କେସିଙ୍ଗା, ୧୬।୧୦: (ତୁମେଶ୍ବର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୱାର୍ଡ ନଂ ୧୦ରେ ବସବାସ କରୁଥିବା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁଙ୍କ ଘରୁ ବୁଧବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଘର ବାହାରେ ତାଲା ଦେଇ ଝରକା ଭାଙ୍ଗି ଚୋରି କରିଥିବା ଜଣାପଡିଛି। ଏ ନେଇ ନମିତାରାଣୀ ସାହୁଙ୍କ ସ୍ବାମୀ ନିତ୍ୟାନନ୍ଦ ସାହୁ ଗୁରୁବାର କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି କେସିଙ୍ଗା ପୋଲିସ ତଦନ୍ତ ଜାରି ରଖିଛି। ସିସିଟିଭି ଫୁଟେଜ କ୍ୟାମେରାରେ ମୁହଁ ରେ ମୁଖା ପିନ୍ଧି ଘର ପାଖରେ ଥିବା ଦେଖିବାକୁ ମିଳିଛି । ପ୍ରତିଦିନ ଭଳି ଅଧ୍ୟକ୍ଷାଙ୍କ ପରିବାର ରାତି ୧୧ଟାରେ ଶୋଇ ପଡ଼ିଥିଲେ। ସକାଳେ ଉଠି ଦେଖିଲା ବେଳକୁ ଦୁଇଟି ଆଲମିରା ଭାଙ୍ଗି ସୁନା ଓ ରୂପାର ଅଳଙ୍କାର ଚୋରି ହୋଇଯାଇଛି। ଘର ମାଲିକ ପୋଲିସକୁ ଫୋନକରିଥିଲେ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦିନସାରା ତଦନ୍ତ ଜାରି ରଖିଛି।ତେବେ ଏହା ଏବେ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ ଏହା ଏବେ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଦୁର୍ବୃତ୍ତମାନେ ଝରକା ଗ୍ରୀଲ ଭାଙ୍ଗି ସୁନାର ମୁଦି, ମଙ୍ଗଳସୁତ୍ର, ଲକେଟ,ଚେନ୍ ଓ ରୁପାର ଅଳଙ୍କାର ,ବ୍ରେସଲେଟ, ଇତ୍ୟାଦି ଅଳଙ୍କାର ଚୋରି ହୋଇଥିବା ଘର ମାଲିକ ନିତ୍ୟାନନ୍ଦ ସାହୁ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ପିସିଆର ପହଞ୍ଚି ସହରର ଚାରି ପଟେ ଛାନଭିନ ଚଳାଇଛି। କେସିଙ୍ଗା ଥାନା ଅଧିକାରୀ ଏକ ମାମଲା ରୁଜୁ କରି କେସ ନଂ ୪୯୧/୧୬.୧୦.୧୫ ଅନୁସାରେ ତଦନ୍ତ ଜାରି ରଖିଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ଆଇଆଇସି ଜିତେନ୍ଦ୍ର ବିଶ୍ୱାଳଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଥିଲେ।
Dharitri – The Largest & Most Trusted Odia Daily


