୮୩,୦୦୦ ଡେଇଁଲା ସୁନା ଦର

ନୂଆଦିଲ୍ଲୀ,୨୫।୧ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ସୁନା ଦର ବୃଦ୍ଧି ପାଇ ଚାଲିଛି। ଏପରି କି ୮ମ ଦିନ ଲାଗି ସୁନା ଦର ବଢ଼ିଥିବାବେଳେ ରୁପା ଦରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଜାତୀୟ ବଜାରରେ ସୁନା ଦର ୨୦୦ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ବଢ଼ି ପ୍ରାୟ ୮୩,୦୦୦ (୮୨,୯୦୦ ଟଙ୍କା) ଟଙ୍କାର ନିକଟବର୍ତ୍ତୀ ହୋଇଛି। ଅପରପକ୍ଷରେ ପ୍ରିସିୟମ ମେଟାଲ ୯୯.୯% (୨୪ କ୍ୟାରେଟ୍‌) ଦରରେ ୨୦୦ ଟଙ୍କା ବୃଦ୍ଧି ଘଟି ୮୩,୧୦୦ ଟଙ୍କାରେ ପହଞ୍ଚତ୍ଛି ବୋଲି ଅଲ ଇଣ୍ଡିଆ ସରାଫ ଆସୋସିଏଶନ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରି କି ଗୁରୁବାର ଏହି ଦର ପ୍ରତି ୧୦ଗ୍ରାମ ପିଛା ୮୨,୯୦୦ ଟଙ୍କା ଥିଲା। ସେହିଭଳି ବଜାରରେ ୟେଲୋ ମେଟାଲର ୯୯.୫%ର ଦରରେ ୨୦୦ ଟଙ୍କା ବଢି ୮୨,୭୦୦ ଟଙ୍କା ହୋଇଛି। ଗୁରୁବାର ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୮୨,୫୦୦ଟଙ୍କା ଥିଲା। ଏପରି କି ରୁପା ଦରରେ ମଧ୍ୟ ୫୦୦ ଟଙ୍କା ବୃଦ୍ଧି ଘଟି ପ୍ରତି କିଲୋଗ୍ରାମ ପିଛା ୯୪,୦୦୦ ଟଙ୍କାରେ ପହଞ୍ଚତ୍ଛି। ଗୁରୁବାର ଏହି ଦର ୯୩,୫୦୦ ଟଙ୍କାରେ କାରବାର ହେଉଥିଲା।
ସେହିପରି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୮୨,୪୨୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ୭୫,୫୫୦ ଟଙ୍କାରେ କାରବାର ହେଉଛି। ଏପରି କି ୧୮ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୬୧,୮୧୦ ଟଙ୍କା ଥିଲାବେଳେ ରୁପା ଦର କିଲୋଗ୍ରାମ ପିଛା ୧,୦୫,୦୦୦ ଟଙ୍କା ରହିଛି। ଏ ନେଇ ବଜାର ବିଶେଷଜ୍ଞ ତଥା ଆକ୍ସିସ ସିକ୍ୟୁରିଟିର ( ରିସର୍ଚ୍ଚ ଆନାଲିଷ୍ଟ- କମ୍ୟୁଡିଟିଜ)ଦେବୟା ଗଗଲାନି କହିଥିଲେ, ବର୍ତ୍ତମାନ ସମୟରେ ବଜାର ଅସ୍ଥିରତା ଓ ଅନ୍ତଃରାଷ୍ଟ୍ରୀୟ ସମସ୍ୟା ସହିତ ଟ୍ରମ୍ପଙ୍କ ନୂଆ ଟ୍ରେଡ ପଲିସି (ନୀତି) ଯୋଗୁ ସୁନା ଦର ବୃଦ୍ଧି ପାଉଛି। ଏପରିକି ଟ୍ରମ୍ପଙ୍କ ନୀତିକୁ ନେଇ ବଜାରରେ ଅନିଶ୍ଚିତତା ଦେଖାଦେବା ସହିତ ଏମ୍‌ସିଏକ୍ସ ଦରରେ ଅସ୍ଥିରତା ସହ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚତ୍ଛି। ସେହିଭଳି ଆଗାମୀ ଦିନରେ ମଧ୍ୟ ଟ୍ରମ୍ପ୍‌ ନୂଆ ନିୟମ ଓ ବାଣିଜ୍ୟ ନୀତି ଲାଗୁ କରିବା ନେଇ ଘୋଷଣା ପରେ ବଜାର ଦର ଅକ୍ମସାତ ଭାବେ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri