ନୂଆଦିଲ୍ଲୀ,୧୨।୮: ଗତ ଗୋଟିଏ ସପ୍ତାହ ଧରି ସୁନା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲା। କିନ୍ତୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ରୁଥ୍ ସୋସିଆଲ ମିଡିଆରେ କେବଳ ଗୋଟିଏ ଘୋଷଣା ସହିତ, ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନାର ମୂଲ୍ୟ ହଠାତ୍ ୧୪୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି। ପ୍ରକୃତରେ, ଟ୍ରମ୍ପ ସୁନାକୁ ଟାରିଫ୍ରୁ ଦୂରେଇ ରଖିବାକୁ ଘୋଷଣା କରିଛନ୍ତି।
ସୋମବାର ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋସିଆଲରେ କହିଥିଲେ ଯେ ସେ ସୁନା ବାରଗୁଡ଼ିକୁ ଟାରିଫ୍ରୁ ମୁକ୍ତ କରୁଛନ୍ତି। କଷ୍ଟମ୍ସ ଏବଂ ସୀମା ସୁରକ୍ଷା ବିଭାଗର ନିଷ୍ପତ୍ତିର କିଛି ଦିନ ପରେ ଟ୍ରମ୍ପ ଏହା ଘୋଷଣା କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ସୁନା ବୁଲାନ ପାରସ୍ପରିକ ଟାରିଫ୍ ଉପରେ ନିର୍ଭରଶୀଳ। ସୋମବାର ଟ୍ରମ୍ପ କହିବା ମାତ୍ରେ ସୁନା ଉପରେ କୌଣସି ଟାରିଫ୍ ରହିବ ନାହିଁ, ସୁନା ଫ୍ୟୁଚର୍ସ ମୂଲ୍ୟରେ ଏକ ବଡ଼ ହ୍ରାସ ଦେଖାଯାଇଛି। ସମସ୍ତ କ୍ୟାରେଟ ସ୍ତର – ୨୪K, ୨୨K ଏବଂ ୧୮K ପାଇଁ ଆଜିର ୧ ଗ୍ରାମ ସୁନା ମୂଲ୍ୟ ଗତକାଲି ତୁଳନାରେ ଏକ ସ୍ପଷ୍ଟ ହ୍ରାସ ଧାରା ଦର୍ଶାଉଛି।
ଆଜି ୧୦ ଗ୍ରାମ ପିଛା ୨୪ କ୍ୟାରେଟକୁ ଅଛି ୧,୦୧,୪୦୦। ଗତକାଲି ଥିଲା ୧,୦୨,୨୮୦। ତେବେ ଆଜି ୮୮୦ ହ୍ରାସ ପାଇଛି। ସେହିପରି ଆଜି ୧୦ ଗ୍ରାମ ପିଛା ୨୨ କ୍ୟାରେଟକୁ ଅଛି ୯୨,୯୫୦ । ଗତ କାଲି ଥିଲା ୯୩,୭୫୦। ଗତକାଲି ତୁଳନାରେ ଆଜି ୮୦୦ଟଙ୍କା କମିଛି।
ସେହିପରି ଆଜି ଭୁବନେଶ୍ୱରରେ ମଧ୍ୟ ସୁନା ହ୍ରାସ ପାଇଛି। ଆଜି ୧୦ ଗ୍ରାମ ପିଛା ୨୪ କ୍ୟାରେଟକୁ ୧,୦୧,୪୦୦ ଟଙ୍କା ଥିବା ବେଳେ ଗତକାଲି ୧,୦୨,୨୮୦ ଥିଲା। ତେବେ ଗତକାଲି ତୁଳନାରେ ଆଜି ୮୮୦ ଟଙ୍କା ହ୍ରାସ ପାଇଛି। ୨୨ କ୍ୟାରେଟକୁ ୯୨,୯୫୦ ରହିଥିବା ବେଳେ ଗତକାଲି‘୯୩,୭୫୦ ଥିଲା। ଆଜି ୮୦୦ ହ୍ରାସ ପାଇଛି।


