ନୂଆଦିଲ୍ଲୀ,୮ା୧୦:ଯାତ୍ରା ଯୋଜନାରେ ଅନେକ ସମୟରେ ଅବାଞ୍ଛିତ ପରିବର୍ତ୍ତନ ଯୋଗୁ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏ ବାବଦରେ ଯାତ୍ରୀ ଆର୍ଥତ୍କ କ୍ଷତି ସହିଥାନ୍ତି। ତେବେ ରେଲଓ୍ବେ ଆଣିଥିବା ନୂଆ ନିୟମରେ ଟିକେଟ ବୁକ୍ କରିଥିବା ଯାତ୍ରୀ ଯାତ୍ରା ତାରିଖ ବଦଳାଇବା ପାଇଁ ସୁଯୋଗ ପାଇବେ। ଏହା ସହଜ ହେବା ସହ ଯାତ୍ରୀ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ ନାହିଁ। ଆସନ୍ତା ଜାନୁଆରୀରୁ ଏହି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତିି।
Dharitri – Odisha’s No.1, Most Trusted Odia Daily

