ଚଳନ୍ତା ଟ୍ରେନରୁ ସୁନା ବ୍ୟବସାୟୀଙ୍କଠୁ ସୁନା ଚୋରି ମାମଲାର ପର୍ଦ୍ଦାଫାଶ: ୫୮ ଗ୍ରାମ ଗହଣା, ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୬ ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା,୧୩।୮(ଆଶିଷ ରଞ୍ଜନ ପଣ୍ଡା)- ଚଳନ୍ତା ଟ୍ରେନରେ ହୋଇଥିବା ଏକ ଚୋରି ମାମଲାର ପର୍ଦ୍ଦାଫାଶ କରିଛି ରାୟଗଡ଼ା ଜିଆରପି ପୋଲିସ । ଏହି ମାମଲାରେ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରାୟଗଡ଼ା ଜିଆର୍‌ପି ବୁଧବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛି । ଗିରଫ ୬ଜଣ ହେଲେ ରାୟଗଡ଼ା ସହରର ଉଲାକା ଶ୍ରୀନୁ, ପାଲେକ ମୂରଲୀ, ଏ.ବେଣୁ ଗୋପାଳସ୍ବାମୀ, ଏ.ଇଶ୍ୱର ଓରଫ ଇଶୁ, ଗୋବିନ୍ଦ ବାଗ ଏବଂ ବିଧର ବାଗ । ସେମାନଙ୍କ ଠାରୁ ୫୮ ଗ୍ରାମ ସୁନା, ନଗଦ ୨ଲକ୍ଷ ୨୫ ହଜାର ଟଙ୍କା, ଦୁଇଟି କାର ନଂ ଓ ଏବଂ ଏପି୩୫ଇ୯୦୯୪ ଏବଂ ୬ଟି ମୋବାଇଲ ଫୋନ ଜବତ ହୋଇଛି ।
ଘଟଣାରୁ ପ୍ରକାଶ ଯେ, ପଡ଼ୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟଣା ଜିଲା ଗାଜୁଆକା ବିସିରୋ ଅଞ୍ଚଳର ସୁନା ବ୍ୟବସାୟୀ ରୋଉପୁଦ୍ଦିନ ମୋଲା ଜିଆରପି ପୋଲିସ ନିକଟରେ କରିଥିବା ଅଭିଯୋଗ ଅନୁସାରେ ଅଗଷ୍ଟ ୩ ତାରିଖରେ ମୋଲା ପାର୍ବତୀପୁରମ ଓ ପରେ ରାୟଗଡ଼ାଠାରେ ସୁନା ଦୋକାନ ମାନଙ୍କରେ ସୁନା ଗହଣା ବିକ୍ରି କରି ବିଶାଖାପାଟଣା-ଗୁଂଟୁର ଟ୍ରେନର ବି-୨ କୋଚର ସିଟ ନମ୍ବର ୩୯ରେ ବସି ବିଶାଖାପାଟଣା ଫେରୁଥିଲେ । ତେବେ ରାୟଗଡ଼ା ବ୍ଲକ ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ରେଳ ଷ୍ଟେଶନ ନିକଟରେ ତାଙ୍କର ସୁନା ଗହଣା ବ୍ୟାଗ ଚୋରି ହୋଇଯାଇଥିଲା । ଏଥିରେ ଏକ ହଳ ଚୁଡ଼ି, ଦୁଇ ହଳ ହାର, ଏକ ଲମ୍ବା ସୁନା ହାର, ଦୁଇଟି ଚେନ, ଏଟିଏମ୍‌ କାର୍ଡ, କ୍ରେଡିଟ କାର୍ଡ, ଆଧାର କାର୍ଡ ଏବଂ ନଗଦ ଟଙ୍କା ରହିଥିଲା । ତେବେ ଚୋରି ନେଇ ମୋଲା ଜିଆରପି ଥାନାରେ ଏତଲା ଦେବା ପରେ ଡିଏସପି ପ୍ରଭାତ କୁମାର ଶତପଥୀଙ୍କ ନେତୃତ୍ୱରେ ଏସଆଇ ଆଲୋକ ନାୟକ ଓ କର୍ମଚାରୀଙ୍କ ସମେତ ଆରପିଏଫ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରୁ ଉକ୍ତ ୬ଜଣ ଅଭିଯୁକ୍ତ ସାମିଲ ଥିବା ଜିଆରପି ପୋଲିସ ଜାଣିବାକୁ ପାଇବା ପରେ ସେମାନଙ୍କୁ ଗିରଫ କରିଥିଲା । ତେବେ ଏହି ମାମଲାରେ ଜଡ଼ିତ  ଥିବା ଅନ୍ୟମାନଙ୍କୁ ମଧ୍ୟ ପୋଲିସ ଖୁବଶୀଘ୍ର ଗିରଫ କରାଯିବ ବୋଲି ଡିଏସପି ଶତପଥୀ ସୂଚନା ଦେଇଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଚୈତ୍ରପର୍ବର ଦ୍ୱିତୀୟ ମଙ୍ଗଳବାର, ମା’ ତାରାତାରିଣୀଙ୍କ ଦର୍ଶନ ଲାଗି ପୀଠରେ ଭକ୍ତଙ୍କ ଭିଡ଼

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ବିତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ନିଆଁରେ ଜଳୁଥିଲେ ମେନକା, ଚିତ୍କାର କରି ଡାକୁଥିଲେ ପୁଅ: ଛାଡ଼ିଲେନି SCB ସିକ୍ୟୁରିଟୀ, ଆସିଲା ସାଂଘାତିକ ଅଭିଯୋଗ

ମହାକାଳପଡ଼ା, ୧୭ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କଟକ ବଡ଼ ଡାକ୍ତରଖାନାରେ ରବିବାର ବିଳମ୍ବିତ ରାତିରେ ମେଡିସିନ ୱାର୍ଡ ଟ୍ରମା କେୟାର ଆଇସିୟୁରେ ଶର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା। ଫଳରେ…

ହାତୀ ଉପଦ୍ରବରେ ପଡିଗଲା ଘରର କାନ୍ଥ, ଚାଲିଗଲା ଶିଶୁ ପୁତ୍ରର ଜୀବନ

ଜଳେଶ୍ଵର,୧୭।୩( ନବୀନ ସାହୁ): ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଖୁଆଡ଼ ପଞ୍ଚାୟତ କେନ୍ଦୁଖୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଠ ଛଡା ହାତୀ ପଶି ଉପଦ୍ରବ ମଚାଇଥିଲା…

ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି: ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ସରପଞ୍ଚଙ୍କ ଦାବି

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଅତିରିକ୍ତ ବିଡ଼ିଓ ଉମେଶ…

ଖଣି ବିରୋଧରେ ଗର୍ଜିଲେ ଜନତା

ବଲାଙ୍ଗୀର/ଲୋଇସିଂହା, ୧୭ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ): କିଛିଦିନ ପୂର୍ବରୁ ବଲାଙ୍ଗୀର ଜିଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ବିଅରପାଲି, ବବ୍‌ଜା, ପାଟଣାଗଡ ବ୍ଳକର ସାଲେପାଲି, ଭରତବାହାଲ, ଲରମ୍ଭା ଏବଂ…

ରନ୍ଧନ ଗ୍ୟାସ ସଂକଟ: ଆହାର କେନ୍ଦ୍ରରେ ଛାତ୍ରୀଛାତ୍ରଙ୍କୁ ମିଳୁ ଅତିରିକ୍ତ ଖାଦ୍ୟ

ବରଗଡ଼,୧୭ା୩(ପ୍ରେମାନନ୍ଦ ଖମାରୀ): ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ରନ୍ଧନ ଗ୍ୟାସ ସଂକଟ ଦେଖାଦେଇଛି। ଏହା ସାଧାରଣ ଜୀବନ ଜୀବିକାକୁ ମଧ୍ୟ ପ୍ରଭାବିତ କରିଛି। ଏଥିରୁ ସ୍କୁଲ, କଲେଜ ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri