ଶ୍ରୀଜଗନ୍ନାଥ ପ୍ରେମିଙ୍କ ପାଇଁ ଖୁସି ଖବର: ବିନା ବସ୍‌ ଭଡ଼ାରେ ହେବ ଜଗା ଦର୍ଶନ

ଭୁବନେଶ୍ୱର,୧୭।୨: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏଥିର ନୂଆ କରି ବଜେଟରେ ଶ୍ରୀଜଗନ୍ନାଥ ଯୋଜନା ଯୋଡି ହୋଇଛି। ଏନେଇ ବଜେଟରେ ୩୦ କୋଟି ଟଙ୍କା ବ୍ୟବବରାଦ କରାଯାଇଛି। ଜିଲା ସଦର ମହକୁମାରୁ ଶ୍ରଦ୍ଧାଳୁ ମାଗଣାରେ ବସ୍‌ରେ ଆସି ଜଗା ଦର୍ଶନ କରି ମହାପ୍ରଭୁଙ୍କ ଅବଢ଼ା ଖାଇବେ।

ମୁଖ୍ୟମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ କହିଥିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ଅଟନ୍ତି । ରତ୍ନ ସିଂହାସନରେ ବିରାଜମାନ ମହାପ୍ରଭୁଙ୍କୁ ଦେଖିବାକୁ ପ୍ରତିଟି ଓଡିଆଙ୍କ ଇଚ୍ଛା । ଗରିବ ଭକ୍ତଙ୍କ ମନସ୍କାମନା ପୂରଣ କରିବାକୁ ନୂଆ ଯୋଜନା ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଆରମ୍ଭ କରାଯାଉଛି । ପ୍ରତ୍ୟେକ ଜିଲ୍ଲା ସଦରମହକୁମାରୁ ଜଗନ୍ନାଥ ଦର୍ଶନ ପାଇଁ ସ୍ବତନ୍ତ୍ର ବସରେ ଗରିବ ଭକ୍ତମାନେ ମାଗଣାରେ ପୁରୀ ଆସି ଜଗା ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିପାରିବେ ।

ଐତିହ୍ୟ, ସ୍ମାରକୀର ସମନ୍ବିତ ଏବଂ ପର୍ଯ୍ୟଟନସ୍ଥଳର ମୌଳିକ ସୁବିଧା ବୃଦ୍ଧି ଯୋଜନା ଅଧୀନରେ, ପ୍ରାୟ ୨ଶହ ୨୫ଶହ କୋଟି ଟଙ୍କାରେ କେନ୍ଦୁଝର ଘଟଗାଁସ୍ଥିତ ମା’ ତାରିଣୀ ମନ୍ଦିର ପରିସରର ବିକାଶ କରାଯିବ । ଢେଙ୍କାନାଳ ଜିଲାର ଯୋରନ୍ଦାରେ ଥିବା ମହିମା ଗାଦିର ବିକାଶ କାର୍ଯ୍ୟ ଏବଂ ସେଠାରେ ଭବ୍ୟ ଶୂନ୍ୟ ମଣ୍ଡପ ନିର୍ମାଣ ପାଇଁ ତଥା ଯୋରନ୍ଦା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ଏହାଦ୍ୱାରା ଯୋରନ୍ଦା ମହିମା ଗାଦି ଦେଶର ଏକ ପ୍ରମୁଖ ଧାର୍ମିକ ଓ ଆଧ୍ୟାତ୍ମିକ କ୍ଷେତ୍ର ଭାବେ ପରିଗଣିତ ହେବ। ପୁରୀର ସାକ୍ଷୀଗୋପାଳସ୍ଥିତ ସାକ୍ଷୀ ଗୋପୀନାଥ ମନ୍ଦିର ପାର୍ଶ୍ୱଞ୍ଚଳର ବିକାଶ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…

ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri