ପାଖରେ ଟଙ୍କା ନ ଥିଲେ ବି କିଣି ହେବ ସୁନା

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ସୁନା କ୍ରୟ କରିବାକୁ ଚାହୁଁଛନ୍ତି ଏବଂ ପାଖରେ ବେଶି ଟଙ୍କା ନାହିଁ ତେବେ ୧୦୦ ଟଙ୍କାରୁ ସୁନାରେ ନିବେଶ ଆରମ୍ଭ କରିପାରିବେ। ଟାଟାର ତନିସ୍କ ଏବଂ କଲ୍ୟାଣ ଜୁଏଲର୍ସ ଭଳି କମ୍ପାନୀରେ ନିବେଶ କରି ନିର୍ଦ୍ଦିଷ୍ଟ ମୂଲ୍ୟ ଯୋଗ କରିବା ପରେ ଗ୍ରାହକଙ୍କୁ ଡେଲିଭରି ମିଳିପାରିବ। ଗ୍ରାହକଙ୍କୁ ଅତି କମ୍‌ରେ ୧ ଗ୍ରାମ ମୂଲ୍ୟ ଯାଏ ଟଙ୍କା ଯୋଡ଼ିବାକୁ ପଡିବ। ଏହା ପରେ ଯାଇ ଡେଲିଭରି ନେଇହେବ। ବର୍ତ୍ତମାନ ସୁନାରେ ଅନ୍‌ଲାଇନ ଶପିଂ ଟ୍ରେଣ୍ଡ ଦେଖାଯାଇଛି। ପାର୍ବଣ ଋତୁକୁ ଧ୍ୟାନରେ ରଖି ଜୁଏଲର୍ସ ଅନ୍‌ଲାଇନରେ ସୁନା ବିକ୍ରି କରିବା ଲାଗି ବିଭିନ୍ନ ପ୍ରକାର ଅଫର ଆଣୁଛନ୍ତି। ନିବେଶ ଜରିଆରେ ସୁନା କ୍ରୟକୁ ସହଜ କରିବା ଲାଗି ଅନ୍‌ଲାଇନ ବିକ୍ରି ବର୍ତ୍ତମାନ ଲୋକଙ୍କ ଦ୍ୱାରା ଆଦୃତ ହେଉଛି।
କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣ ରମଣନ କହିଛନ୍ତି, ସୁନାରେ ମ୍ୟୁଚୁଆଲ ଫଣ୍ଡ ଏସ୍‌ଆଇପି ଭଳି ବିକଳ୍ପ ପ୍ରତି ଯୁବବର୍ଗ ବିଶେଷ ଆଗ୍ରହ ଦେଖାଉଛନ୍ତି। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ତନିସ୍କଠାରୁ ପିସି ଜୁଏଲର୍ସ ଭଳି କମ୍ପାନୀଗୁଡିକ କମ୍‌ ଦାମରୁ ସୁନାରେ ନିବେଶ ସୁଯୋଗ ଦେଉଛନ୍ତି। କୋଭିଡ୍‌ ଯୋଗୁ ଜୁଏଲେରି ଶୋ’ରୁମ୍‌ଗୁଡିକ ବନ୍ଦ ହେବାରୁ ସୁନା କାରବାର ଠପ୍‌ ହୋଇଯାଇଥିଲା। ଏଭଳି ସ୍ଥିତି ଜୁଏଲର୍ସ ପାରମ୍ପରିକ ସୁନା ବିକ୍ରି ପଦ୍ଧତି ବାଦ୍‌ ଅନ୍‌ଲାଇନରେ ବିକ୍ରି ଆଡକୁ ନଜର ଦେଇଛନ୍ତି। ତନିସ୍କ, କଲ୍ୟାଣ ଜୁଏଲର୍ସ, ପିସି ଜୁଏଲର୍ସ ଏବଂ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଏମଣ୍ଡ ଭଳି କମ୍ପାନୀଗୁଡିକ ୧୦୦ ଟଙ୍କାରୁ ସୁନାରେ ନିବେଶ ସୁଯୋଗ ଦେଉଛନ୍ତି। କମ୍ପାନୀଗୁଡିକ ନିଜ ଓ୍ବେବ୍‌ସାଇଟ କିମ୍ବା ଡିଜିଟାଲ ଗୋଲ୍ଡ ପ୍ଲାଟ୍‌ଫର୍ମରେ ଏହି ସୁବିଧା କରିଥିବା ଜଣାପଡ଼ିଛି।
ଡିଜିଟାଲ ମୋଡ୍‌ରେ ସୁନା କ୍ରୟ କରିବା ଟ୍ରେଣ୍ଡ ବର୍ତ୍ତମାନର ନୁହେଁ ବୋଲି କୁହାଯାଇପାରିବ। ମୋବାଇଲ ଓ୍ବାଲେଟ ବାଦ୍‌ ସେଫ୍‌ ଗୋଲ୍ଡ ଏବଂ ଅଗ୍ମାଟ ଗୋଲ୍ଡ ଭଳି ପ୍ଲାଟ୍‌ଫର୍ମରେ ଡିଜିଟାଲରେ ସୁନା କ୍ରୟ କରିହେଉଛି। ଅଗ୍ମାଟ ଗୋଲ୍ଡର ନିର୍ଦ୍ଦେଶକ କୁହନ୍ତି , କୋଭିଡ୍‌ ଜୁଏଲର୍ସଙ୍କ ମନୋଭାବରେ ପରିବର୍ତ୍ତନ ଆଣିଛି। ଅନ୍‌ଲାଇନରେ ସୁନା ବିକ୍ରି ନେଇ ସେମାନେ ବର୍ତ୍ତମାନ ସକ୍ରିୟତା ଦେଖାଉଛନ୍ତି। ସେଫ୍‌ ଗୋଲ୍ଡର ପ୍ରତିଷ୍ଠାତା ଗୌରବ ମାଥୁର କୁହନ୍ତି, ସୁନା ମୂଲ୍ୟରେ ହ୍ରାସ ଯୋଗୁ ଏହାର ଫାଇଦା ଅନ୍‌ଲାଇନ ବିକ୍ରିକୁ ମିଳୁଛି। ଲୋକଙ୍କୁ ସୁନା ଏବେ ଶସ୍ତା ଲାଗୁଛି। ୩ରୁ ୪ ହଜାର ରେଞ୍ଜର ସୁନା କଏନ ଏବଂ ଗୋଲ୍ଡ ବାର୍‌ ଲୋକ କିଣିବାକୁ ଭଲ ପାଉଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri