ଶସ୍ତା ହେଲା ସୁନା; ଭୁବନେଶ୍ୱରରେ ଖସିଲା ଏତିକି ଟଙ୍କା

ନୂଆଦିଲ୍ଲୀ,୭ା୧୧: ଆମେରିକା ନିର୍ବାଚନ ଫଳାଫଳ ଆସିବା ପରେ ଗୁରୁବାର ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱର ବଜାରରେ ସୁନା ମୂଲ୍ୟରେ ୧୫୦୦ ଟଙ୍କା ହ୍ରାସ ପାଇଛି। ପୂର୍ବରୁ ଭୁବନେଶ୍ବରରେ ୨୨ କ୍ୟାରେଟ ଦର ୭୩, ୮୦୦ ଥିଲା ବେଳେ ଗୁରୁବାର ୧୦ ଗ୍ରାମ୍‌କୁ ଦର ୭୨, ୩୦୦ ଟଙ୍କା ହୋଇଛି।

ଆମେରିକା ନିର୍ବାଚନ ଫଳାଫଳ ଆସିବା ପରେ ଗତ ଦୁଇ ଦିନରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୨,୧୦୦ ଟଙ୍କା ଏବଂ ରୂପ ମୂଲ୍ୟରେ ପ୍ରତି କେଜି ୪.୦୫୦ ଟଙ୍କା ହ୍ରାସ ପାଇଛି। ଭାରତୀୟ ଜୁଏଲେରୀ ସଂଘ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗୁରୁବାର ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମକୁ ୭୬,୫୭୦ ଟଙ୍କା, ୨୨ କ୍ୟାରେଟକୁ ୭୪,୭୨୦ ଟଙ୍କା, ୨୦ କ୍ୟାରେଟକୁ ୬୮,୧୩୦ ଟଙ୍କା ଏବଂ ୧୮ କ୍ୟାରେଟକୁ ୬୨, ୨୦୧ ଟଙ୍କା ରହିଛି।

ଟ୍ରମ୍ପ ବିଜୟୀ ହେବା ପରେ ଆମେରୀୟ ଡଲାର ଅଧିକ ଶକ୍ତିଶାଳୀ ହୋଇଛି। ଫଳରେ ସୁନା ମୂଲ୍ୟ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଆମେରିକାର ଫେଡେରେଲ ରିଜର୍ଭ ନୀତି ଉପରେ ସମସ୍ତଙ୍କର ଦୃଷ୍ଟି ରହିବ। ଆମେରିକା ନିର୍ବାଚନ ସମୟରେ ସୁନା ମୂଲ୍ୟ ୭୮,୫୦୦ ରୁ ୭୭,୫୦୦ ତାଙ୍କ ମଧ୍ୟରେ ଅସ୍ଥିର ରହିଥିଲା। ଶେଷରେ ଦଳର ଶକ୍ତିଶାଳୀ ହୋଇ ସୁନାର ମୂଲ୍ୟକୁ ହ୍ରାସ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ରେଞ୍ଜ ରୋଭର୍‌ କି ମର୍ସିଡିିଜ ନୁହେଁ: ପୁଟିନଙ୍କୁ ନେବାକୁ କାହିଁକି ଫର୍ଚୁନର ବାଛିଲେ ମୋଦି? ଜଣାପଡିଲା ଅସଲ ସତ

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏବଂ ତାଙ୍କୁ ସ୍ୱାଗତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଉପସ୍ଥିତି ଏବଂ କୁଣ୍ଢେଇବା ଦୃଶ୍ୟ ସମସ୍ତଙ୍କ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ପୁଟିନଙ୍କୁ ରିଟର୍ନ ଉପହାର ଦେଲେ ମୋଦି: ରୁଷିଆ ନାଗରିକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ସାକ୍ଷାତ ହୋଇଛି। ବୈଠକ ସମୟରେ ଏକ ପ୍ରମୁଖ ଭୂରାଜନୈତିକ...

‘ଆତଙ୍କବାଦ ବିରୋଧରେ କାନ୍ଧକୁ କାନ୍ଧ ମିଶାଇ ଠିଆ ହେବା…’, ମୋଦି-ପୁଟିନଙ୍କ ମିଳିତ ବିବୃତ୍ତିରେ ପହଲଗାମ ଆକ୍ରମଣର ଉଲ୍ଲେଖ, ଛାନିଆ ହେଲାଣି ପାକିସ୍ତାନ!

ନୂଆଦିଲ୍ଲୀ,୫।୧୨: ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ବୈଠକ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମିଳିତ ବିବୃତ୍ତି ଜାରି...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri