୮୦,୦୦୦ ଉପରେ ସୁନା ଦର

ଭୁବନେଶ୍ୱର,୧୩।୧ (ଅଭୟ ଦାଶ): ଦିନ କେଇଟା ପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏପରିକି ବିବାହ କାର୍ଯ୍ୟକ୍ରମରେ ସବୁବର୍ଗର ଲୋକ ଅଳ୍ପବହୁତ ସୁନା କିଣିଥାନ୍ତି। ହେଲେ ବିବାହ ଋତୁ ଆରମ୍ଭ ପୂର୍ବରୁ ଓଡ଼ିଶା ବଜାରରେ ପୁଣି ଥରେ ସୁନା ଦର ୮୦,୦୦୦ ଟପିଯାଇଛି। ଅପରପକ୍ଷରେ ରୁପା ଦର ମଧ୍ୟ ୧,୦୦,୦୦୦ ଟଙ୍କାର ନିକଟବର୍ତ୍ତୀ ହୋଇଛି। ସେହିଭଳି ପାର୍ବଣ ପରଠାରୁ ସୁନା ଓ ରୁପା ଦର କିଛି ପରିମାଣରେ କମିଥିଲାବେଳେ ଗ୍ରାହକଙ୍କ ଆବଶ୍ୟକତା ଓ ପାର୍ବଣ ଖର୍ଚ୍ଚ ଯୋଗୁ ଅଧିକାଂଶ ପରିବାର ସୁନା ଓ ରୁପା କିଣିପାରି ନ ଥିଲେ। ଏହାରି ମଧ୍ୟରେ ସୁନା ଦର ପୁଣି ଥରେ ବଢ଼ିବାରେ ଲାଗିଛି। ଆଗକୁ ବିବାହ କାର୍ଯ୍ୟ ସାଙ୍ଗକୁ ବିଭିନ୍ନ ପ୍ରକାରର ଶୁଭକାର୍ଯ୍ୟ ଅନୁଷ୍ଠିତ ହେବାକୁ ଥିଲାବେଳେ ବର୍ତ୍ତମାନ ଘରୋଇ ବଜାରରେ ସୁନା ଦର ୭୩,୦୦୦ ରୁ ୮୦,୫୦୦ ଟଙ୍କା ମଧ୍ୟରେ କାରବାର ହେଉଛି।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ବଜାରରେ ରବିବାର ସୁନା ଦର ପ୍ରତି ୧୦ ଗ୍ରାମ୍‌ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮୦,୫୦୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୭୩,୧୫୦ ଟଙ୍କା ରହିଛି। ଏପରିକି ରୁପା କିଲୋଗ୍ରାମ୍‌ ପିଛା ୯୭,୨୦୦ ଟଙ୍କାରେ କାରବାର ହେଉଛି।
ଅପରପକ୍ଷରେ ନୂଆଦିଲ୍ଲୀ ବଜାରରେ ସୁନା ଦର ପ୍ରତି ୧୦ ଗ୍ରାମ୍‌ ୨୪କ୍ୟାରେଟ ସୁନାର ମୂଲ୍ୟ ୭୮,୮୨୩ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୭୩,୧୭୩ ଟଙ୍କା ରହିଛି। ଏପରିକି ଉକ୍ତ ବଜାରରେ ରୁପା ଦର କିଲୋଗ୍ରାମ୍‌ ପିଛା ୯୬,୬୦୦ ଟଙ୍କାରେ କାରବାର ହେଉଛି। ସେହିପରି ଦେଶର ପ୍ରମୁଖ ମହାନଗର ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ବଜାରରେ ପ୍ରତି ୧୦ଗ୍ରାମ୍‌ ୨୪ କ୍ୟାରେଟ ସୁନାର ମୂଲ୍ୟ ୭୯,୬୬୭ ଟଙ୍କା, ୭୯,୬୬୫ ଟଙ୍କା ଏବଂ ୭୯,୬୬୧ ଟଙ୍କା ଥିଲାବେଳେ ଉପରୋକ୍ତ ବଜାରଗୁଡ଼ିକରେ ରୁପା ଦର କିଲୋଗ୍ରାମ୍‌ ପିଛା ୯୫,୯୦୦ ଟଙ୍କା, ୯୭,୪୦୦ ଟଙ୍କା ଏବଂ ୧,୦୩,୭୦୦ ଟଙ୍କାରେ କାରବାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri