ପକ୍ଷୀପ୍ରେମୀଙ୍କ ପାଇଁ ଖୁସି ଖବର: ଭତ୍ରାଡ୍ୟାମରେ ପହଞ୍ଚିଲେ ବିଦେଶୀ ପକ୍ଷୀ

ଭବାନୀପାଟଣା,୯।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଡିସେମ୍ୱରରୁ ଶୀତର ଲହରି ଆରମ୍ଭ ହୋଇଛି। ଶୀତ ଋତୁ ଆରମ୍ଭରୁ ପ୍ରାୟ ୧୨ରୁ ଅଧିକ ବିଦେଶୀ ପ୍ରଜାତିର ପରିବ୍ରାଜକ ପକ୍ଷୀଙ୍କ ଠିକଣା ପାଲଟିଛି କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ଭତ୍ରାଡ୍ୟାମ। ଏବେ ଉକ୍ତ ଡ୍ୟାମରେ ପ୍ରାୟ ୨୫୦ ପ୍ରଜାତିର ପକ୍ଷୀଙ୍କ ବାସସ୍ଥାନ ପାଲଟିଛି।

ଜିଲାର ଇନ୍ଦ୍ରାବତୀ ଜଳଭଣ୍ଡାର ସହ ଭତ୍ରାଯୋର ସଂଯୋଗ ଥିବା ଏହାର ତଟର୍ତ୍ତୀ ଅଞ୍ଚଳରେ ବିଭିନ୍ନ ପରିବ୍ରାଜକ ପକ୍ଷୀଙ୍କ ଆଗମନ ପ୍ରାୟ ଅକ୍ଟୋବରରୁ ଆରମ୍ଭ ହୋଇଛି। ଭତ୍ରାଡ୍ୟାମ ସମେତ କର୍ଲାପାଟ ଅଭୟାରଣ୍ୟ ଓ ବିଭିନ୍ନ ଜଳ ଉତ୍ସଗୁଡ଼ିକରେ ଏହି ପକ୍ଷୀମାନେ ବିଚରଣ କରୁଛନ୍ତି। ଜୁନାଗଡ଼ ବ୍ଲକ ଭତ୍ରାଯୋର ଡ୍ୟାମ ଇକୋଟୁରିଜମ ଯୋଜନାରେ ବନବିଭାଗ ପକ୍ଷରୁ ନୌକାବିହାର କେନ୍ଦ୍ର ଭାବେ କାର୍ଯ୍ୟକାରୀ ହେଉଛି।

ଏଠାକୁ ବିଭିନ୍ନ ପ୍ରଜାତିର ପକ୍ଷୀମାନେ ଆସୁଥିବାରୁ ପକ୍ଷୀ ଅଭୟାରଣ୍ୟ ଘୋଷଣା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଯାହାକି ଏବେ ବିଚାର ଧୀନ ରହିଛି। କେତେକ ସାଇବେରିଆନ ପକ୍ଷୀ ମଧ୍ୟ ଭତ୍ରାଜୋର ଡ୍ୟାମ ଓ ଜୟପାଟଣା ବ୍ଲକ ସ୍ଥିତ ସୁନ୍ଦରୀ ଯୋରରେ ଦେଖାଯାଉଛନ୍ତି।

ଏଠାରେ ବିଦେଶୀ ପକ୍ଷୀ ଗାର୍ଡୱାଲ, ରେଡ ହୋଡେଡ଼ ପୋଚାର୍ଡ, ନର୍ଥନ ପିଣ୍ଡେଲ, ସାରବାର୍ଡ, ଉତସେଣ୍ଡ ପାଇପର, ଗ୍ରୀନ୍ସେଣ୍ଡ ପାଇପର, ଟେରମେରିକା ୱିଣ୍ଟ, ଲିଟିଲ ରିଙ୍ଗ ପାଲଭର, ବ୍ଲାକୱିଙ୍ଗ ସ୍କେଲଡ଼, ହିସକଡ ଷ୍ଟେର୍ଣ୍ଣ, ରୋଜିଷ୍ଟାରଲିଙ୍ଗ, ଗାରଗେନୀ, ୟୁରୋପିଏନ ଷ୍ଟୋନ ସମେତ ପ୍ରାୟ ୧୨ଟି ପ୍ରଜାତିର ପକ୍ଷୀ ବର୍ତ୍ତମାନ ଦେଖାଯାଉଛନ୍ତି।

ସେହିପରି ହିମାଳୟ ପାଦଦେଶର ଇଣ୍ଡିଆନପିକଟା, ବ୍ରାଉନକେପଡ, ପିଗମି ଉପ୍ଲେକର, ରେପଡ ଇବିସ ଭଳି ବହୁ ପ୍ରଜାତିର ପ୍ରାୟ ୨୫୦ରୁ ଅଧିକ ପକ୍ଷୀ କଳାହାଣ୍ଡିକୁ ଆସିଥାନ୍ତି ବୋଲି ପକ୍ଷୀ ବିଶାରଦ ଦାବି କରୁଛନ୍ତି।

ଭତ୍ରାଯୋର ଅଞ୍ଚଳର ଚାଷଜମି ଓ ପୋଖରୀ ନିକଟରେ ପରିବ୍ରାଜକ ପକ୍ଷୀମାନେ ଦଳଦଳ ହୋଇ ଖାଦ୍ୟ ଅନ୍ୱେଷେଣ କରୁଛନ୍ତି। ଖାଦ୍ୟ ଅନ୍ୱେଷେଣରେ ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆରୁ ଏହି ପ୍ରଜାତିର ପକ୍ଷୀ ଆସିଥିବା ପକ୍ଷୀ ବିଶେଷଜ୍ଞ ଆଇନଜୀବୀ ମହମ୍ମଦ ଖଲିଲ ପ୍ରକାଶ କରିଛନ୍ତି ।

ସେ ବିଭିନ୍ନ ସ୍ଥାନରେ ପକ୍ଷୀ ଚିହ୍ନଟ ପାଇଁ ଅନ୍ୱେଷଣରେ ଥିବାବେଳେ ଅନେକ ବିରଳ ପକ୍ଷୀ ଦଳକୁ ଦେଖିବାକୁ ପାଇଥିଲେ ବୋଲି ପ୍ରକାଶ କରିଛନ୍ତି। ବନ୍ୟପ୍ରାଣୀ ବନାଞ୍ଚଳ ବନଖଣ୍ଡ ପକ୍ଷରୁ ଭତ୍ରାଡ୍ୟାମକୁ ନୌକାବିହାର ଭାବେ ବିକାଶ କରାଯାଇଥିବାବେଳେ ପକ୍ଷୀଙ୍କ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା, ପକ୍ଷୀ ସୁରକ୍ଷା ଶିବିର କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ସଫାରେ ଛାତ୍ରୀଛାତ୍ରଙ୍କୁ ନିୟୋଜନ ଅଭିଯୋଗ : ସେବାଶ୍ରମ ସ୍କୁଲ ଘେରିଲେ ଅଭିଭାବକ

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ପ୍ରଧାନପାଲିସ୍ଥିତ ସେବାଶ୍ରମ ସ୍କୁଲରେ କାର୍ଯ୍ୟରତ ଜଣେ ଶିକ୍ଷୟିତ୍ରୀ ଛାତ୍ରୀଛାତ୍ରଙ୍କୁ ସ୍କୁଲ ପରିସରରେ ପାଇଖାନା ସଫା କରିବାରେ ନିୟୋଜିତ କରିଥିବା...

ଜିଲାସ୍ତରୀୟ ନୌକା-ତୀର ଚାଳନା ପ୍ରତିଯୋଗିତାରେ ବ୍ୟାପକ ଅବ୍ୟବସ୍ଥା: ମଞ୍ଚ ତ୍ୟାଗ କଲେ ଜନପ୍ରତିନିଧି, ପ୍ରଶାସନିକ ଏକଚାଟିଆ… 

ଥୁଆମୂଳ ରାମପୁର,୯।୧ (ଦୁର୍ଗା କୀର୍ତ୍ତି): ପ୍ରଶାସନିକ ଅବ୍ୟବସ୍ଥା ଓ ଜନପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ ମଧ୍ୟରେ ଥୁଆମୂଳ ରାମପୁରଠାରେ ଆୟୋଜିତ ୨୮ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା...

ଇପିଏଫ୍‌ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଦାବିପତ୍ର

ନୂଆପଡ଼ା, ୯।୧ (ମକାରୁ ବେମାଲ): ନୂଆପଡ଼ା ଜିଲା ଇପିଏଫ୍‌ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ଦ୍ୱିତୀୟ ସଂନ୍ଧ୍ୟାରେ ଯୋଗଦେଲେ ଗଣଶିକ୍ଷା ମନ୍ତ୍ରୀ, ଗୋଟିଏ ମଞ୍ଚରେ…

ଦାରିଙ୍ଗବାଡି, ୯।୧ (ଅରୁଣ ସାହୁ ): ଦାରିଙ୍ଗବାଡି ଶୀତ ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟା ଉଦଘାଟନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ...

ବେଆଇନ ଭାବେ ବିକୁଥିଲେ ମଦ: ଅଚାନକ ଚଢ଼ାଉ କରି ଜଣଙ୍କୁ ବାନ୍ଧିବା ସହ ବିପୁଳ…

ଛତ୍ରପୁର,୯।୧( ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧିନରେ କିଛି ଦିନ ହେଲା ବେଆଇନ ମଦ କାରବାର ହେଉଥିବା ନେଇ ଅଭିଯୋଗ ହେଉଥିଲା...

ଅତର ଭାଟିରୁ ଚୋରି, ୫ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କଲା…

ଛତ୍ରପୁର,୯ା୧(ଦିଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଅଞ୍ଚଳର ଏକ ଅତର ଭାଟିରୁ ଚୋରି ଅଭିଯୋଗରେ ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ...

ଝିଅ ଜନ୍ମ ପରେ ଦେଉଥିଲେ ଯୌତୁକ ନିର୍ଯାତନା, ବାପଘରକୁ ଯିବା ପରେ ଦ୍ୱିତୀୟ ବିବାହ: ଥାନାରେ ସ୍ତ୍ରୀ ଦେଲେ…

ଦିଗପହଣ୍ଡି,୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏନ୍‌.ପୁଷ୍ପା ରେଡ୍ଡୀଙ୍କୁ ତାଙ୍କ ସ୍ବାମୀ ଏନ୍‌. ସୂର୍ଯ୍ୟ ରେଡ୍ଡୀ ଏବଂ...

ଟ୍ୟୁଶନ ସାରି ଘରକୁ ଫେରୁଥିଲେ ଛାତ୍ରୀଛାତ୍ର: ଅଟୋକୁ ପିଟିଲା ବାଇକ୍‌; ୩ ଦୁର୍ଘଟଣାରେ…

ଭଞ୍ଜନଗର,୯।୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଷଡ଼ଙ୍ଗୀ ପଲ୍ଲୀ ଛକ ନିକଟରେ ଶୁକ୍ରବାର ରାତି ପ୍ରାୟ ୮ ଟାରେ ଏକ ସ୍କୁଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri