ପାର୍ବଣ ଋତୁରେ ରେଲଓ୍ବେ କର୍ମଚାରୀଙ୍କୁ ବଡ ଉପହାର ଦେଲେ ସରକାର

ନୂଆଦିଲ୍ଲୀ,୨୪।୧୦: ଦଶହରା ଏବଂ ଦୀପାବଳି ଅବସରରେ ରେଲଓ୍ବ ବୋର୍ଡ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଉପହାର ଦେଇଛି। ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ରେଲଓ୍ବ ବୋର୍ଡ ଘୋଷଣା କରିଛି। ଏହା ପରେ ଏହା ୪୨ ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଛ। ଏହି ହାରଗୁଡିକ ୨୦୨୩ ଜୁଲାଇ ୧ରୁ କାର୍ଯ୍ୟକାରୀ ହୋଇସାରିଛି। ଅକ୍ଟୋବର ୨୩ରେ ରେଳ ବୋର୍ଡ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଅଲ ଇଣ୍ଡିଆ ରେଲଓ୍ବେ ଏଣ୍ଡ ପ୍ରଡକ୍ସନ ୟୁନିଟ୍ସର ଜେନେରାଲ ମ୍ୟାନେଜର ତଥା ମୁଖ୍ୟ ପ୍ରଶାସକ ନିଷ୍ପତ୍ତି ନେଇଛନ୍ତି ଯେ, ବର୍ତ୍ତମାନ ଡିଏକୁ ୪୨ ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି କରାଯିବ।

ରେଲଓ୍ବ ବୋର୍ଡ ମଧ୍ୟ ଏହାର ବିଜ୍ଞପ୍ତିରେ ସୂଚନା ଦେଇଛି, ଜୁଲାଇ ୨୦୨୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବକେୟା କର୍ମଚାରୀଙ୍କୁ ଦିଆଯିବ। ଏହି ବକେୟା ଆସନ୍ତା ମାସର ଦରମା ସହିତ କ୍ରେଡିଟ ହେବ। ଅଲ ଇଣ୍ଡିଆ ରେଳବାଇ ଫେଡେରେଶନର ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ରା କହିଛନ୍ତି , ଜୁଲାଇ୨୦୨୩ଠାରୁ କର୍ମଚାରୀଙ୍କ ଡିଏ ହାଇକ୍‌ ବିଚାରାଧୀନ ଅଛି। ଏଭଳି ପରିସ୍ଥିତିରେ କର୍ମଚାରୀଙ୍କ ଏହା ଅଧିକାର ଥିଲା। ବର୍ତ୍ତମାନ କର୍ମଚାରୀମାନେ ସେମାନଙ୍କର ଅଧିକାର ପାଇଛନ୍ତି।

 

Share