ଭୁବନେଶ୍ୱରବାସୀଙ୍କ ପାଇଁ ଖୁସିଖବର: ଏଣିକି ବସିବ ଓମ୍‌ଫେଡ୍‌ ଭେଣ୍ଡିଂ ମେଶିନ, ଜାଣନ୍ତୁ କେଉଁଠି….

ଭୁବନେଶ୍ୱର,୧୩।୯: ଭୁବନେଶ୍ୱରରେ ଖୁବ୍‌ ଶୀଘ୍ର ଓମ୍‌ଫେଡ୍‌ ଭେଣ୍ଡିଂ ମେଶିନ ଆରମ୍ଭ ହେବ। ଏ ନେଇ ଓମ୍‌ଫେଡ୍‌ ଏମ୍ଡି ବିଜୟ ଅମୃତା କୁଲାଙ୍ଗେଙ୍କ ସୂଚନା ଦେଇଛନ୍ତି।
ପ୍ରାଥମିକ ପର୍ଯ୍ୟାୟରେ ଜନପଥରେ ଭେଣ୍ଡିଂ ମେଶିନ ବସାଇବା ଯୋଜନା ହୋଇଛି। ପରେ ୨୦ଟି ଭେଣ୍ଡି ମେଶିିନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବସାଯିବ ବୋଲି କୁଲାଙ୍ଗେ ସୂଚନା ଦେଇଛନ୍ତି।

 

କମଳା ରଙ୍ଗ ପ୍ୟାକେଟ୍‌ରେ ବଜାରକୁ ପରୀକ୍ଷାମୂଳକ ଭାବେ ଛଡ଼ାଯାଇଛି ଓମ୍‌ଫେଡ୍‌ କ୍ଷୀର। ଏହି କ୍ଷୀର ପ୍ୟାକେଟ୍‌ର ଫଟୋ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଥିଲା। ସରକାର ବଦଳିଲା ପରେ ଏବେ କ୍ଷୀରରେ ମଧ୍ୟ ଗେରୁଆ ରଙ୍ଗ ଲାଗିଲା ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ପୂର୍ବରୁ ଓମ୍‌ଫେଡ୍‌ କ୍ଷୀର ପ୍ୟାକେଟ୍‌ ନୀଳ ଓ ୨ ପ୍ରକାରର ଗୋଲାପୀ ରଙ୍ଗରେ ଉପଲବ୍ଧ ହେଉଥିଲା। ତେବେ ଏବେ କମଳା ରଙ୍ଗ ପ୍ୟାକେଟକୁ ନେଇ ଓମ୍‌ଫେଡ୍‌ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ କହିଥିଲେ, ଏହା ଓମ୍‌ଫେଡ୍‌ର ନୂଆ ପ୍ରଡକ୍ଟ। ପୂର୍ବରୁ ଓମ୍‌ଫେଡ୍‌ର କମଳା ରଙ୍ଗ ପ୍ୟାକେଟରେ ଚା’ ସ୍ପେଶାଲ କ୍ଷୀର ମିଳୁଥିଲା। ମାତ୍ର ତାହାର ଭଲ ବିକ୍ରି ହେଉ ନ ଥିଲା। ଏହି ପ୍ରଡକ୍ଟ ହେଉଛି ତାହାର ହାୟର ଭର୍ସନ। ଏଥିରେ ଅଧିକ ଫ୍ୟାଟ୍‌ ରହିଛି, ଯାହାକୁ ଗୃହିଣୀ, ଚା ଦୋକାନୀ ସମସ୍ତଙ୍କୁ ପସନ୍ଦ ଆସିବ। ଆମର ପ୍ରତିଯୋଗୀଙ୍କ ପାଖରେ ଏହି ଗୁଣ ଓ ମାନର କ୍ଷୀର ନାହିଁ। ବର୍ତ୍ତମାନ ତାହାର ମାର୍କେଟ ଟ୍ରାଏଲ କରାଯାଉଛି। ସରକାରଙ୍କ ସହ ଆଲୋଚାନା କରିବା ପରେ ଆସନ୍ତା ୧୦/୧୫ ଦିନ ଭିତରେ ବଜାରକୁ ନିୟମିତ ଭାବେ ଛଡାଯିବ ବୋଲି କହିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ବିଧାୟକଙ୍କ ସ୍ବୀକାର, ସରକାର ନିର୍ବିକାର: ବିକ୍ରି ହୋଇପାରିନି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ମାସକ ପରେ ରବିଧାନ ଅମଳ ହେବ। ଫଳରେ ରବି ଧାନବିକ୍ରି ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri