Categories: ବାଣିଜ୍ୟ

ସୁନାଅଳଙ୍କାର ହଲମାର୍କିଂ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୨୮।୭: ସୁନା ଅଳଙ୍କାର ଓ କାରିଗରୀ ଉପରେ ବାଧ୍ୟତାମୂଳକ ହଲମାର୍କିଂ ଅବଧିକୁ ସରକାର ଆସନ୍ତା ବର୍ଷ ଜୁନ ୧ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ଅବଧି ୨୦୨୧ ଜାନୁୟାରୀ ୧୫ ରହିଥିଲା। ଗତ ବର୍ଷ ନଭେମ୍ବରରେ ଏ ସମ୍ପର୍କରେ ସରକାର ଘୋଷଣା କରିଥିଲେ। ଦେଶର ସମସ୍ତ ସୁନା ବ୍ୟବସାୟୀ ଏହି ନିୟମକୁ ପାଳନ କରିବା ସହ ଅବଧି ପୂର୍ବରୁ ହଲମାର୍କିଂ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ବର୍ତ୍ତମାନ ବଜାର ସ୍ଥିତି ଚ୍ୟାଲେଞ୍ଜିଂ ରହିଥିବାରୁ ସରକାର ବ୍ୟବସାୟଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ହଲମାର୍କିଂ ଲାଗି ଅବଧିକୁ ଅତିରିକ୍ତ ୪ମାସ ବଢାଇ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶଓ୍ବାନ ସୂଚନା ଦେଇଛନ୍ତି।

Share