ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏହି ଅଭିଯୋଗରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ନୀଳଗିରି ପୋଲିସ। ଅଭିଯୁକ୍ତଙ୍କଠାରୁ ୩ ଲକ୍ଷ ୨୯ ହଜାର ଟଙ୍କା ସହ ୫ଟି ମୋବାଇଲ ଓ ୨ଟି ବାଇକ୍‌ ଜବତ ହୋଇଛି। ଏହାର ମୁଖ୍ୟ କାର୍ପଟଦାର ନୀଳଗିରି ଥାନା ଈଶ୍ୱରପୁର ଫାଣ୍ଡି ଓ ସୋର ଅଞ୍ଚଳରୁ ୬ ଅଭିଯୁକ୍ତଙ୍କୁ ଗିରଫ। ଏହି ଗ୍ରୁପ ଅତି ଚତୁରତାର ସହ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀ ବ୍ରହ୍ମପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ସୁନା ବେପାର ନାମରେ ତାଙ୍କୁ ନୀଳଗିରି ଅଞ୍ଚଳକୁ ଡକାଇ ସୁନା ବିସ୍କୁଟ ଦେଖାଇବା ସହ କ୍ରେତା ଜଣଙ୍କର ଡିଲ୍‌ ହୋଇଥିଲା। ପରେ କ୍ରେତା ଏହାକୁ କିଣିବା ପାଇଁ ନୀଳଗିରି ଅଞ୍ଚଳକୁ ଆସିଥିଲେ। ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଛଡ଼ାଇ ଫେରାର ହୋଇ ଯାଇଥିଲେ। ଏ ନେଇ ସମ୍ପୃକ୍ତ ବ୍ୟକ୍ତି ଗତକାଲି ରବିବାର ନୀଳଗିରି ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଏକ ମାମଲା (ନଂ.୫୨୦/୨୫) ରୁଜୁ କରି ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗଠନକାରୀ ଖୋଳତାଡ଼ ଆରମ୍ଭ କରିଥିଲେ। ଗତ ରାତି ତମାମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାଷ୍ଟରମାଇଣ୍ଡ୍‌ ସହ ୫ ଜଣ ସହଯୋଗୀଙ୍କୁ ପଠାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସୂଚନା ଦେଲେ ମୋକିମ୍, ନୂଆ ଦଳର ନାଁ କଲେ ଘୋଷଣା!

କଟକ,୨୭।୧: ନୂଆ ଦଳ ଗଠନକୁ ନେଇ ମହମ୍ମଦ ମୋକିମ୍ ବଡ଼ ସୂଚନା ଦେଇଛନ୍ତି । ଗତ କିଛି ଦିନ ହେବ ତାଙ୍କ ନୂଆ ଦଳ ନେଇ ଚର୍ଚ୍ଚା…

ଲାଲ ବିକିନିରେ ଭାଇରାଲ ହେଲା ଡାକ୍ତରାଣୀରୁ ମଡେଲ ସାଜିଥିବା ମାନୁଷୀଙ୍କ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଏବଂ ପୂର୍ବତନ ମିସ ୱାଲର୍‌ଡ ମାନୁଷୀ ଚିଲ୍ଲର ପୁଣି ଥରେ ତାଙ୍କ ଗ୍ଲାମରସ ଷ୍ଟାଇଲ ପାଇଁ ଖବରରେ ଅଛନ୍ତି। ସମ୍ପ୍ରତି ତାଙ୍କର କିଛି…

ରାଗରେ ସ୍ତ୍ରୀକୁ କଟୁରିରେ ହାଣିଲେ ସ୍ୱାମୀ, ପରେ ବିଷ ପିଇ ଆତ୍ମହତ୍ୟା…

ପଟ୍ଟାମୁଣ୍ଡାଇ,୨୭।୧(କଳ୍ପତରୁ ନାୟକ)- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମାଳିପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀକୁ…

ଜିଲା ପ୍ରଶାସନର ଖାମଖିଆଲ ମନୋଭାବ: ଜିଲାପାଳଙ୍କ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ବଢୁଛି ଦ୍ୱନ୍ଦ୍ୱ

ଦେବଗଡ,୨୭।୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ପ୍ରଶାସନ ପକ୍ଷରୁ ପ୍ରଶାସନିକ ଯେକୌଣସି କାର୍ଯ୍ୟକ୍ରମ ସରିଲା ପରେ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ଯଦ୍ୱାରା ଜନସାଧାରଣଠୁ ଆରମ୍ଭ…

ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ବାଇକ୍ ଆରୋହୀ ମୃତ

ବାସୁଦେବପୁର,୨୭।୧ (ନାରାୟଣ ପ୍ରସାଦ ବାରିକ/କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଧାମରା ରାସ୍ତାର ପାରପୋଖରି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୋମବାର ରାତି ପ୍ରାୟ…

ଖୁସିଖବର ଦେଲେ ରଣବୀର: ବହୁତ ରୋମାଞ୍ଚକର…

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି। ତାଙ୍କର ଅନେକ ବଡ଼ ପ୍ରୋଜେକ୍ଟ କାମ ଚାଲିଛି। ରଣବୀରଙ୍କ ଦୁଇଟି ପ୍ରମୁଖ…

ଭୀଷ୍ମଗିରି ଗାଁ ପୋଖରୀରେ ଭାସୁଛି ନବଜାତ ଶିଶୁକନ୍ୟାଙ୍କ ମୃତଦେହ, ବିଳମ୍ବିତ ରାତିରେ…

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ପୋଖରୀରେ ଭାସୁଛି ନବଜାତ କନ୍ୟାର ମୃତଦେହ। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ବଡ଼ବନ୍ଧ ପୋଖରୀରେ ମଙ୍ଗଳବାର ସକାଳ ପ୍ରାୟ ୬…

ଧାନ ମଣ୍ଡିରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି, ସିସି କ୍ୟାମେରା…

ଗଜପତି,୨୭।୧(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଅଗରଖଣ୍ଡି ଠାରେ ଥିବା ଅସ୍ଥାୟୀ ଧାନ ମଣ୍ଡିରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri