୩ ସପ୍ତାହରେ ୩,୦୦୦ ଟଙ୍କା କମିଲା ସୁନା, ଜାଣନ୍ତୁ ଆପଣଙ୍କ ସହରରେ କେତେ?

ଭୁବନେଶ୍ୱର, ୯।୬ (ଅଭୟ ଦାଶ): ଘରୋଇ ବଜାରରେ କ୍ରମାଗତ ଭାବେ ଉଭୟ ସୁନା ଓ ରୁପା ଦର ହ୍ରାସ ପାଉଛି। ଏପରିକି ଗତ ୩ ସପ୍ତାହ ମଧ୍ୟରେ ଉଭୟ ସୁନା ଓ ରୁପା ଦର ପ୍ରାୟ ୩୦୦୦ ଟଙ୍କା କମିଥିବା ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୪ ମେ ଶେଷ ସପ୍ତାହରେ ଭୁବନେଶ୍ୱର ବଜାରର ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୭୪,୫୧୦ ଟଙ୍କା ଥିଲାବେଳେ ୨୦୨୪ ଜୁନ ୨ୟ ସପ୍ତାହ ଶେଷ ସୁଦ୍ଧା ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୭୧,୬୭୩ ଟଙ୍କାରେ କାରବାର ହେଉଛି। ସେହିଭଳି ୨୦୨୪ ମେ ଶେଷ ସପ୍ତାହରେ ଭୁବନେଶ୍ୱର ବଜାରର ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନାର ଦର ୬୮,୩୦୦ ଟଙ୍କା ଥିଲାବେଳେ ୨୦୨୪ ଜୁନ ୨ୟ ସପ୍ତାହ ଶେଷ ସୁଦ୍ଧା ପ୍ରତି ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନାର ଦର ୬୫,୭୦୦ଟଙ୍କାରେ କାରବାର ହେଉଛି। ଅପରପକ୍ଷରେ ୨୦୨୪ ମେ ଶେଷ ସପ୍ତାହରେ ଭୁବନେଶ୍ୱର ବଜାରର ରୁପା ଦର କିଲୋଗ୍ରାମ ପିଛା ପ୍ରାୟ ୯୫,୦୦୦ ଟଙ୍କା ଥିଲାବେଳେ ୨୦୨୪ ଜୁନ ୨ୟ ସପ୍ତାହ ଶେଷ ରୁପା ଦର କିଲୋଗ୍ରାମ ପିଛା ପ୍ରାୟ ୯୨,୦୦୦ଟଙ୍କାରେ କାରବାର ହେଉଛି ବୋଲି ଭୁବନେଶ୍ୱର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲଡ ଆଣ୍ଡ ଡାଇମଣ୍ଡ ଏବଂ ସ୍ମାଇଲ ଗୋଲଡ ଜୁଏଲର୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ନୂଆଦିଲ୍ଲୀରେ ମଧ୍ୟ ଶୁକ୍ରବାର ଉଭୟ ସୂନା ଓ ରୁପା ଦରରେ ପରିବର୍ତ୍ତନ ହୋଇଛି। ଏପରିକି ନୂଆଦିଲ୍ଲୀରେ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୭୯୯ ଟଙ୍କା କମି ୭୪,୨୮୬ ଟଙ୍କାରେ କାରବାର କରୁଥିଲାବେଳେ ପ୍ରତି ୧୦ ଗ୍ରାମ ପିଛା ୨୨କ୍ୟାରେଟ ସୁନାର ଦର ୭୩୨ ଟଙ୍କା ହ୍ରାସ ପାଇ ୬୮,୦୪୬ ଟଙ୍କାରେ ପହଞ୍ଚତ୍ଛି। ଏପରିକି ରୁପା ଦର ୪୦୦ ଟଙ୍କା ହ୍ରାସ ପାଇ କିଲୋ ପିଛା ୯୦,୭୨୦ ଟଙ୍କାରେ କାରବାର ହେଉଛି। ସୂଚନାଯୋଗ୍ୟ, ମୁମ୍ବାଇ ବଜାରରେ ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ଦର ୭୩,୫୬୭ ଟଙ୍କା ଥିଲାବେଳେ ରୁପା ଦର କିଲୋପିଛା ୯୦,୭୨୦ ଟଙ୍କାରେ ପହଞ୍ଚତ୍ଛି। ସେହିପରି ଚେନ୍ନାଇ ବଜାରରେ ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ଦର ୭୩,୯୯୮ ଟଙ୍କା ଥିଲାବେଳେ ରୁପା ଦର କିଲୋପିଛା ୯୦,୭୨୦ ଟଙ୍କା ଏବଂ କୋଲକାତା ବଜାରରେ ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ଦର ୭୩,୮୫୫ ଟଙ୍କା ଥିଲାବେଳେ ରୁପା ଦର କିଲୋପିଛା ୯୦,୭୨୦ ଟଙ୍କାରେ କାରବାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri