Categories: ଫୁରସତ

ଗୋଲ୍ଡେନ ଟ୍ରି

ପ୍ରକୃତି ଅନେକ ବିସ୍ମୟରେ ଭରି ରହିଥାଏ। ସେହିଭଳି ଏକ ବିସ୍ମୟ ଚାଇନାର ଝୋଙ୍ଗନାନ ପର୍ବତ ଉପରେ ଥିବା ଗୁ ଗୁଆନି୍ୟନ୍‌ ବୁଦ୍ଧ ମନ୍ଦିରରେ ଦେଖିବାକୁ ମିଳେ। ଏଠାରେ ଅଛି ଏକ ୧୪୦୦ ବର୍ଷ ପୁରାତନ ଗଛ, ଯାହା ‘ଗୋଲ୍ଡେନ ଟ୍ରି’ ବା ‘ଜିଙ୍କଗୋ’ ନାମରେ ପରିଚିତ। ପତ୍ରଝଡା ସମୟରେ ଏହି ଗଛର ପତ୍ରସବୁ ସୁନେଲି ରଙ୍ଗରେ ପରିବର୍ତ୍ତିତ ହୋଇଯାଏ। ଲାଗେ ସତେଯେମିତି ଗଛଟି ସୁନାର ପତ୍ରରେ ଲଦି ହୋଇ ରହିଛି। ଗଛରେ ଏହି ସୁବର୍ଣ୍ଣ ପତ୍ର ୨୦ଦିନ ରହିବା ପରେ ଝଡିବା ଆରମ୍ଭ ହୁଏ। ଗଛର ଚତୁଃପାର୍ଶ୍ୱ ସୁନେଲି ହୋଇଯାଏ। ଆଉ ଏକ ଦିବ୍ୟ ବାତାବରଣ ସୃଷ୍ଟି କରେ। ଏହି ଦୃଶ୍ୟ ‘ଅଟମନ୍‌ ଗୋଲ୍ଡ’ ନାମରେ ପରିଚିତ। ଏହାକୁ ଦେଖିବା ଲାଗି ପ୍ରତିବର୍ଷ ପ୍ରାୟ ୬୦ ହଜାରରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଆସନ୍ତି। ଅନ୍‌ଲାଇନ୍‌ ବୁକିଂର ବ୍ୟବସ୍ଥା ବି ଅଛି। କୁହାଯାଏ ଏହି ଗଛକୁ ତାଙ୍ଗ୍‌ ରାଜବଂଶ ଉକ୍ତ ମଠରେ ଲଗାଇଥିଲେ। ଆଉ ମଠର ସକାରାତ୍ମକ ଉର୍ଜା ଗଛଟିକୁ ବଞ୍ଚାଇ ରଖିଥିବା ବିଶ୍ୱାସ କରାଯାଏ। ଉକ୍ତ ଗଛର ପତ୍ରକୁ ଚାଇନାରେ ଔଷଧ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ।

Share