ଚଳନ୍ତା ଟ୍ରେନରୁ ସୁନା ବ୍ୟବସାୟୀଙ୍କଠୁ ସୁନା ଚୋରି ମାମଲାର ପର୍ଦ୍ଦାଫାଶ: ୫୮ ଗ୍ରାମ ଗହଣା, ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୬ ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା,୧୩।୮(ଆଶିଷ ରଞ୍ଜନ ପଣ୍ଡା)- ଚଳନ୍ତା ଟ୍ରେନରେ ହୋଇଥିବା ଏକ ଚୋରି ମାମଲାର ପର୍ଦ୍ଦାଫାଶ କରିଛି ରାୟଗଡ଼ା ଜିଆରପି ପୋଲିସ । ଏହି ମାମଲାରେ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରାୟଗଡ଼ା ଜିଆର୍‌ପି ବୁଧବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛି । ଗିରଫ ୬ଜଣ ହେଲେ ରାୟଗଡ଼ା ସହରର ଉଲାକା ଶ୍ରୀନୁ, ପାଲେକ ମୂରଲୀ, ଏ.ବେଣୁ ଗୋପାଳସ୍ବାମୀ, ଏ.ଇଶ୍ୱର ଓରଫ ଇଶୁ, ଗୋବିନ୍ଦ ବାଗ ଏବଂ ବିଧର ବାଗ । ସେମାନଙ୍କ ଠାରୁ ୫୮ ଗ୍ରାମ ସୁନା, ନଗଦ ୨ଲକ୍ଷ ୨୫ ହଜାର ଟଙ୍କା, ଦୁଇଟି କାର ନଂ ଓ ଏବଂ ଏପି୩୫ଇ୯୦୯୪ ଏବଂ ୬ଟି ମୋବାଇଲ ଫୋନ ଜବତ ହୋଇଛି ।
ଘଟଣାରୁ ପ୍ରକାଶ ଯେ, ପଡ଼ୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟଣା ଜିଲା ଗାଜୁଆକା ବିସିରୋ ଅଞ୍ଚଳର ସୁନା ବ୍ୟବସାୟୀ ରୋଉପୁଦ୍ଦିନ ମୋଲା ଜିଆରପି ପୋଲିସ ନିକଟରେ କରିଥିବା ଅଭିଯୋଗ ଅନୁସାରେ ଅଗଷ୍ଟ ୩ ତାରିଖରେ ମୋଲା ପାର୍ବତୀପୁରମ ଓ ପରେ ରାୟଗଡ଼ାଠାରେ ସୁନା ଦୋକାନ ମାନଙ୍କରେ ସୁନା ଗହଣା ବିକ୍ରି କରି ବିଶାଖାପାଟଣା-ଗୁଂଟୁର ଟ୍ରେନର ବି-୨ କୋଚର ସିଟ ନମ୍ବର ୩୯ରେ ବସି ବିଶାଖାପାଟଣା ଫେରୁଥିଲେ । ତେବେ ରାୟଗଡ଼ା ବ୍ଲକ ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ରେଳ ଷ୍ଟେଶନ ନିକଟରେ ତାଙ୍କର ସୁନା ଗହଣା ବ୍ୟାଗ ଚୋରି ହୋଇଯାଇଥିଲା । ଏଥିରେ ଏକ ହଳ ଚୁଡ଼ି, ଦୁଇ ହଳ ହାର, ଏକ ଲମ୍ବା ସୁନା ହାର, ଦୁଇଟି ଚେନ, ଏଟିଏମ୍‌ କାର୍ଡ, କ୍ରେଡିଟ କାର୍ଡ, ଆଧାର କାର୍ଡ ଏବଂ ନଗଦ ଟଙ୍କା ରହିଥିଲା । ତେବେ ଚୋରି ନେଇ ମୋଲା ଜିଆରପି ଥାନାରେ ଏତଲା ଦେବା ପରେ ଡିଏସପି ପ୍ରଭାତ କୁମାର ଶତପଥୀଙ୍କ ନେତୃତ୍ୱରେ ଏସଆଇ ଆଲୋକ ନାୟକ ଓ କର୍ମଚାରୀଙ୍କ ସମେତ ଆରପିଏଫ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରୁ ଉକ୍ତ ୬ଜଣ ଅଭିଯୁକ୍ତ ସାମିଲ ଥିବା ଜିଆରପି ପୋଲିସ ଜାଣିବାକୁ ପାଇବା ପରେ ସେମାନଙ୍କୁ ଗିରଫ କରିଥିଲା । ତେବେ ଏହି ମାମଲାରେ ଜଡ଼ିତ  ଥିବା ଅନ୍ୟମାନଙ୍କୁ ମଧ୍ୟ ପୋଲିସ ଖୁବଶୀଘ୍ର ଗିରଫ କରାଯିବ ବୋଲି ଡିଏସପି ଶତପଥୀ ସୂଚନା ଦେଇଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri