୮୦,୦୦୦ ଉପରେ ସୁନା ଦର

ଭୁବନେଶ୍ୱର,୧୩।୧ (ଅଭୟ ଦାଶ): ଦିନ କେଇଟା ପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏପରିକି ବିବାହ କାର୍ଯ୍ୟକ୍ରମରେ ସବୁବର୍ଗର ଲୋକ ଅଳ୍ପବହୁତ ସୁନା କିଣିଥାନ୍ତି। ହେଲେ ବିବାହ ଋତୁ ଆରମ୍ଭ ପୂର୍ବରୁ ଓଡ଼ିଶା ବଜାରରେ ପୁଣି ଥରେ ସୁନା ଦର ୮୦,୦୦୦ ଟପିଯାଇଛି। ଅପରପକ୍ଷରେ ରୁପା ଦର ମଧ୍ୟ ୧,୦୦,୦୦୦ ଟଙ୍କାର ନିକଟବର୍ତ୍ତୀ ହୋଇଛି। ସେହିଭଳି ପାର୍ବଣ ପରଠାରୁ ସୁନା ଓ ରୁପା ଦର କିଛି ପରିମାଣରେ କମିଥିଲାବେଳେ ଗ୍ରାହକଙ୍କ ଆବଶ୍ୟକତା ଓ ପାର୍ବଣ ଖର୍ଚ୍ଚ ଯୋଗୁ ଅଧିକାଂଶ ପରିବାର ସୁନା ଓ ରୁପା କିଣିପାରି ନ ଥିଲେ। ଏହାରି ମଧ୍ୟରେ ସୁନା ଦର ପୁଣି ଥରେ ବଢ଼ିବାରେ ଲାଗିଛି। ଆଗକୁ ବିବାହ କାର୍ଯ୍ୟ ସାଙ୍ଗକୁ ବିଭିନ୍ନ ପ୍ରକାରର ଶୁଭକାର୍ଯ୍ୟ ଅନୁଷ୍ଠିତ ହେବାକୁ ଥିଲାବେଳେ ବର୍ତ୍ତମାନ ଘରୋଇ ବଜାରରେ ସୁନା ଦର ୭୩,୦୦୦ ରୁ ୮୦,୫୦୦ ଟଙ୍କା ମଧ୍ୟରେ କାରବାର ହେଉଛି।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ବଜାରରେ ରବିବାର ସୁନା ଦର ପ୍ରତି ୧୦ ଗ୍ରାମ୍‌ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮୦,୫୦୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୭୩,୧୫୦ ଟଙ୍କା ରହିଛି। ଏପରିକି ରୁପା କିଲୋଗ୍ରାମ୍‌ ପିଛା ୯୭,୨୦୦ ଟଙ୍କାରେ କାରବାର ହେଉଛି।
ଅପରପକ୍ଷରେ ନୂଆଦିଲ୍ଲୀ ବଜାରରେ ସୁନା ଦର ପ୍ରତି ୧୦ ଗ୍ରାମ୍‌ ୨୪କ୍ୟାରେଟ ସୁନାର ମୂଲ୍ୟ ୭୮,୮୨୩ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୭୩,୧୭୩ ଟଙ୍କା ରହିଛି। ଏପରିକି ଉକ୍ତ ବଜାରରେ ରୁପା ଦର କିଲୋଗ୍ରାମ୍‌ ପିଛା ୯୬,୬୦୦ ଟଙ୍କାରେ କାରବାର ହେଉଛି। ସେହିପରି ଦେଶର ପ୍ରମୁଖ ମହାନଗର ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ବଜାରରେ ପ୍ରତି ୧୦ଗ୍ରାମ୍‌ ୨୪ କ୍ୟାରେଟ ସୁନାର ମୂଲ୍ୟ ୭୯,୬୬୭ ଟଙ୍କା, ୭୯,୬୬୫ ଟଙ୍କା ଏବଂ ୭୯,୬୬୧ ଟଙ୍କା ଥିଲାବେଳେ ଉପରୋକ୍ତ ବଜାରଗୁଡ଼ିକରେ ରୁପା ଦର କିଲୋଗ୍ରାମ୍‌ ପିଛା ୯୫,୯୦୦ ଟଙ୍କା, ୯୭,୪୦୦ ଟଙ୍କା ଏବଂ ୧,୦୩,୭୦୦ ଟଙ୍କାରେ କାରବାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri