ସର୍ବୋଚ୍ଚ ସ୍ତରରେ ସୁନା ଦର

ଭୁବନେଶ୍ୱର,୩।୨: କ୍ରମାଗତ ଭାବେ ସୁନା ଓ ରୁପା ଦର ଘରୋଇ ବଜାରରେ ବୃଦ୍ଧି ପାଇଚାଲିଛି। ଏପରି କି ବର୍ତ୍ତମାନ ବିବାହ ଋତୁ ଓ ଶୁଭକାର୍ଯ୍ୟ ସାରା ଦେଶରେ ଜାରି ରହିଥିଲାବେଳେ ମୂଲ୍ୟବାନ ଧାତୁ ଏବଂ ସୁନା ଓ ରୁପା ଦର ବୃଦ୍ଧି ସବୁ ବର୍ଗର ଗ୍ରାହକଙ୍କୁ ଅତିରିକ୍ତ ଖର୍ଚ୍ଚାନ୍ତ କରାଉଥିଲା ବେଳେ ବ୍ୟବସାୟ ମାନ୍ଦା ରହୁଥିବା ବେଳେ ବର୍ତ୍ତମାନ ସୁନା ଦର ସର୍ବୋଚ୍ଚସ୍ତରରେ ପହଞ୍ଚତ୍ଛି ଏବଂ ରୁପା ଦର ୧.୧୦ ଲକ୍ଷ ନିକଟବର୍ତ୍ତୀ ହୋଇଛି ବୋଲି ଉଭୟ ରିଟେଲ ଓ ବୃହତ୍‌ବର୍ଗର ବ୍ୟବସାୟୀମାନେ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଦରବୃଦ୍ଧି ଯୋଗୁ ଗ୍ରାହକ କାର୍ଯ୍ୟ ଚଳାଇବା ଭଳି କାରବାର ବା ସାମଗ୍ରୀ କ୍ରୟ କରୁଥିବା ଅଳଙ୍କାର ବ୍ୟବସାୟୀମାନେ କହିଛନ୍ତି। ଏପରି କି ସେମାନଙ୍କ କହିବା ଅନୁଯାୟୀ ଯେଉଁ ଗ୍ରାହକ ପୂର୍ବ ଥର ମନ ମୁତାବକ ସାମଗ୍ରୀ କ୍ରୟ କରୁଥିଲାବେଳେ ବର୍ତ୍ତମାନ ସେହି ଗ୍ରାହକ କାମ ଚଳାଇବା ଭଳି ସାମଗ୍ରୀ କ୍ରୟ କରୁଛି। ଗୋଟିଏ ପଟରେ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ଉଚ୍ଚା ରହିଥିଲା ବେଳେ ଅପରପକ୍ଷରେ ଶୁଭ କାର୍ଯ୍ୟ ପାଇଁ ସୁନା ଓ ରୁପା ଭଳି ମୂଲ୍ୟବାନ ସାମଗ୍ରୀ କିଣିବାକୁ ମଧ୍ୟ ଗ୍ରାହକ କୁଣ୍ଠାବୋଧ କରୁଛନ୍ତି।
ସେହିଭଳି ରବିବାର ଭୁବନେଶ୍ୱରରେ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନାର ଦର ୮୪,୪୧୦ ଟଙ୍କାରେ କାରବାର ହେଉଥିଲାବେଳେ ପ୍ରତି ୧୦ଗ୍ରାମ ପିଛା ୨୨ କ୍ୟାରେଟ ସୁନାର ଦର ୭୭,୪୫୦ ଟଙ୍କା ଏବଂ ୧୮ କ୍ୟାରେଟ ସୁନାର ଦର ୬୩,୩୭୦ ଟଙ୍କାରେ ବିକ୍ରି ହେଉଥିଲାବେଳେ ରୁପା ଦର ପ୍ରତି କିଲୋଗ୍ରାମ ପିଛା ୧,୦୭,୦୦୦ ଟଙ୍କାରେ ରହିଛି।
ସେହିପରି ନୂଆଦିଲ୍ଲୀରେ ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନାର ଦର ୮୪,୬୬୩ ଟଙ୍କାରେ କାରବାର ହେଉଥିଲାବେଳେ ପ୍ରତି ୧୦ ଗ୍ରାମ ପିଛା ୨୨କ୍ୟାରେଟ ସୁନାର ଦର ୭୭,୬୨୩ ଟଙ୍କା ଏବଂ ୧୮ କ୍ୟାରେଟ ସୁନାର ଦର ୬୩,୪୯୦ ଟଙ୍କାରେ ବିକ୍ରି ହେଉଥିଲା ବେଳେ ରୁପା ଦର ପ୍ରତି କିଲୋଗ୍ରାମ ପିଛା ୧,୦୨,୦୦୦ଟଙ୍କାରେ ରହିଛି।
ଉଲ୍ଲେଖଯୋଗ୍ୟ, ଚେନ୍ନାଇ ବଜାରରେ ୨୪ କ୍ୟାରେଟ ସୁନାର ଦର ୮୪,୫୧୧ ଟଙ୍କାରେ କାରବାର ହେଉଥିଲାବେଳେ ରୁପା ଦର ପ୍ରତି କିଲୋଗ୍ରାମ ପିଛା ୧,୦୯,୭୦୦ ଟଙ୍କାରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri