଥା ରେଡ୍ଡୀ କହିଥିଲେ, ଉକ୍ତ ସମ୍ମିଳନୀ ଜନସାଧାରଣ ତଥା ହସ୍ପିଟାଲ କ୍ଷେତ୍ରରେ ପୋଷଣ ସମ୍ପର୍କରେ ଏବଂ ପୋଷଣର ସାମ୍ପ୍ରତିକି ପରିସ୍ଥିତି ବିଷୟରେ ବ୍ୟାପକ ବୁଝାମଣା ପ୍ରତିଷ୍ଠା କରିବ ଏବଂ ସମାଜ ଉପରେ ସକାରାମତ୍କ ପ୍ରଭାବ ପକାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri