ବଜେଟ ପୂର୍ବବର୍ତ୍ତୀ ସମୟ ସୁନା କିଣିବାର ସୁବର୍ଣ୍ଣ ସୁଯୋଗ:ହଂସ

ଭୁବନେଶ୍ୱର,୨୨।୧: ଚଳିତ ବର୍ଷ ଫେବୃଆରୀରେ ସରକାର ଆସନ୍ତା ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ। ଏହି ସମୟର ସରକାର ସୁନା ଉପରେ ସୀମାଶୁଳ୍କ ବଢ଼ାଇପାରନ୍ତି। ଏପରିକି ଶୁଳ୍କ ବଢ଼ିଲେ ସୁନା ଦର ମଧ୍ୟ ସେହି ଅନୁସାରେ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ବଜାର ବିଶେଷଜ୍ଞଙ୍କ ମତ ଅନୁସାରେ ବର୍ତ୍ତମାନ ସୁନା ଦର କମ୍‌ ରହିଛି। ଏହି ସମୟରେ ଆବଶ୍ୟକ ସୁନା କିଣିନେବା ଏକ ଲାଭଦାୟୀ ପନ୍ଥା ହେବ। ସେହିଭଳି ୨୦୨୪ ଜୁଲାଇ ୨୩ରେ ପାରିତ ବଜେଟ ଅନୁଯାୟୀ ସୁନାର ସୀମାଶୁଳ୍କ ୧୫%ରୁ କମି ୬% ହୋଇଯାଇଥିଲା। ଏହା ଫଳରେ ସୁନା ଆମଦାନୀ ଆଖିଦୃଶିଆ ଭାବେ ବୃଦ୍ଧି ପାଇଥିଲା ବୋଲି ଲାଲ୍‌ଚାନ୍ଦ ଜୁଏଲର୍ସର ଫାଉଣ୍ଡର ଚେୟାରମ୍ୟାନ ସଞ୍ଜୟ ହଂସ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସେହିପରି ଗତ ବର୍ଷର ଏହି ଆମଦାନୀ ଶୁଳ୍କରେ ହ୍ରାସ ବ୍ୟବସ୍ଥାର ଭାରସାମ୍ୟ ରକ୍ଷାକରିବା ନେଇ ସରକାର ନିଶ୍ଚିତ ଚିନ୍ତା କରିବେ ଆକଳନ କରାଯାଉଛି ବୋଲି ହଂସ କହିଥିଲେ। ଏହା ସହ ଆମଦାନୀ ଶୁଳ୍କରେ ବୃଦ୍ଧି ସ୍ଥାନୀୟ ବଜାରର କାରବାର ଆଶଙ୍କାକୁ ମଧ୍ୟ ବଢ଼ାଇଦେବ। ସେଥିପାଇଁ ଆଶାୟୀ ଗ୍ରାହକମାନେ ଦର ହ୍ରାସ ହୋଇଥିଲାବେଳେ ଆବଶ୍ୟକ ସୁନା କିଣିନେବା ଏକ ଉପଯୋଗୀ ପଦକ୍ଷେପ ହେବ ବୋଲି ହଂସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିର ଏକ ସେପଟି ଟାଙ୍କି ଗାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri