୨୦୨୪ରେ ସୁନା ଦାମ୍ ୭୦,୦୦୦ ଟଙ୍କା ଛୁଇଁବା ସମ୍ଭାବନା, ଆକଳନ କଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୩୧।୧୨: ବଢିଚାଲିଥିବା ସୁନା ଦାମ୍ ବର୍ଷ ୨୦୨୪ରେ ୧୦ ଗ୍ରାମ ପ୍ରତି ୭୦ ହଜାର ଟଙ୍କା ଛୁଇଁବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ବର୍ତ୍ତମାନ ବିଶ୍ୱରେ ଲାଗି ରହିଥିବା ଅସ୍ଥିରତା ଏବଂ ଧିମା ଅର୍ଥନୀତି ମଧ୍ୟରେ ଭାରତୀୟ ଟଙ୍କା ସ୍ଥିର ଥିବା କାରଣରୁ ସୁନାର ଦାମ୍ ଭାରତରେ ପ୍ରତି ୧୦ ଗ୍ରାମକୁ ୬୩,୦୬୦ ଟଙ୍କା ରହିଛି। ଯେତେବେଳେ କି ଭାରତୀୟ ଟଙ୍କା ଆମେରିକା ଡଲାର ତୁଳନାରେ ୮୩ ଟଙ୍କା ରହିଛି।

ଚଳିତ ବର୍ଷ ଡିସେମ୍ବର ମାସରେ ମଧ୍ୟପ୍ରାଚ୍ୟର ଅସ୍ଥିରତା କାରଣରୁ ସୁନାର ଦାମ୍ ଅହେତୁକ ଭାବେ ବୃଦ୍ଧି ପାଇଥିଲା। ତେବେ ଚଳିତ ବର୍ଷ ସୁନାର ଦାମ୍ ନିରନ୍ତର ଭାବେ ଅସ୍ଥିର ରହିଥିଲା ବେଳେ ମେ’ ୪ ତାରିଖରେ ୧୦ ଗ୍ରାମ ସୁନା ପ୍ରତି ୬୧,୮୪୫ ଟଙ୍କା ହୋଇଥିଲା, ଯାହା ସର୍ବକାଳୀନ ସର୍ବାଧିକ ଥିଲା। ଏହାପରେ ନଭେମ୍ବର ମାସରେ ସୁନା ଦର ୧୦ ଗ୍ରାମ ପ୍ରତି ୬୧,୯୧୪ ଟଙ୍କାରେ ପହଞ୍ଚି ନୂଆ ରେକର୍ଡ କରିଥିଲା। ତେବେ ଏହି ପ୍ରକ୍ରିୟା ଏତିକିରେ ଅଟକି ନଥିଲା, ଡିସେମ୍ବର ୪ ତାରିଖରେ ସୁନାର ଦାମ୍ ଭାରତରେ ୨୪ ହାଜର ଟଙ୍କା ପାର କରି ୧୦ ଗ୍ରାମକୁ ୬୪,୦୬୩ ଟଙ୍କା ହୋଇଥିଲା।

ତେବେ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ୨୦୨୪ ରେ ଡଲାର ଆହୁରି ଶକ୍ତିଶାଳୀ ହେବ ଏବଂ ଯଦି ଟଙ୍କା ସ୍ଥିର ରହିବ ତେବେ ସୁନା ଦାମ୍ ପ୍ରାୟ ୭୦,୦୦୦ ଟଙ୍କା ସ୍ତରରେ ପହଞ୍ଚିବାର ସମ୍ଭାବନା ରହିଛି। ଯେହେତୁ ଆସନ୍ତା ବର୍ଷ ଭାରତରେ ନିର୍ବାଚନ ରହିଛି, ବିଦେଶ ନିବେଶକ ସେମାନଙ୍କ ତାଙ୍କ ଭାରତୀୟ ବଜାରରୁ ଅପସରି ଯିବା ଫଳରେ ଭାରତୀୟ ଟଙ୍କା ଦୁର୍ବଳ ହୋଇପାରେ। ଯେଉଁ କାରଣରୁ ସୁନା ପାଇଁ ଘରୋଇ ମୂଲ୍ୟକୁ ଆହୁରି ବଢିବ ବୋଲି ସେମାନେ କହିଛନ୍ତି।

“ଆମେରିକାର ଫେଡେରେଲ ରିଜର୍ଭ ସୁଧ ହାର ହ୍ରାସ କରିବା ସହ ଭୌଗଳିକ ରାଜନୈତିକ ତିକ୍ତତା ଜାରି ରହିଲେ ଦୁର୍ବଳ ଟଙ୍କା ସୁନା ମୂଲ୍ୟକୁ ଆହୁରି ବୃଦ୍ଧି କରିବ, ଯାହା ୨୦୨୪ ରେ ସୁନା ଦାମ୍ ୬୮,୦୦୦-୭୦,୦୦୦ ଟଙ୍କା ଛୁଇଁବାର ସମ୍ଭାବନା ରହିଛି। ଅଧିକ ମୂଲ୍ୟ ୨୦୨୪ ରେ ବିକ୍ରୟ ଉପରେ ଅଧିକ ପ୍ରଭାବ ପକାଇବ ଏବଂ ବ୍ୟବସାୟ ୨୦୨୩ ଭଳି ସମାନ ସ୍ତରରେ ରହିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ତଥ୍ୟକୁ ଦେଖିଲେ ବର୍ଷ ୨୦୨୨ ତୁଳନାରେ ୨୦୨୩ରେ ସୁନା ବିକ୍ରିରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଥିଲା। କିନ୍ତୁ ସୁନାରେ ନିବେଶ ଚାହିଦା ବୃଦ୍ଧି ପାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

ଇଣ୍ଡିଆ ପୋଷ୍ଟର ବଡ଼ ପଦକ୍ଷେପ: ଏସବୁ ସହରରେ ମିଳିବ ‘ନେକ୍ସଟ୍ ଡେ ଗ୍ୟାରେଣ୍ଟିଡ୍ ଡେଲିଭରି’ ସେବା

ନୂଆଦିଲ୍ଲୀ,୧୭।୫: ଡାକ ସେବାକୁ ଅଧିକ ଦ୍ରୁତ ଓ ଭରସାଯୋଗ୍ୟ କରିବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ନୂତନ ସେବାର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାର, ମାର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri