୮୩,୦୦୦ ଡେଇଁଲା ସୁନା ଦର

ନୂଆଦିଲ୍ଲୀ,୨୫।୧ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ସୁନା ଦର ବୃଦ୍ଧି ପାଇ ଚାଲିଛି। ଏପରି କି ୮ମ ଦିନ ଲାଗି ସୁନା ଦର ବଢ଼ିଥିବାବେଳେ ରୁପା ଦରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଜାତୀୟ ବଜାରରେ ସୁନା ଦର ୨୦୦ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ବଢ଼ି ପ୍ରାୟ ୮୩,୦୦୦ (୮୨,୯୦୦ ଟଙ୍କା) ଟଙ୍କାର ନିକଟବର୍ତ୍ତୀ ହୋଇଛି। ଅପରପକ୍ଷରେ ପ୍ରିସିୟମ ମେଟାଲ ୯୯.୯% (୨୪ କ୍ୟାରେଟ୍‌) ଦରରେ ୨୦୦ ଟଙ୍କା ବୃଦ୍ଧି ଘଟି ୮୩,୧୦୦ ଟଙ୍କାରେ ପହଞ୍ଚତ୍ଛି ବୋଲି ଅଲ ଇଣ୍ଡିଆ ସରାଫ ଆସୋସିଏଶନ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରି କି ଗୁରୁବାର ଏହି ଦର ପ୍ରତି ୧୦ଗ୍ରାମ ପିଛା ୮୨,୯୦୦ ଟଙ୍କା ଥିଲା। ସେହିଭଳି ବଜାରରେ ୟେଲୋ ମେଟାଲର ୯୯.୫%ର ଦରରେ ୨୦୦ ଟଙ୍କା ବଢି ୮୨,୭୦୦ ଟଙ୍କା ହୋଇଛି। ଗୁରୁବାର ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୮୨,୫୦୦ଟଙ୍କା ଥିଲା। ଏପରି କି ରୁପା ଦରରେ ମଧ୍ୟ ୫୦୦ ଟଙ୍କା ବୃଦ୍ଧି ଘଟି ପ୍ରତି କିଲୋଗ୍ରାମ ପିଛା ୯୪,୦୦୦ ଟଙ୍କାରେ ପହଞ୍ଚତ୍ଛି। ଗୁରୁବାର ଏହି ଦର ୯୩,୫୦୦ ଟଙ୍କାରେ କାରବାର ହେଉଥିଲା।
ସେହିପରି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୮୨,୪୨୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ୭୫,୫୫୦ ଟଙ୍କାରେ କାରବାର ହେଉଛି। ଏପରି କି ୧୮ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୬୧,୮୧୦ ଟଙ୍କା ଥିଲାବେଳେ ରୁପା ଦର କିଲୋଗ୍ରାମ ପିଛା ୧,୦୫,୦୦୦ ଟଙ୍କା ରହିଛି। ଏ ନେଇ ବଜାର ବିଶେଷଜ୍ଞ ତଥା ଆକ୍ସିସ ସିକ୍ୟୁରିଟିର ( ରିସର୍ଚ୍ଚ ଆନାଲିଷ୍ଟ- କମ୍ୟୁଡିଟିଜ)ଦେବୟା ଗଗଲାନି କହିଥିଲେ, ବର୍ତ୍ତମାନ ସମୟରେ ବଜାର ଅସ୍ଥିରତା ଓ ଅନ୍ତଃରାଷ୍ଟ୍ରୀୟ ସମସ୍ୟା ସହିତ ଟ୍ରମ୍ପଙ୍କ ନୂଆ ଟ୍ରେଡ ପଲିସି (ନୀତି) ଯୋଗୁ ସୁନା ଦର ବୃଦ୍ଧି ପାଉଛି। ଏପରିକି ଟ୍ରମ୍ପଙ୍କ ନୀତିକୁ ନେଇ ବଜାରରେ ଅନିଶ୍ଚିତତା ଦେଖାଦେବା ସହିତ ଏମ୍‌ସିଏକ୍ସ ଦରରେ ଅସ୍ଥିରତା ସହ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚତ୍ଛି। ସେହିଭଳି ଆଗାମୀ ଦିନରେ ମଧ୍ୟ ଟ୍ରମ୍ପ୍‌ ନୂଆ ନିୟମ ଓ ବାଣିଜ୍ୟ ନୀତି ଲାଗୁ କରିବା ନେଇ ଘୋଷଣା ପରେ ବଜାର ଦର ଅକ୍ମସାତ ଭାବେ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri