ଧୋନୀଙ୍କ ପାଇଁ ଖୁସି ଖବର; କରୋନାରୁ ସୁସ୍ଥ ହେଲେ ଏହି ଖେଳାଳି

ଦୁବାଇ, ୨୧।୯: ଚେନ୍ନାଇ ସୁପର୍‌ କିଙ୍ଗ୍‌ (ସିଏସ୍‌କେ) ପାଇଁ ଖୁସି ଖବର। ଦଳର ଯୁବ ବ୍ୟାଟ୍ସମ୍ୟାନ ରୁତୁରାଜ ଗାଏକ୍ୱାଡ କରୋନା ଭାଇରସ୍‌ରୁ ଆରୋଗ୍ୟ ଲାଭ କରିଛନ୍ତି। ଲଗାତର ୨ ଦିନରେ ଦୁଇଟି ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ରୁତୁରାଜ ଟ୍ରେନିଂ ସେସନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫଳରେ ମହାରାଷ୍ଟ୍ରର ଏହି ଡାହାଣହାତୀ ଉଦୀୟମାନ ବ୍ୟାଟ୍ସମ୍ୟାନ ଆଇପିଏଲ୍‌ ପଦାର୍ପଣ କରିବା ନିଶ୍ଚିତ ହୋଇଛି। ୨୩ ବର୍ଷୀୟ ରୁତୁରାଜ ଅଭ୍ୟାସ କରୁଥିବା ସମୟର ଏକ ଫଟୋକୁ ସିଏସ୍‌କେ ପକ୍ଷରୁ ଏହାର ଅଫିସିଆଲ ଟୁଇଟର୍‌ ପୃଷ୍ଠାରେ ପୋଷ୍ଟ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, କ୍ୱାରାଣ୍ଟାଇନରେ ଥିବାବେଳେ ଗାଏକ୍ୱାଡ ଓ ଦୀପକ ଚହରଙ୍କ ସମେତ ସିଏସ୍‌କେର ୧୩ ଜଣ ଷ୍ଟାଫ୍‌ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିଲେ। ପୂର୍ବରୁ ଦୀପକ ଚହର ଶୀଘ୍ର ଆରୋଗ୍ୟ ଲାଭ କରି ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିଥିଲେ। କିନ୍ତୁ ଗାଏକ୍ୱାଡ ଦ୍ୱିତୀୟଥର ଲାଗି ପଜିଟିଭ ଚିହ୍ନଟ ହୋଇଥିଲେ। ଫଳରେ ତାଙ୍କର ଆଇସୋଲେଶନ ଅବଧି ବଢ଼ି ଯାଇଥିଲା।

Share