ମାଆ ହେବେ ରାଣୀ ମୁଖାର୍ଜୀ!

ମୁମ୍ବାଇ: କିଛି ଦିନ ହେବ ଲାଇମ ଲାଇଟରୁ ଦୂରେଇ ରହିଥିବା ରାଣୀ ମୁଖାର୍ଜୀ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ । ଶେଷଥର ପାଇଁ କରନ ଜୋହରଙ୍କ ୫୦ ତମ ଜନ୍ମଦିନରେ ରାଣୀଙ୍କୁ ସ୍ପଟ କରାଯାଇଥିବା ବେଳେ ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଲାଟେଷ୍ଟ ଭିଡିଓ ଭାଇର।।ଲ ହେବାରେ ଲାଗିଛି । ଯାହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ଲାଇମଲାଇଟରୁ ଦୂରେଇ ରହୁଥିବା ଏହି ନାୟିକା କେବେ କେବେ ପାପାରାଜିଙ୍କ କ୍ୟାମେରାରେ ସ୍ପଟ ହୋଇଯାଆନ୍ତି । ନିକଟରେ ସିଦ୍ଧି ବିନାୟକ ମନ୍ଦିର ବାହାରେ ସେ ନଜର ଆସିଛନ୍ତି ।
ଗ୍ରୀନ କଲର ଶୁଟ ସାଙ୍ଗକୁ ଗୋଲାପି ଦୁପଟ୍ଟାରେ ଖୁବ୍ ସୁନ୍ଦର ଲାଗୁଛନ୍ତି ରାଣୀ । ହେଲେ ତାଙ୍କ ଫିଗରରୁ ଯାହା ଜଣାପଡୁଛି ସେ ବୋଧହୁଏ ଗର୍ଭବତୀ ଅଛନ୍ତି । ବାରମ୍ବାର ବେବି ବମ୍ପକୁ ଲୁଚାଉଥିବା ଭଳି ପୋଜ ଦେଉଥିବାରୁ ଏବେ ଏହା ଚର୍ଚ୍ଚାର ପରିସରକୁ ଚାଲିଆସିଛି । ମୁହଁରୁ ମାସ୍କ କାଢି କ୍ୟାମେରାକୁ ପୋଜ ଦେଉଥିବା ରାଣୀ ମାଆ ହେବା ନେଇ କିଛି ମୁହଁ ଖୋଲି ନ ଥିବା ବେଳେ ତାଙ୍କ ଭିଡିଓରୁ ଅନୁମାନ ଲଗାଯାଉଛି କି ସେ ମାଅ ହେବାକୁ ଯାଉଛନ୍ତି ।

Share