ପୋଷ୍ଟ ଅଫିସ କର୍ମଚାରୀଙ୍କ ଖୁସିଖବର: ଖୁବ୍‌ଶୀଘ୍ର ମିଳିବ ୬୦ ଦିନର ବୋନସ୍‌, ଜାଣନ୍ତୁ କାହାକୁ…

ନୂଆଦିଲ୍ଲୀ,୧୮।୧୦:  ଭାରତରେ ଉତ୍ସବ ଋତୁ ଆସିଲେ କର୍ମଚାରୀଙ୍କ ମୁହଁରେ ହସ ଫୁଟି ଉଠେ। ଏଥର କେନ୍ଦ୍ର ସରକାର ଦୀପାବଳୀ ପୂର୍ବରୁ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ଖୁସି କରିବା ପାଇଁ ଅନେକ ବ ପଦକ୍ଷେପ ନେଇଛନ୍ତି। ମହଙ୍ଗା ଭତ୍ତା (DA) ବୃଦ୍ଧି, ବୋନସ ପେମେଣ୍ଟ ଏବଂ CGHS (କେନ୍ଦ୍ରୀୟ ସରକାରୀ ସ୍ବାସ୍ଥ୍ୟ ଯୋଜନା)ରେ ସୁଧାର ଭଳି ଘୋଷଣା ପରେ ଏବେ ପୋଷ୍ଟ ଅଫିସ ନିଜ କର୍ମଚାରୀଙ୍କୁ ପାଇଁ ଏକ ସ୍ବତନ୍ତ୍ର ଉପହାର ଦେବାକୁ ଯାଉଛି।
ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୋଷ୍ଟ ଅଫିସ ପ୍ରଡକ୍ସନ ଲିଙ୍କଡ ବୋନସ (PLB) ପାଇଁ ଅନୁମୋଦନ ଦେଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି। ଏହା ଅନୁଯାୟୀ, କର୍ମଚାରୀମାନେ ୬୦ ଦିନର ଦରମା ସମାନ ବୋନସ ପାଇବେ, ଯାହା ସେମାନଙ୍କ ପାଇଁ ଦୀପାବଳୀର ଏକ ବ ଉପହାର ହେବ। ଏହି ବୋନସର ଲାଭ ଗ୍ରୁପ C, ମଲ୍ଟି-ଟାସ୍କିଙ୍ଗ ଷ୍ଟାଫ (MTS), ଅରାଜପତ୍ରିତ ଗ୍ରୁପ B କର୍ମଚାରୀ, ଗ୍ରାମୀଣ ଡାକ ସେବକ (GDS) ଏବଂ ପୂର୍ଣ୍ଣକାଳୀନ ଆକସ୍ମିକ ଶ୍ରମିକମାନେ ଉଠାଇପାରିବେ। ଏହି ପଦକ୍ଷେପ ଦ୍ୱାରା ଲକ୍ଷାଧିକ କର୍ମଚାରୀ ସିଧାସଳଖ ଲାଭ ପାଇବେ ଏବଂ ତ୍ୟୋହାରର ଖୁସି ଦୁଇଗୁଣିତ ହେବ। ବୋନସ କେବଳ କର୍ମଚାରୀଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବ ନାହିଁ, ବରଂ ସେମାନଙ୍କ ଉତ୍ସାହକୁ ମଧ୍ୟ ବାଇବ।
ବୋନସ କିପରି ହିସାବ ହେବ?
ବୋନସ୍‌ର ହିସାବ କର୍ମଚାରୀଙ୍କ ହାରାହାରି ଦରମା ଆଧାରରେ କରାଯିବ। ନିୟମିତ କର୍ମଚାରୀଙ୍କ ପାଇଁ ଫର୍ମୁଲା ହେଉଛି: (ହାରାହାରି ଦରମା ସହ* ୬୦ ଦିନ/୩୦.୪)। ଏଥିରେ ବେସିକ ପେ, ମହଙ୍ଗା ଭତ୍ତା, ସ୍ବତନ୍ତ୍ର ଭତ୍ତା, ଡ୍ୟୁଟି ଭତ୍ତା ଏବଂ ଟ୍ରେନିଂ ଭତ୍ତା ଅନ୍ତର୍ଭୁକ୍ତ ହେବ। ବୋନସ ପାଇଁ ସର୍ବାଧିକ ଦରମା ସୀମା ମାସିକ ୭,୦୦୦ ଟଙ୍କା ନିର୍ଦ୍ଧାରିତ ହୋଇଛି। ସେହିପରି ଗ୍ରାମୀଣ ଡାକ ସେବକଙ୍କ ପାଇଁ ବୋନସ ସେମାନଙ୍କ ଟାଇମ୍‌-ରିଲେଟେଡ୍‌ କଣ୍ଟିନ୍ୟୁଟି ଆଲାଉନ୍ସ(TRCA) ଓ ମହଙ୍ଗା ଭତ୍ତା ଆଧାରରେ ନିର୍ଦ୍ଧାରିତ ହେବ। ଏହି ଦୀପାବଳୀରେ ପୋଷ୍ଟ ଅଫିସ କର୍ମଚାରୀଙ୍କ ପାଇଁ ଖୁସିର ଡବଲ୍‌ ଡୋଜ୍‌ ପ୍ରସ୍ତୁତ ଅଛି, କାରଣ ଏହି ବୋନସ୍‌ କେବଳ ସେମାନଙ୍କ ପରିଶ୍ରମର ପୁରସ୍କାର ନୁହେଁ, ବରଂ ଉତ୍ସବକୁ ଆହୁରି ସ୍ବତନ୍ତ୍ର କରିଦେବ।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri